ଅପରାଧ ଚୋରା ଶାଗୁଆନ କାଠ ଗଣ୍ଡି ଭର୍ତ୍ତି ପିକଅପ ଭ୍ୟାନ ଜବତ Angul OnlineDecember 6, 2022December 6, 2022 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ କୋଶଳା ଭାଗଲାକଟା ପ୍ରଧାନ ବନ୍ଧ ନିକଟରୁ ବନବିଭାଗ ଶାଗୁଆନ କାଠଗଣ୍ଡି ବୋଝେଇ ଏକ ଭ୍ୟାନକୁ ଜବତ କରିବା ସହିତ ଜଣକୁ ଗିରଫ କୋର୍ଟ ଚାଲଣ କରିଛି । ଗିରଫ ଯୁବକ ଜଣକ ହେଲ କୋଶଳା ଗ୍ରାମର ମହେଶ୍ବର ବେହେରା ବୋଲି ଜଣାପଡିଛି । ସୂଚନା ଅନୁସାରେ ସୋମବାର ଛେଣ୍ଡିପଦା ପୁଲିସ କୋଶଳାରୁ ବ୍ରାହ୍ମଣବିଲ ଯାଇଥିବା ରାସ୍ତାରେ ପେଟ୍ରାଲିଂ କରୁଥିବା ବେଳେ ଏକ (ଓଡି ୧୯ ଏଚ ୪୮୩୧) ପିକଅପ ଭ୍ୟାନ ଦ୍ରୁତ ଗତିରେ ଆସୁଥିବା ଦେଖି ପୁଲିସ ଉକ୍ତ ପିକଭ୍ୟାନକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡିରେ ଚୋରା ଶାଗୁଆନ କାଠ ଗଣ୍ଡି ବୋଝେଇ ହୋଇଥିବା ଦେଖି ପୁଲିସ ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ଫରେଷ୍ଟର ପଦ୍ମଚରଣ ସାହୁ , ଫରେଷ୍ଟ୍ ଗାର୍ଡ଼ ସିତୁ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପିକଅପ ଭ୍ୟାନକୁ ଜବତ କରିବା ଗାଡିର ମାଲିକ ମହେଶ୍ବରଙ୍କୁ ଗିରଫ କରିଥିଲେ । ପିକଅପ ଭ୍ୟାନରେ ମହେଶ୍ବର ୧୭ଟି ଶାଳଗଣ୍ଡି ଯାହା ୩୮ ସିଫ୍ଟରୁ ଉର୍ଦ୍ଧ୍ବ ହେବ ବୋଲି ବନବିଭାଗ ପ୍ରକାଶ କରିଥିବା ବେଲେ ଏନେଇ ବନାଞ୍ଚଳ କେସ ନଂ ୧୨ରେ ମାମଲା ରୁଜୁ କରାଯାଇ ମହେଶ୍ବରଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । Advertisement
ବ୍ରିଜ ତଳୁ ବୁବୁ ଭଞ୍ଜର ମୃତଦେହ ଉଦ୍ଧାର – ଧାରୁଆ ଅସ୍ତ୍ରରେ ହତ୍ୟା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖମାର ନିକଟରେ ନିର୍ମାଣାଧୀନ ଓଭର ବ୍ରିଜ ତଳୁ ଜଣେ ଯୁବକର ମୃତ ଦେହ ଉଦ୍ଧାର ହୋଇଛି। ଯୁବକଙ୍କ…
ଛିନତାଇ ଅଭିଯୋଗରେ ୨ ନାବାଳକ ସମେତ ୪ ଗିରଫ ଅନୁଗୁଳ – ଅନୁଗୁଳ ସଦରଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଲୁଟପାଟ ହୋଇଥିବା ବେଳେ ଏହି ଘଟଣାରେ ୨ ନାବାଳକଙ୍କ ସମେତ…
ଟଙ୍କା ପାଇଁ ଧମକ ଦେଇ ବାପି ଗିରଫ ଅନୁଗୁଳ – ଚୋରା ବନ୍ଧୁକ ଓ ଗୁଳି ରଖିବା ଅପରାଧରେ ଗିରଫ ହୋଇଥିବା ବାପି ପୁଣି ବଂଶ ନିପାତ ଧମକ ଦେଇ ଫସିଛି । ଲିଙ୍ଗରାଯୋଡ଼ି ଗ୍ରାମର…