ଆଞ୍ଚଳିକ ଟ୍ରାକ୍ଟର ଓଲଟି ଜଣେ ମୃତ Angul OnlineNovember 25, 2022November 25, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସ ଗାଁରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ବତିଷ୍ଠ ପଟନାୟକ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ବଶିଷ୍ଠ ଟ୍ରାକ୍ଟର ନେଇ ରାତିରେ ମୋରମ ନେବା ପାଇଁ ଯାଇଥିଲେ । ତେବେ ମୋରମ ନେଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଚାପି ହୋଇ ବତିଷ୍ଠଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରି ତଦନ୍ତ କରୁଛି Advertisement
ବିଜେଡ଼ିର ମିଶ୍ରଣ ପର୍ବ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଛେଣ୍ଡିପଦା ନିର୍ବାଚନ…
ଶହୀଦ ଯବାନଙ୍କ ଉଦ୍ଦେଶ୍ୟର ସ୍ମୃତିଚାରଣ ଅନୁଗୁଳ – ଅମଲାପଡାସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ପରିସରରେ ବୁଧବାର ତାମିଲନାଡୁ କୁନ୍ନୁର ନିକଟରେ ଘଟିଥିବା ବାୟୁସେନା ବିମାନ ଦୁର୍ଘଟଣାରେ ନିହତ ଶହୀଦଙ୍କ ସ୍ମୃତିରେ ଏକ ଶୋକସଭା…
ସାମ୍ବାଦିକ ରଘୁଙ୍କ ଶ୍ରାଦ୍ଧ ବାର୍ଷିକିରେ ରକ୍ତଦାନ ଶିବିର ଅନୁଗୁଳ – ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଅନୁଗୁଳ ରକ୍ତଦାନ ଭବନଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ।…