ଖେଳ ଓ ଖେଳାଳି ତୁରଙ୍ଗ କପ ଫୁଟବଲ – ଜଗା ୟୁନାଇଟେଡ଼ ଚମ୍ପିୟାନ Angul OnlineOctober 23, 2022October 23, 2022 ଅନୁଗୁଳ – ତୁରଙ୍ଗ ସ୍ଥିତ ବିଜୁ ପଟନାୟକ ମିନି ଷ୍ଟାଦିୟମ ଠାରେ ୧୧ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟ ର ଉଦଯାପନି ଉତ୍ସବ ପାଳନ ହୋଇଯାଇଛି । ଆଜିର ଦିନରେ ହୋଇଥିବା ଫାଇନାଲ ମ୍ୟାଚ୍ ଭୂବନେଶ୍ବରର ଜଗା ୟୁନାଇଟେଡ ଓ ସୁନ୍ଦରଗଡର ଜମୁନା ଫୁଟୁବଲ କ୍ଲବ ମଧ୍ୟରେ ଖେଳହୋଇଥିଲା । ଏହି ମ୍ୟାଚ୍ ରେ ଜଗା ୟୁନାଇଟେଡ ୩-୨ ଗୋଲ ରେ ବିଜୟ ଲାଭ କରିଥିଲା । ଜଗା ୟୁନାଇଟେଡ୍ ତରଫରୁ ୧୫ ନଂ ଜର୍ସି ରେ ଖେଳୁଥିବା ଦିନବନ୍ଧୁ ଦାସ୍ ୨ଟି ଗୋଲ ଦେଇ ମ୍ୟାନ୍ ଅଫ ଦି ମ୍ୟାଚ ବିବେଚିତ ହେଇଥିଲେ। ୩ ଟି ମ୍ୟାଚ୍ ଖେଳି ଦିନବନ୍ଧୁ ଦାସ ୮ ଟି ଗୋଲ ସ୍କୋର କରିଥିଲେ । ଉଦଯାପନି ଉତ୍ସବରେ ଉଦଘାଟକ ଭାବେ ବିଧାୟକ ଛେଣ୍ଡିପଦା ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଖେଳକୁ ଶୁଭାରମ୍ଭ କରିଥିଲେ। ଏହି ଉଦଜାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ତାଳଚେର ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ ଓ ସମ୍ନାନିତ ଅତିଥି ଭାବେ ଟାମାଡା ଚେୟାରମ୍ୟାନ ଶ୍ରୀଯୁକ୍ତ ଅବନିକାନ୍ତ ସାହୁ , ତୁରଙ୍ଗ ପଞ୍ଚାୟତ ସରପଞ୍ଚ ସମରେନ୍ଦ୍ର ଦେହୁରି , ସମିତି ସଭ୍ୟ ସୋରଜ ପଣ୍ଡା ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । Advertisement
ଜାତୀୟ ମୂକ ବଧିର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ଅନୁଗୁଳ – ଓଡ଼ିଶା-ଆନ୍ଧ୍ରପ୍ରଦେଶ-ଉତ୍ତରପ୍ରଦେଶ ତିନୋଟି ଦଳକୁ ନେଇ ଆରମ୍ଭ ହୋଇଯାଇଅଛି ଜାତୀୟ ମୂକ ବଧିର ଟ୍ରାଏ୍ ସିରିଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜୀବ…
ନଭେମ୍ବର ୩ ତାରିଖରୁ ବାଜି ରାଉତ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଆସନ୍ତା ନଭେମ୍ବର ୩ ତାରିଖରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବାଜିରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ…
ଫୁଟବଲ ଆସୋସିଏସନ ପକ୍ଷରୁ ହେବ ଗ୍ରାମାଞ୍ଚଳ ଫୁଟବଲ ଲିଗ ଅନୁଗୁଳ – ଅନୁଗୁଳ ଫୁଟବଲ ଆସୋସିଏସନର ପକ୍ଷରୁ ଗ୍ରାମାଞ୍ଚଳ ଫୁଟବଲ ଲିଗ ସଫଳ ଭାବେ କରାଯିବା ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।…