ମୁଖ୍ୟ ଖବର ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ Angul OnlineOctober 22, 2022October 22, 2022 ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠର ଜଣେ ନାବାଳିକାକୁ ୪ ବର୍ଷ ତଳେ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ମାମଲାର ରାୟ ଶନିବାର ଜିଲ୍ଲା ଫାଷ୍ଟଟ୍ରାକ୍ ସେଶାଲ୍ କୋର୍ଟରେ ପ୍ରକାଶ ପାଇଛି । ଆଡ୍ହକ ଅଚିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପିଆର୍ ବହିଦାର ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ରନ୍ତଳେଇ ଗ୍ରାମର ପ୍ରଭାତ ନାଏକଙ୍କୁ ୨୦ ବର୍ଷ କାରାଦଣ୍ଡ ଦେବା ସହ ୨୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି । ସୂଚନା ଅନୁସାରେ , ୨୦୧୮ ମସିହା ଜୁନ୍ ମାସ ୨୦ ତାରିଖରେ ଅଭିଯୁକ୍ତ ପ୍ରଭାତ ଜଣେ ୧୩ ବର୍ଷୀୟା ନାବାଳିକାକୁ ପ୍ରେମ ଜାଲରେ ଫସାଇଥିଲା । ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ୨ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିଲା । ଏହି ଘଟଣା ବାହାରକୁ ପ୍ରଘଟ ହେବା ପରେ ନାବାଳିକା ଜଣଙ୍କ ତାଙ୍କୁ ବିବାହ ପାଇଁ କହିଥିଲେ । ମାତ୍ର ଅଭିଯୁକ୍ତ ଧରାଛୁଆଁ ଦେଇନଥିଲା । ବରଂ ନାବାଳିକାକୁ ଗାଳିଗୁଲଜ କରିଥିଲା । ନାବାଳିକା ବାଧ୍ୟ ହୋଇ ଏ ନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏ ଘଟଣାରେ ଏକ ମାମଲା ରୁଜୁ କରି ପ୍ରଭାତକୁ ଗିରଫ କରି ପୋକ୍ସୋ ଆକ୍ଟରେ କୋର୍ଟ ଚାଲାଣ କରିଥିଲା । । ଅଭିଯୁକ୍ତ ପ୍ରଭାତ ଜଣେ ମହିଳାଙ୍କ ଘରେ ଏହି ଅନୈତିକ କାର୍ଯ୍ୟ କରିଥିବା ବେଳେ ପୁଲିସ୍ ଏତଲା କ୍ରମେ ସମ୍ପୃକ୍ତ ମହିଳାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ଜିଲ୍ଲା ଫାଷ୍ଟଟ୍ରାକ କୋର୍ଟରେ ଚାଲିଥିବା ବେଳେ ମୋଟ୍ ୨୦ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ବିଚାରପତି ଅଭିଯୁକ୍ତ ପ୍ରଭାତଙ୍କୁ ଦୋଷୀ ସାବ୍ୟସ୍ତ କରି ଥିଲେ । ପ୍ରମାଣ ଅଭାବରୁ ଅନ୍ୟତମ ଅଭିଯୁକ୍ତ ନିର୍ଦ୍ଦେଷରେ ଖଲାସ ହୋଇଥିବା ଜଣାପଡ଼ିଛି । ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରୋସିକ୍ୟୁଟର ସୁଶାନ୍ତ କୁମାର ମିଶ୍ର ଏହି ମାମଲାର ପରିଚାଳନା କରିଥିଲେ । Advertisement
ଗାନ୍ଧୀଭବନ ପାଇଁ ସତ୍ୟାଗ୍ରହରେ କ୍ରୀଷ୍ଣା ମହାନ୍ତି – ପ୍ରଶାସନ ଦେଲା ସ୍ପଷ୍ଟିକରଣ ଅନୁଗୁଳ – ମହାତ୍ମା ଗାନ୍ଧୀ ୧୯୩୪ ମସିହା ମଇ ୬ ଓ ୭ ତାରିଖରେ ଦୁଇ ଦିନ ପାଇଁ ଅନୁଗୁଳରେ ରହିଥିଲେ । ବିହାରର ରାଜଧାନୀ ପାଟନାରୁ…
ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା…
ଗୋଟିଏ ଜୀବନ ଉଦୟ ପାଇଁ ଆସି ଦୁର୍ଘଟଣାରେ ଜୀବନ ହାରିଲେ ଆଶା ଅନୁଗୁଳ – ଗୋଟିଏ ଶିଶୁକୁ ସୁସ୍ଥ ଜୀବନ ଦେବା ପାଇଁ ଆସି ଜୀବନ ଚାଲିଗଲା ଆଶକର୍ମୀଙ୍କର । ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଫେରୁଥିବା ବେଳେ…