ଆଞ୍ଚଳିକ ପୁଣି ଦନ୍ତାହାତୀ ମୃତ – ଗୁଳି କରି ହତ୍ୟା ସନ୍ଦେହ Angul OnlineDecember 2, 2022December 2, 2022 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡାଗାଡି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଘୋଡାଗାଡି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ପଡ଼ିଥିବାର ଖବର ପାଇ, ରେଞ୍ଜର ବନବିଭାଗ ଅଧିକାରୀ ଏସିଅଫ ଗୌରୀଶଙ୍କର ଦାସ, ଫରେଷ୍ଟର ଦୀପ୍ତିରଞ୍ଜନ, ରେଞ୍ଜ ଅଫିସର ମାଧପୁର ସନ୍ତୋଷ କୁମାର ଭୋଇ,ବିଶ୍ୱାଳ, ଡି ଏଫ ଓ ଏସ. ଆନନ୍ଦ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀଟି ଗତ ଦୁଇ ଦିନ ତଳୁ ମରିଥିବାର ଅନୁମାନ କରାଯାଉଛି । ତେବେ ହାତୀଟିକୁ କୌଣସି ଶିକାରୀ ଗୁଳି କରିଥିବାର ସନ୍ଦେହ କରା ଯାଉଛି । ଶବ ବ୍ୟବଚ୍ଛେଦ ପରେ ଅଧିକ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ । Advertisement
ବିଜୁ ଯୁବ ଜନତା ଦଳ ଦ୍ବାରା ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି ଅନୁଗୁଳ – ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ ଅନୁଗୁଳ ଜଗନ୍ନାଥ ମନ୍ଦିର ଠାରେ , ବିଜୁ ଯୁବ ଜନତା…
କୋଇଲା ଲୋଡିଙ୍ଗ ସମୟରେ ଜଳିଗଲା ଲୋଡର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣି ରୋଡ଼ସେଲ ସାଇଡିଂ ରେ କୋଇଲା ଲୋଡିଙ୍ଗ ସମୟରେ ଜଳିଗଲା ଏକ ଲୋଡର । ଲୋଡରଟି ଜଳିବାର…
ଅନୁଗୁଳ ମାଟି , ସଂଗ୍ରାମର ମାଟି – ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ୍ ପରିସରରେ କରୋନା କଟକଣା ମଧ୍ୟରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ…