ରାଜନୀତି ସନ୍ତୋଷ ହେଲେ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ Angul OnlineNovember 19, 2022November 19, 2022 ଅନୁଗୁଳ – ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଆଜି ଅବିଭକ୍ତ ଅନୁଗୁଳ-ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦେଶକ ପଦବୀ ପାଇଁ ଅନୁଷ୍ଠିତ ନିର୍ବାଚନରେ ସନ୍ତୋଷ କୁମାର ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଏହି ପଦବୀ ପାଇଁ ତାଳଚେର ସନ୍ତୋଷ କୁମାର ପ୍ରଧାନ ଓ ଢେଙ୍କାନାଳର ପ୍ରତାପ ଚନ୍ଦ୍ର ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଉଭୟ ବିଜୁ ଜନତା ଦଳ ସମର୍ଥିତ ହୋଇଥିବା ବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବନ୍ଦ ଲଫାପାରେ ସନ୍ତୋଷ ପ୍ରଧାନଙ୍କ ନାମ ସୁପାରିଶ କରିଥିଲେ । ଏହା ସତ୍ୱେ ପ୍ରତାପ ଚନ୍ଦ୍ର ମଲ୍ଲିକ ନାମାଙ୍କନ କରିବା ଯୋଗୁଁ ସାମାନ୍ୟ ଦ୍ଵନ୍ଦ ସୃଷ୍ଟି ହୋଇଥିଲା । ତେବେ ଦଳର ନିର୍ଦେଶକୁ ମାନିବା ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ରୁଦ୍ଧଦ୍ୱାର ବୈଠକ ବସିବା ସହ ଶେଷରେ ସନ୍ତୋଷ ପ୍ରଧାନଙ୍କୁ ଭୋଟ ଦେବାକୁ ନିଷ୍ପତ୍ତି ନିଆ ଯାଇଥିଲା । ଏହି ନିଷ୍ପତ୍ତି ଅନୁସାରେ ଆଜି ଅନୁଷ୍ଠିତ ନିର୍ବାଚନରେ ସମସ୍ତ ୧୫ ଟି ଭୋଟ ସନ୍ତୋଷ ପ୍ରଧାନଙ୍କ ସପକ୍ଷରେ ଯାଇଥିଲା । ଏପରିକି ପ୍ରତିଦ୍ବନ୍ଦୀ ପ୍ରତାପ ମଲ୍ଲିକ ମଧ୍ୟ ନିଜ ଭୋଟ ଖଣ୍ଡିକ ସନ୍ତୋଷ ପ୍ରଧାନଙ୍କୁ ଦେଇଥିଲେ । ଅପରାହ୍ନ ୨ ଟା ରେ ଫଳାଫଳ ଘୋଷଣା ପରେ ବିଜେଡି କର୍ମୀମାନେ ବାଣ ଫୁଟାଇ ଖୁସି ମନାଇଥିଲେ । Advertisement
ପୌରାଧ୍ୟକ୍ଷ ପାଇଁ ୩ ଓ କାଉନସିଲର ପାଇଁ ୧୯ ଜଣଙ୍କ ନାମାଙ୍କନ ଦାଖଲ ଅନୁଗୁଳ – ଅନୁଗୁଳ ପୌରପାଳିକାର ପୌରାଧକ୍ଷ ପଦବୀ ପାଇଁ ରବିବାର ଦିନ ୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୧୯ ଜଣ କାଉନସିଲର ପଦବୀ…
ସରକାରୀ ଯୋଜନାରେ ତ୍ବରାନ୍ବିତକରଣ ପାଇଁ ବିଧାୟକଙ୍କ ସମୀକ୍ଷା ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ବିଧାୟକ ନଳିନୀକାନ୍ତ ପ୍ରଧାନ । ଜିଲ୍ଲା ପରିଷଦ ସମ୍ମିଳନୀ…
ଅନୁଗୁଳରେ ବିଜେଡିର ମହିଳା ପ୍ରାର୍ଥୀ !! ଅନୁଗୁଳ – ବୁଧବାର ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ସାଂସଦୀୟ କ୍ଷେତ୍ର ଓ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି…