ଅପରାଧ ଗାଁ ସଭାପତି ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ Angul OnlineNovember 29, 2022November 29, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ବଡ଼କ୍ଷେତା ଗ୍ରାମର ତିନି ବର୍ଷ ତଳେ ଗାଁ ସଭାପତିଙ୍କୁ ଛୁରୀ ଭୁସି ହତ୍ୟା ମାମଲାର ରାୟ ମଙ୍ଗଳବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଦାଲତରେ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରଞ୍ଜିତା ଜ୍ୟୋତିଷି ମାମଲାର ଶୁଣାଣି କରି ଅଭିଯୁକ୍ତ ବଡ଼କ୍ଷେତା ଗ୍ରାମର ଦ୍ବାରି ଭୋଇକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହିତ ୧୦ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ଏକବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି । ସୂଚନା ଅନୁସାରେ , ୨୦୧୯ ମସିହା ନଭେମ୍ବର ୧୩ ତାରିଖ ଦିନ ଏହି ହତ୍ୟାକାଣ୍ଡ ଘଟିଥିଲା । ଗାଁରେ ବୈଠକ ଚାଲିଥିବା ବେଳେ ବୈଠକ ମଝିରେ ଗାଁ ସଭାପତି ବରଜୁ ପ୍ରଧାନଙ୍କ ବେଳକୁ ଛୁରୀ ଭୁସି ଦ୍ଵାରି ହତ୍ୟା କରିଥିଲା । ଘଟଣା ଘଟିବା ଦିନ ଅଭିଯୁକ୍ତ ଦ୍ଵାରି ଓ ସେହି ଗ୍ରାମର ଜୁନା ପ୍ରଧାନଙ୍କ ମଧ୍ୟରେ ବିବାଦ ହୋଇଥିଲା । ଗ୍ରାମର ଜଣେ ଲୋକଙ୍କ ଘରୁ କାଠ ଚୋରି କରିବାକୁ ନେଇ ଉଭୟ ମୁହାଁମୁହିଁ ହୋଇଥିଲେ । ବିବାଦ ଉଗ୍ର ରୂପ ନେଇଥିଲା । ତେଣୁ ସମାଧାନ ପାଇଁ ଅପରାହ୍ନରେ ଗାଁ ସଭାପତି ବରକୁ ପ୍ରଧାନ ଉଭୟଙ୍କୁ ଡକାଇଥିଲେ । ଉଭୟଙ୍କ ପକ୍ଷ ଶୁଣି ବରଜୁ ଫଏସଲା କରିଥିଲେ । ମାତ୍ର ତାଙ୍କ ଫସଲାରେ ଖୁସି ନ ହୋଇ ଦ୍ଵାରି ରାଗି ଯାଇ ପକେଟ୍ରେ ଆଣିଥିବା ଛୁରୀକୁ ବରଜୁଙ୍କ ବେକକୁ ଭୁସି ଦେଇଥିଲେ । ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳରେ ହିଁ ବରଜୁଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ଭିଆଇ ଅଭିଯୁକ୍ତ ଦ୍ବାରି ସେଠାରୁ ଫେରାର ହୋଇଯାଇଥିଲା । ମୃତ ବରଜୁଙ୍କ ପତ୍ନୀ ପୁନି ପ୍ରଧାନ ଏନେଇ ପୁରୁଣାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଏ ସଂକ୍ରାନ୍ତରେ କେସ୍ ନଂ ୬୨/୧୯ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ମୋଟ୍ ୧୫ କଣଙ୍କ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ବିଚାରପତି ରଞ୍ଜିତ ଜ୍ୟୋତିଷି ଅଭିଯୁକ୍ତ ଦ୍ବାରିକୁ ଦୋଷୀ ସାବ୍ୟସ୍ତ କରିବା ସହ ରାୟ ଶୁଣାଇଥିଲେ । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ତାପସ ରଞ୍ଜନ ମିଶ୍ର ଓ ବିଶ୍ୱଜିତ ବରାଳ ଏହି ମାମଲା ପରିଚାଳନା କରୁଥିଲେ । Advertisement
ବାଲେଶ୍ଵରରୁ ଆଣି ଅନୁଗୁଳରେ ଧଳା ଜହର ବିକ୍ରି ବେଳେ କାବୁ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଆଲୁମିନିୟମ ପାର୍କ ଅଞ୍ଚଳରୁ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ପୁଲିସ ଆଜି ଦୁଇ ଜଣଙ୍କୁ…
ମହିଳା ସଂଘ ସଦସ୍ଯାଙ୍କ ଠାରୁ ଟଙ୍କା ଠକେଇ ଘଟଣା- ମା ଓ ଝିଅ ଗିରଫ ଅନୁଗୁଳ – ମହିଳା ସଂଘର ସଭାନେତ୍ରୀ ହୋଇ ମହିଳାଙ୍କ ନାମରେ ବ୍ଯାଙ୍କରୁ ଋଣ ନେବା ସହ ମହିଳା ମାନଙ୍କ ଠାରୁ ଧାର ଆକାରରେ ଟଙ୍କା ନେଇ ଫେରାର…
କଥା ମାନିଲା ନାହିଁ ବୋଲି ସ୍ତ୍ରୀକୁ ତଣ୍ଟି ଚିପି ମାରିଦେଲା – ସ୍ଵାମୀ ଗିରଫ ଅନୁଗୁଳ – ଅନୁଗୁଳ ସହରରେ ଥିବା ସୌଭାଗ୍ୟନଗରର ଏକ ପଡ଼ିଆରୁ ଗତ ୨୭ ତାରିଖ ବିନୋଦିନୀ ଗୋଚ୍ଛାୟତ ନାମକ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ତାଙ୍କ…