ମୁଖ୍ୟ ଖବର ବେଆଇନ ବାଣ ଦୋକାନରେ ଚଢ଼ାଉ – ବାଣ ଜବତ Angul OnlineOctober 23, 2022October 23, 2022 ଅନୁଗୁଳ – ଦୀପାବଳି ପାଇଁ ଅନେକ ସ୍ଥାନରେ ବାଣ ବିକ୍ରି କରାଯାଉଛି । ପ୍ରଶାସନ ପକ୍ଷରୁ ଏଥିପାଇଁ ଲାଇସେନ୍ସ ଦିଆ ଯାଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ଜନ ଗହଳି ଠାରୁ ଦୂରରେ ଏକ ନିର୍ଦିଷ୍ଟ ସ୍ଥାନରେ ଏହି ସବୁ ବାଣ ବିକ୍ରି କରିବାକୁ ଅନୁମତି ଦିଆ ଯାଇଛି । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନର ବିନା ଅନୁମତିରେ ବାଣ ବିକ୍ରି ହେଉଥିବା ଜାଣି ଅନୁଗୁଳ ଜିଲ୍ଲାର ସ୍ଵତନ୍ତ୍ର ସ୍ୱାର୍ଡ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଅନେକ ସ୍ଥାନରେ ପ୍ରଶାସନର ବିନା ଅନୁମତିରେ ବାଣ ବିକ୍ରି ହେଉଥିବା ଦେଖା ଯାଇଥିଲା । ଏହି ସବୁ ବାଣ ସ୍ଵତନ୍ତ୍ର ସ୍ୱାର୍ଡ ଜବତ କରିଛି । ଅନୁଗୁଳ ତହସିଲଦାର ଏହି ଟିମର ନେତୃତ୍ୱ ନେଇଥିବା ବେଳେ ପୁଲିସ , ଅଗ୍ନିଶମ ବିଭାଗ ଓ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ । Advertisement
ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଅଦଳବଦଳ ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ନୂଆ ବର୍ଷରେ ନୂଆ ଏସ୍ପି ଭାବେ…
ନାଲକୋକୁ ପାଣି ଓ କୋଇଲା ଯୋଗାଣ ବନ୍ଦ କରିବାକୁ ଚେତାବନୀ ଅନୁଗୁଳ – ନାଲକୋ ଦ୍ବାରା କ୍ଷତିଗ୍ରସ୍ତ ୩ଟି ବିଧାନସଭା କ୍ଷେତ୍ର ତଥା ୩୯ଟି ଗ୍ରାମ ଏବଂ ନାଲକୋ ପ୍ରେରିତ ସ୍ପୋନସର୍ଡ ଆଇ.ଟି.ଆଇ ( ଏଲ୍.ଏ.ପି ) ୧୯୮…
ବୋଇତ ବନ୍ଦାଣ ବେଳେ ଅଘଟଣ – କେନାଲରେ ଭାସି ଯାଇ ଯୁବକ ମୃତ ଅନୁଗୁଳ – ବୋଇତ ବନ୍ଦାଣ ବେଳେ ଅଘଟଣ । ଡଙ୍ଗା ଭସାଇବା ବେଳେ କେନାଲରେ ଭାସି ଯାଇ ଯୁବକ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା…