ମୁଖ୍ୟ ଖବର ଦୁର୍ଘଟଣାରେ ଜଣେ ମୃତ , ଦୁଇ ଗୁରୁତର Angul OnlineNovember 14, 2022November 14, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମଧୁପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଜଗନ୍ନାଥପୁର ଅଞ୍ଚଳରୁ ତିନି ଜଣ ଯୁବକ ମୋଟରସାଇକେଲରେ ଅନୁଗୁଳ ଆଡକୁ ଆସୁଥଲେ । ତେବେ ମଧୁପୁର ନିକଟରେ ଏକ ଟ୍ରକ ଛିଡା ହୋଇଥିବା ବେଳେ ଚାଳକ ନ ଜାଣି ପାରିବାରୁ ସେଥିରେ ବାଡେଇ ହୋଇ ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଖବର ପାଇ ବନ୍ତଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ଅଜଣା ଗାଡି ଧକ୍କାରେ ମହିଳା ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାଗଡିଆ ଦେଇ ଯାଇଥିବା ୧୫୩ ବି ଜାତୀୟ ରାଜପଥର ବାଗଡିଆ ବଡଯୋରା ନାଳ ନିକଟସ୍ଥ ମା ହିଙ୍ଗୁଳା ପିଠ ଠାରେ…
ବାରହା ସହ ଦୁର୍ଘଟଣା – ଜଣଙ୍କର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଦବର ନିକଟରେ ବାରହା ସହିତ ଦୁର୍ଘଟଣା ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ…
ଦୁଇ ଅପହରଣକାରୀ ଗିରଫ – ନାବାଳକ ଉଦ୍ଧାର ତାଳଚେର – ନାବାଳକକୁ ଅପହରଣ କରି ନେବା ବେଳେ ଅପହରଣକାରୀଙ୍କୁ କାବୁ କରି ନେଲା ତାଳଚେର ପୁଲିସ । ସେମାନଙ୍କ କବଳରୁ ନାବଳକକୁ ଉଦ୍ଧାର କରା ଯାଇଛି…