ଆଞ୍ଚଳିକ କେନାଲରୁ ନାବାଳକର ମୃତଦେହ ଉଦ୍ଧାର Angul OnlineNovember 3, 2022November 3, 2022 ଅନୁଗୁଳ – ଅନୁଗୁଳ ସହର ଅମଲାପଡା ଦେଇ ଯାଇଥିବା କେନାଲରୁ ଆଜି ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରା ଯାଇଛି । ମୃତ ନାବାଳକ ଜଣଙ୍କ ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ଶଙ୍କର ଶେଖରଙ୍କ ପାଞ୍ଚ ବର୍ଷର ପୁଅ ଚିକୁ ଶେଖର ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଶଙ୍କର ଯାଯାବର ସମ୍ପ୍ରଦାୟର ହୋଇଥିବା ବେଳେ ଅନୁଗୁଳ ଟାଉନ ହାଇସ୍କୁଲ ପାଖରେ ରୁହନ୍ତି । ଗତକାଲି ଦିନ ପ୍ରାୟ ୧ ଟା ବେଳୁ ଚିକୁ ଘରୁ କେଉଁଆଡ଼େ ଚାଲି ଆସିଥିଲେ । ତେବେ ଅପରାହ୍ନ ସୁଦ୍ଧା ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ ହେଁ କୌଣସି ସନ୍ଧାନ ମିଳି ପାରି ନଥିଲା । ଆଜି ସକାଳେ ତାଙ୍କ ମୃତଦେହ କେନାଲରେ ଭାସୁଥିବା ଦେଖି ଲୋକ ପୁଲିସକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦମକଳ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ତେବେ କୌଣସି କାରଣରୁ ଚିକୁ ପାଣିରେ ଖସି ପଡି ଆଉ ବାହାରି ନ ପାରିବାରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । Advertisement
ହିଡସିଂହ ଜଳ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକ୍ଷମ ନେଇ ଆଗତ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗର ମୋହର ଅନୁଗୁଳ – ଓଡିଶା ବିଧାନସଭାରେ ହିଡସିଂହ ଜଳ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକ୍ଷମ ନେଇ ମାନ୍ୟବର ବିଧାୟକ ଅନୁଗୁଳଙ୍କ ଆଗତ ପ୍ରସ୍ତାବକୁ କେନ୍ଦ୍ର ଜଳ ଆୟୋଗର ମୋହର ।…
ରାବଣ ପୋଡିର ଅଫୁଟା ବାଣ ଫୁଟି ନାବଳକ ଗୁରୁତର ତାଳଚେର – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିବାର ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳନ କରା ଯାଇଥିଲା । ତାଳଚେର ସାଉଥବଲଣ୍ଡା ଠାରେ ମଧ୍ୟ…
କସ୍ତୁରଵା ଥିଲେ ମହାତ୍ମା ଗାନ୍ଧୀଜୀଙ୍କର ଅହିଂସାର ମୁଳସୁତ୍ର ଅନୁଗୁଳ – ରାଷ୍ଟ୍ରମାତା କସ୍ତୁରବା ଗାନ୍ଧୀଜୀଙ୍କର ୭୭ ତମ ପୂଣ୍ୟ ତିଥି କାଙ୍ଗୁଲା ସ୍ଥିତ ଉଜ୍ଜଵଳା ଅନୁଷ୍ଠାନ ରେ ପାଳିତ ହୋଇଯାଇଛି । ଦକ୍ଷିଣ ଆଫ୍ରିକାରୁ ମୋହନଦାସ…