ମୁଖ୍ୟ ଖବର ବେଆଇନ ବାଣ ଦୋକାନରେ ଚଢ଼ାଉ – ବାଣ ଜବତ Angul OnlineOctober 23, 2022October 23, 2022 ଅନୁଗୁଳ – ଦୀପାବଳି ପାଇଁ ଅନେକ ସ୍ଥାନରେ ବାଣ ବିକ୍ରି କରାଯାଉଛି । ପ୍ରଶାସନ ପକ୍ଷରୁ ଏଥିପାଇଁ ଲାଇସେନ୍ସ ଦିଆ ଯାଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ଜନ ଗହଳି ଠାରୁ ଦୂରରେ ଏକ ନିର୍ଦିଷ୍ଟ ସ୍ଥାନରେ ଏହି ସବୁ ବାଣ ବିକ୍ରି କରିବାକୁ ଅନୁମତି ଦିଆ ଯାଇଛି । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନର ବିନା ଅନୁମତିରେ ବାଣ ବିକ୍ରି ହେଉଥିବା ଜାଣି ଅନୁଗୁଳ ଜିଲ୍ଲାର ସ୍ଵତନ୍ତ୍ର ସ୍ୱାର୍ଡ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଅନେକ ସ୍ଥାନରେ ପ୍ରଶାସନର ବିନା ଅନୁମତିରେ ବାଣ ବିକ୍ରି ହେଉଥିବା ଦେଖା ଯାଇଥିଲା । ଏହି ସବୁ ବାଣ ସ୍ଵତନ୍ତ୍ର ସ୍ୱାର୍ଡ ଜବତ କରିଛି । ଅନୁଗୁଳ ତହସିଲଦାର ଏହି ଟିମର ନେତୃତ୍ୱ ନେଇଥିବା ବେଳେ ପୁଲିସ , ଅଗ୍ନିଶମ ବିଭାଗ ଓ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ । Advertisement
ବେଆଇନ କୋଇଲା ଖଣି ଉପରେ ଚଢ଼ାଉ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗାଁ ନିକଟରେ ଥିବା ବେଆଇନ କୋଇଲା ଖଣି ଉପରେ ଇସ୍ପାତ ଓ ଖଣିଜ ବିଭାଗ ଏବଂ ଛେଣ୍ଡିପଦା…
୨୪ରେ ପୌର ନିର୍ବାଚନ , ମାର୍ଚ୍ଚ ୨ରୁ ନାମାଙ୍କନ ଭୁବନେଶ୍ୱର – ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହେଲା । ରାଜ୍ୟର ତିନି ମହାନଗର ନିଗମ ସହ ୧୦୬ଟି ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ ।…
ଲାଞ୍ଚୁଆ ଆର୍.ଆଇ.ଙ୍କୁ କାରାଦଣ୍ଡାଦେଶ ଅନୁଗୁଳ – ଗତ ୧୫/୦୩/୨୦୧୩ ମସିହାରେ ଲାଞ୍ଚ ନେବା ଅଭିଯୋଗରେ ଜଣେ ରେଭେନ୍ୟୁ ଇନ୍ସପେକ୍ଟରଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ସ୍ପେସିଆଲ ଜଜ…