ଖେଳ ଓ ଖେଳାଳି ତିନି ସ୍ୱର୍ଣ୍ଣ ଜିଣି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ପ୍ରକାଶ Angul OnlineNovember 14, 2022November 14, 2022 ଅନୁଗୁଳ – ବେଙ୍ଗଲ ଆଥେଲେଟିକ ଆସୋସିଏସନ ପକ୍ଷରୁ ଦୁଗଲି ଜିଲ୍ଲାର ଚିନସୁରା ମୈଦାନରେ ମିନି ଇଣ୍ଟରନେସନାଲ ମାଷ୍ଟର ଆଥେଲେଟିକ ମିଟ ୨୨ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବାଙ୍ଗଳାଦେଶ , ଶ୍ରୀଲଙ୍କା , ନେପାଳ ଓ ଭାରତରୁ ପ୍ରାୟ ୧ ହଜାରରୁ ଅଧିକ ଖେଳାଳି ଭାଗ ନେଇଥିଲେ । ଭାରତରୁ ପ୍ରତିନିଧିତ୍ୱ କରୁଥିବା ଖେଳାଳି ମାନଙ୍କ ମଧ୍ୟରେ ଓଡ଼ିଶାର ୭ ଜଣ ଖେଳାଳି ରହିଥିବା ବେଳେ ଏଥିରେ ଅନୁଗୁଳର ପ୍ରକାଶ ଗଡନାୟକ ମଧ୍ୟ ଭାଗ ନେଇଥିଲେ । ପ୍ରକାଶ ଏହି ପ୍ରତିଯୋଗିତାରେ ଏକା ସାଙ୍ଗରେ ୩ ଟି ସ୍ୱର୍ଣ୍ଣ ପଦକ ଜିତି ଅନୁଗୁଳ ଜିଲ୍ଲା ସମେତ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ସେ ୧୦୦ ମିଟର , ୨୦୦ ମିଟର ଦୌଡ ଓ ଉଚ୍ଚଡିଆଁରେ ଭାଗ ନେଇ ଚମତ୍କାର ଖେଳ ପ୍ରଦର୍ଶନ କରି ୩ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । Advertisement
ବିଜୁ ପ୍ରିମିୟର ଲିଗ୍ ର ଉଦଘାଟନ ଉତ୍ସବ ଓ ଟ୍ରଫି ଉନ୍ମୋଚନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ – ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଜୁ ପ୍ରିମିୟର ଲିଗ୍ ର କ୍ରିକେଟ ପ୍ରତିଯୋଗିତାର…
ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସୋଲଡା ଠାରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରଥମ ଶିବଶକ୍ତି ଭଲିବଲ ଟୁର୍ଣ୍ଣାମେଣ୍ଟରେ…
ଓଡିଶା ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ଅନୁଗୁଳ – ଅନୁଗୁଳ ନାଲକୋନଗରସ୍ଥିତ ଇନଡୋର ହଲରେ ଅନୁଗୁଳ ଜିଲ୍ଲା ୟୁନାଇଟେଡ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଦ୍ବାରା ” ଓଡିଶା ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ୨୦୨୦ ”…