ମୁଖ୍ୟ ଖବର ବସ ଡ୍ରାଇଭରଙ୍କ ଦାଦାଗିରି – ଦମକଳକୁ ଅଟକାଇ ଗାଳି Angul OnlineOctober 25, 2022October 25, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବୁଢାପଙ୍କ ଫାଟକ ନିକଟରେ ଆଜି ଡଲଫିନ ନାମକ ଏକ ଘରୋଇ ଯାତ୍ରୀବାହି ବସର ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ଜରୁରିକାଳୀନ ସେବାରେ ଯାଉଥିବା ଏକ ଦମକଳ ଗାଡିକୁ ଅଟକାଇ ଦୀର୍ଘ ସମୟ ଗାଳିଗୁଲଜ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢାପଙ୍କ ଫାଟକ ସମ୍ମୁଖରେ ରାତି ପ୍ରାୟ ୮ ଟା ରେ ଅନୁଗୁଳରୁ କଲିକତା ଯାଉଥିବା ଡଲଫିନ ନାମକ ଯାତ୍ରୀବାହୀ ବସ ଅନ୍ୟ ଏକ ଗାଡିକୁ ଓଭରଟେକ କରି ଯାଉଥିବା ବେଳେ ବୁଢାପଙ୍କ ଗେଟ ନିକଟରେ ଦମକଳ ବାହିନୀ ଗାଡି ବୁଲାଇବା ସମୟରେ ଦୁଇ ଗାଡି ସାମ୍ନା ସାମ୍ନି ହେଇ ଯାଇଥିଲେ । ତେବେ ଏହା ପରେ ବସ ଡ୍ରାଇଭର ଆଉ ଗାଡିକୁ ସାଇଡ ନକରି ଛିଡା କରି ଦେଇଥିଲେ । ଯାହା ଫଳରେ ଦମକଳ ଗାଡିଟି ଯାଇ ପାରି ନଥିଲା । ଏହାକୁ ନେଇ ବସ ଡ୍ରାଇଭର ଓ ଦମକଳ ବାହିନୀ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ପ୍ରାୟ ୧୫ ମିନିଟରୁ ଊର୍ଦ୍ଧ୍ଵ ସମୟ ଏଭଳି ଯୁକ୍ତିତର୍କ ଲାଗି ରହିଥିବା ବେଳେ ସ୍ଥାନୀୟ ଲୋକ ବୁଝାସୁଝା କରିବା ପରେ ବସ ସାଇଡ ଦେଇଥିଲା । ତେବେ ଏଭଳି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଯାତ୍ରୀବାହୀ ବସ୍ ଡ୍ରାଇଭରଙ୍କ ଦବଙ୍ଗଗିରି ଯୋଗୁଁ ଜରୁରିକାଳୀନ ସେବାରେ ନିୟୋଜିତ ଦମକଳ ବାହିନୀକୁ ଦହଗଞ୍ଜ ହେବାକୁ ପଡିଛି । Advertisement
ହଷ୍ଟେଲ ଫି ଆଦାୟକୁ ବିରୋଧ – ରାସ୍ତାରେ ବସିଲେ ଛାତ୍ରୀ ଅନୁଗୁଳ – ଅନୁଗୁଳ ସରକାରୀ ମହାବିଦ୍ୟାଳୟର ହଷ୍ଟେଲ ଫି‘କୁ ନେଇ କଲେଜ ଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଗ୍ରୀମ ଫି ଆଦାୟକୁ ବିରୋଧ କରି…
ଏସ.ପି. ଅଫିସ ସମ୍ମୁଖରୁ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆଜି ସକାଳୁ ଏକ ମୃତଦେହ ଉଦ୍ଧାର ହୋଇଛି । ଜାତୀୟ ରାଜପଥ ୫୫ କଡରେ ଥିବା…
ନିର୍ବାଚନ ପାଇଁ ୬ ଜଣ ଅତିରିକ୍ତ ଏସ୍ପି, ୧୧ ଜଣ ଡି.ଏସ୍.ପି ସହ ବ୍ୟାପକ ପୁଲିସ ବ୍ୟବସ୍ଥା ଅନୁଗୁଳ – ସାଧାରଣ ନିର୍ବାଚନ ପାଇଁ ଅନୁଗୁଳ ଜିଲ୍ଲାରେ ୪ଟି ଷ୍ଟ୍ରଙ୍ଗରୁମ୍ କରାଯାଇଛି । ଏଠାରେ ଇଭିଏମ୍ଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯିବ । ଏହାର ସୁରକ୍ଷା ପାଇଁ…