ମୁଖ୍ୟ ଖବର ବସ ପଛରେ ବାଡେଇ ହୋଇ ଦୁଇ ମୃତ Angul OnlineNovember 25, 2022November 25, 2022 ପାଲଲହଡା – ଅନୁଗୁଳ ଜିଲ୍ଲାରେ ସଡକ ଦୁର୍ଘଟଣାରେ ପୁଣି ଦୁଇ ଜଣଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଖମାର ଥାନା ଖେମଳା ନିକଟରେ ଏକ ବସ ପଛରେ ଏକ ମୋଟରସାଇକେଲ ବାଡେଇ ହେବା ଫଳରେ ଦୁଇ ମୋଟରସାଇକେଲ ଆରୋହି ଗୁରୁତର ହୋଇ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଏବଂ ଅନ୍ୟ ଜଣଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୃତକ ଦୁଇଜଣ ହେଲେ ଶିବ କୁମାର ରାଉଳ ଓ ସୂର୍ଯ୍ୟ କୁମାର ରାଉତ । ଉଭୟ ମେଡ଼ିସିନ ରିପ୍ରେଜେଣ୍ଟିଭ ହୋଇଥିବା ବେଳେ ପାଲଲହଡା ଅଞ୍ଚଳରୁ କାମ ସାରି ଦିନ ପ୍ରାୟ ୧୧.୩୦ ବେଳେ ଖମାର ଆଡ଼କୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । Advertisement
ମହିଳାଙ୍କୁ ଜାଳି ମାରିଦେବା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୁଳ – ସମ୍ବଲପୁର ଜିଲ୍ଲା ଶାସନସାହି ଥାନା ଶୋଡ଼ସିଂହା ଗାଁରେ ୨୦୧୫ ମସିହା ଜୁଲାଇ ୨୫ ତାରିଖରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଘର ଭିତରେ…
ଶାଳିଆପତନିକୁ ଗିଳି ନାଗ ମଲା ଅନୁଗୁଳ – ଖାଦ୍ୟ ଲୋଭରେ ଏକ ବଡ ଶାଳିଆପତନିକୁ ଗିଳି ଏକ ପାଞ୍ଚ ଫୁଟର ନାଗ ସାପର ମୃତ୍ୟୁ ହୋଇଛି । ଏଭଳି ଘଟଣା ଅନୁଗୋଳ ସହର…
ଜମିହରାଙ୍କୁ ମିଳିନି କ୍ଷତିପୂରଣ – ତିନି ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦେଲେ ଉଚ୍ଚ ନ୍ୟାୟାଳୟ ଅନୁଗୋଳ – ଜଳ ସେଚନ ପ୍ରକଳ୍ପ ପାଇଁ ଜମି ହରାଇଲେ । ତେବେ ସେହି କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ଏ ଯାଏଁ କ୍ଷତିପୂରଣ ମିଳିଲା ନାହିଁ ।…