ରାଜନୀତି କିଏ କଲା ତାଳଚେର ବନ୍ଦ !! ବିଜେଡି-ବିଜେପି ମୁହାଁମୁହିଁ(ଭିଡିଓ) Angul OnlineDecember 3, 2022December 4, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ବରିଷ୍ଠ ଡାକ୍ତର ପ୍ୟାରୀମୋହନ ମହାପାତ୍ରଙ୍କ ଗତକାଲି ଜେଲରେ ମୃତ୍ୟୁ ହେବା ପରେ ଆଜି ତାଳଚେର ଅଞ୍ଚଳର ସମସ୍ତ କୋଇଲା ଖଣି ବନ୍ଦ ରହିଥିଲା । ଯାହାକି ଏକ ପ୍ରକାର ଅଘୋଷିତ ବନ୍ଦ ଡାକରା ଥିଲା । କାରଣ ଏହି ବନ୍ଦ ଡାକରା କେହି ନିଜ ମୁଣ୍ଡକୁ ନେଇ ନଥିଲେ । କିଛି ବିଜେଡି କର୍ମୀ ସାମାଜିକ ଗଣ ମାଧ୍ୟମରେ ତାଳଚେର ବନ୍ଦ ନେଇ ଲେଖିଥିଲେ ମଧ୍ୟ ତାଳଚେର ବନ୍ଦ ଡାକରା ନେଇ ଗଣମାଧ୍ୟମକୁ ବିଜେଡି ପକ୍ଷରୁ ହୋଇ ନଥିବା କୁହା ଯାଇଥିଲା । ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁ ମଧ୍ୟ ଗଣମାଧ୍ୟମକୁ ସମାନ କଥା କହି ବନ୍ଦ ଡାକରା ମଞ୍ଚ ପକ୍ଷରୁ କରା ଯାଇ ନାହିଁ ବରଂ ତାଳଚେରବାସୀ ସ୍ୱତଃପ୍ରବୃତ ଭାବେ ବନ୍ଦ କରିଛନ୍ତି ବୋଲି କହିଥିଲେ । ତେବେ ଆଜି ଏହି ତାଳଚେର ଅଞ୍ଚଳର ଖଣି ବନ୍ଦକୁ ନେଇ ଉଭୟ ବିଜେଡି ଓ ବିଜେପି ଦୋଷ ଠେଲାଠେଲି ହୋଇଛନ୍ତି । ଉଭୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରା ଯାଇଛି । ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିବା ବେଳେ ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଏହି ବନ୍ଦ ପାଇଁ ବିଜେଡି ଓ ସୁରକ୍ଷା ମଂଚକୁ ଦାୟୀ କରିଛନ୍ତି । ଏହି ବନ୍ଦ ଫଳରେ ଶହ ଶହ ଶ୍ରମିକ , ଗାଡି ମାଲିକଙ୍କ ପେଟକୁ ଲାତ ମରା ଯାଉଛି ବୋଲି କହିଛନ୍ତି । ଯାହାକୁ ସେ ନିନ୍ଦା ମଧ୍ୟ କରିଛନ୍ତି । ସେପଟେ ବିଜେଡି ଓ ସୁରକ୍ଷାମଞ୍ଚ ପକ୍ଷରୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ବିଜେପିର ଅଭିଯୋଗକୁ ଖଣ୍ଡନ କରାଯାଇଛି । ଶୁଣନ୍ତୁ ଉଭୟ ଦଳର ନେତା କଣ କହୁଛନ୍ତି । https://angulonline.com/odia/wp-content/uploads/2022/12/VID-20221203-WA0003.mp4 https://angulonline.com/odia/wp-content/uploads/2022/12/VID-20221203-WA0002.mp4 Advertisement
ଅନୁଗୁଳ ଜିଲ୍ଲା ବିଜେପିର ନୂଆଁ ଟିମ ଅନୁଗୁଳ – ଅନୁଗୁଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ଆଜି ନୂତନ ଜିଲ୍ଲା ପଦାଧିକାରୀ , ମୋର୍ଚ୍ଚା ସଭାପତି ଏବଂ ଜିଲ୍ଲା କାର୍ଯ୍ୟକାରିଣୀଙ୍କ ନାମ ଘୋଷଣା କରା…
ରାଜ୍ୟ ଉପସଭାପତି ଭାବେ ଦ୍ଵିତୀୟ ଥର ପାଇଁ ସୁଜିତଙ୍କୁ ଦାୟିତ୍ଵ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ଯୁବ ଦକ୍ଷ ସଂଗଠକ ସୁଜିତ୍ ପ୍ରସାଦ ଦ୍ବିବେଦୀ (ବାପୁ) ଦ୍ଵିତୀୟ ଥର ପାଇଁ ବିଜୁ ଯୁବ ଜନତା…
ପୁଣି ଜଣେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ କୁଶକିଳା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତି ଓ ସରପଞ୍ଚଙ୍କ ମନମୁଖି କାର୍ଯ୍ୟକୁ ନେଇ ଶୁକ୍ରବାର ଅନୁଗୁଳ ଉପଜିଲ୍ଲାପାଳଙ୍କ…