ରାଜନୀତି ସନ୍ତୋଷ ହେଲେ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ Angul OnlineNovember 19, 2022November 19, 2022 ଅନୁଗୁଳ – ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଆଜି ଅବିଭକ୍ତ ଅନୁଗୁଳ-ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦେଶକ ପଦବୀ ପାଇଁ ଅନୁଷ୍ଠିତ ନିର୍ବାଚନରେ ସନ୍ତୋଷ କୁମାର ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଏହି ପଦବୀ ପାଇଁ ତାଳଚେର ସନ୍ତୋଷ କୁମାର ପ୍ରଧାନ ଓ ଢେଙ୍କାନାଳର ପ୍ରତାପ ଚନ୍ଦ୍ର ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଉଭୟ ବିଜୁ ଜନତା ଦଳ ସମର୍ଥିତ ହୋଇଥିବା ବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବନ୍ଦ ଲଫାପାରେ ସନ୍ତୋଷ ପ୍ରଧାନଙ୍କ ନାମ ସୁପାରିଶ କରିଥିଲେ । ଏହା ସତ୍ୱେ ପ୍ରତାପ ଚନ୍ଦ୍ର ମଲ୍ଲିକ ନାମାଙ୍କନ କରିବା ଯୋଗୁଁ ସାମାନ୍ୟ ଦ୍ଵନ୍ଦ ସୃଷ୍ଟି ହୋଇଥିଲା । ତେବେ ଦଳର ନିର୍ଦେଶକୁ ମାନିବା ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ରୁଦ୍ଧଦ୍ୱାର ବୈଠକ ବସିବା ସହ ଶେଷରେ ସନ୍ତୋଷ ପ୍ରଧାନଙ୍କୁ ଭୋଟ ଦେବାକୁ ନିଷ୍ପତ୍ତି ନିଆ ଯାଇଥିଲା । ଏହି ନିଷ୍ପତ୍ତି ଅନୁସାରେ ଆଜି ଅନୁଷ୍ଠିତ ନିର୍ବାଚନରେ ସମସ୍ତ ୧୫ ଟି ଭୋଟ ସନ୍ତୋଷ ପ୍ରଧାନଙ୍କ ସପକ୍ଷରେ ଯାଇଥିଲା । ଏପରିକି ପ୍ରତିଦ୍ବନ୍ଦୀ ପ୍ରତାପ ମଲ୍ଲିକ ମଧ୍ୟ ନିଜ ଭୋଟ ଖଣ୍ଡିକ ସନ୍ତୋଷ ପ୍ରଧାନଙ୍କୁ ଦେଇଥିଲେ । ଅପରାହ୍ନ ୨ ଟା ରେ ଫଳାଫଳ ଘୋଷଣା ପରେ ବିଜେଡି କର୍ମୀମାନେ ବାଣ ଫୁଟାଇ ଖୁସି ମନାଇଥିଲେ । Advertisement
ମମିତା ହତ୍ୟାକାଣ୍ଡ ତାତି ଅନୁଗୁଳରେ – ବିଜେପି ଯୁବମୋର୍ଚ୍ଚାର ଏସପି ଅଫିସ ଆଗରେ ପୁଲିସ ସହ ଧସ୍ତାଧସ୍ତି ଅନୁଗୁଳ – କଳାହାଣ୍ଡି ମହାଲିଙ୍ଗର ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ବିଜେଡି ସରକାରର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି(ଶୁକ୍ରବାର) ଅନୁଗୁଳ…
ଚତୁର୍ଥ ଥର ପାଇଁ ରାଜୀବ ଛାତ୍ର ବିଜେଡି ସଭାପତି ଅନୁଗୁଳ – ଅନୁଗୁଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ରାଜୀବ ଲୋଚନ ଦାସ ପୁଣିଥରେ ମନୋନୀତ ହୋଇଛନ୍ତି । ଦଳର ସୁପ୍ରିମୋ ଚତୁର୍ଥ ଥର ପାଇଁ…
ସଂଗ୍ରାମର ମାଟି ଅନୁଗୁଳ – ମୁଖ୍ୟମନ୍ତ୍ରୀ 👉 ୧୮୦୦ କୋଟି ମୂଲ୍ୟର ପ୍ରକଳ୍ପ ଶୁଭାରମ୍ଭ 👉 ବିକାଶ ଅନୁଗୁଳର ସବୁଠାରୁ ବଡ ପରିଚୟ ଅନୁଗୁଳ – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ…