ଆଞ୍ଚଳିକ ପୁଣି ଦନ୍ତାହାତୀ ମୃତ – ଗୁଳି କରି ହତ୍ୟା ସନ୍ଦେହ Angul OnlineDecember 2, 2022December 2, 2022 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡାଗାଡି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଘୋଡାଗାଡି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ପଡ଼ିଥିବାର ଖବର ପାଇ, ରେଞ୍ଜର ବନବିଭାଗ ଅଧିକାରୀ ଏସିଅଫ ଗୌରୀଶଙ୍କର ଦାସ, ଫରେଷ୍ଟର ଦୀପ୍ତିରଞ୍ଜନ, ରେଞ୍ଜ ଅଫିସର ମାଧପୁର ସନ୍ତୋଷ କୁମାର ଭୋଇ,ବିଶ୍ୱାଳ, ଡି ଏଫ ଓ ଏସ. ଆନନ୍ଦ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀଟି ଗତ ଦୁଇ ଦିନ ତଳୁ ମରିଥିବାର ଅନୁମାନ କରାଯାଉଛି । ତେବେ ହାତୀଟିକୁ କୌଣସି ଶିକାରୀ ଗୁଳି କରିଥିବାର ସନ୍ଦେହ କରା ଯାଉଛି । ଶବ ବ୍ୟବଚ୍ଛେଦ ପରେ ଅଧିକ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ । Advertisement
କଲେଜ ଡେମନଷ୍ଟ୍ରେଟରଙ୍କ ପରଲୋକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ଛେଣ୍ଡିପଦା ସ୍ଥିତ ବାପୁଜୀ ମହାବିଦ୍ୟାଳୟରେ ଡେମନଷ୍ଟ୍ରେଟର ରାମଚନ୍ଦ୍ର ସାହୁଙ୍କର ରବିବାର ସକାଳେ କଟକ ଠାରେ ଏକ ଘରୋଇ…
ଶୋଇଥିବା ବେଳେ ଛାତ୍ରୀଙ୍କ ତଣ୍ଟି ସହପାଠୀ କାଟିଦେବା ଅଭିଯୋଗ ଅନୁଗୁଳ – ଘରୋଇ ଶିକ୍ଷାନୁଷ୍ଠାନର ଲେଡି ହଷ୍ଟେଲରେ ଛାତ୍ରୀଙ୍କ ତଣ୍ଟି ସହପାଠୀ କାଟି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ପ୍ରାଣୀ ସମ୍ପଦ ସେବା ନିମନ୍ତେ ଭ୍ରାମ୍ଯମାଣ ପଶୁ ସମ୍ପଦ ଆମ୍ବୁଲାନ୍ସର ଶୁଭାରମ୍ଭ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷl ଶ୍ରୀମତୀ ଶାଲୁ ଜିନ୍ଦଲ ଏକ ସ୍ଵତନ୍ତ୍ର ଭାବେ…