ମୁଖ୍ୟ ଖବର ବସ ପଛରେ ବାଡେଇ ହୋଇ ଦୁଇ ମୃତ Angul OnlineNovember 25, 2022November 25, 2022 ପାଲଲହଡା – ଅନୁଗୁଳ ଜିଲ୍ଲାରେ ସଡକ ଦୁର୍ଘଟଣାରେ ପୁଣି ଦୁଇ ଜଣଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଖମାର ଥାନା ଖେମଳା ନିକଟରେ ଏକ ବସ ପଛରେ ଏକ ମୋଟରସାଇକେଲ ବାଡେଇ ହେବା ଫଳରେ ଦୁଇ ମୋଟରସାଇକେଲ ଆରୋହି ଗୁରୁତର ହୋଇ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଏବଂ ଅନ୍ୟ ଜଣଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୃତକ ଦୁଇଜଣ ହେଲେ ଶିବ କୁମାର ରାଉଳ ଓ ସୂର୍ଯ୍ୟ କୁମାର ରାଉତ । ଉଭୟ ମେଡ଼ିସିନ ରିପ୍ରେଜେଣ୍ଟିଭ ହୋଇଥିବା ବେଳେ ପାଲଲହଡା ଅଞ୍ଚଳରୁ କାମ ସାରି ଦିନ ପ୍ରାୟ ୧୧.୩୦ ବେଳେ ଖମାର ଆଡ଼କୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । Advertisement
କାମ କରୁ ନାହିଁ ‘ଅନୁଗୁଳ ବନସାଥୀ ଆପ – ପାଣିରେ ପଡିଲା ଲକ୍ଷାଧିକ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ଲଢେଇକୁ ରୋକିବା ସହ ବନବିଭାଗର ଲୋକମାନଙ୍କ ସହ ସମ୍ପର୍କକୁ ଦ୍ଵିଗୁଣିତ କରିବାକୁ ଆରମ୍ଭ ହୋଇଥିଲା ‘ଅନୁଗୁଳ ବନସାଥୀ ଆପ‘…
ମର୍ମଦୁନ୍ତ ସଡକ ଦୁର୍ଘଟଣା – ଦୁଇ ମୃତ ଦୁଇ ଗୁରୁତର ତାଳଚେର – ଅନୁଗୁଳ ଜିଲ୍ଲା ଚାଇଁପାଳ ଓଭରବ୍ରିଜ ଉପରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଏକ କୋଇଲା ବୋଝେଇ ଟ୍ରକ ପଛରେ ଏକ ମାରୁତି…
ପୋଖରୀରେ ବୁଡି ଦୁଇ ନାବାଳିକା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କୁରୁମଛକ ଠାରେ ଏକ ଅଭାବନୀୟ ଘଟଣା ଘଟିଛି । କୁରୁମଛକ ନିକଟସ୍ଥ ଏକ ପୋଖରୀରେ ବୁଡି ଗାଁର ଦୁଇ…