ଆଞ୍ଚଳିକ ସତ୍ୟାଗ୍ରହରେ ଓକିଲ Angul OnlineDecember 12, 2022December 12, 2022 ଅନୁଗୁଳ – ସତ୍ୟାଗ୍ରହରେ ଓକିଲ ସଂଘ । ସାରା ଭାରତରେ ଆଜି ଓକିଲ ମାନେ ସତ୍ୟାଗ୍ରହ କରୁଥିବା ବେଳେ ଅନୁଗୁଳ ଜିଲ୍ଲାର ସମସ୍ତ କୋର୍ଟ ଆଗରେ ମଧ୍ୟ ଓକିଲ ମାନେ ସତ୍ୟାଗ୍ରହରେ ବସିଛନ୍ତି । ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର କାର୍ଯ୍ୟକଳାପ ଓ ଓକିଲ ମାରଣ ନୀତିକୁ ବିରୋଧ କରି ଏହି ସତ୍ୟାଗ୍ରହ କରା ଯାଇଛି । ଅନୁଗୁଳ ଓକିଲ ସଂଘ ପକ୍ଷରୁ ମଧ୍ୟ ଏହି ସତ୍ୟାଗ୍ରହ କାରା ଯାଇଥିବା ବେଳେ ତାଙ୍କ କହିବାନୁସାରେ , ଦେଶର ଉନ୍ନତି ପାଇଁ ଓକିଲଙ୍କ ବହୁ ଅବଦାନ ରହିଛି । ବିଶେଷ କରି ଅନ୍ୟାୟ , ଅତ୍ୟାଚାରର ପ୍ରତିବାଦ କରି ଆଇନଜୀବୀ ମାନେ ରାଜ୍ୟ ଦେଶ ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କିନ୍ତୁ ଆଇନଜୀବୀ ପରିଷଦ ଓକିଲମାନେ ଆନ୍ଦୋଳନରେ ସାମିଲ ହେଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିଷ୍ପତ୍ତିକୁ ଓକିଲ ସଂଘ ପ୍ରତିବାଦ କରିଛି । ସକାଳ ୧୦ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓକିଲ ମାନେ ସତ୍ୟାଗ୍ରହ କରିଥିବାରୁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଥିଲା । Advertisement
ଟିଟିପିଏସ ଟାଉନସିପ୍ ସୁରକ୍ଷାକର୍ମୀଙ୍କ ଧାରଣା ଅନୁଗୁଳ – ବକେୟା ଦରମା ଓ ଅନ୍ୟାନ୍ୟ ଦାବି ନେଇ ସୁରକ୍ଷାକର୍ମୀଙ୍କ ଧାରଣା । ଶୁକ୍ରବାର ତାଳଚେର ଥର୍ମାଲ ଟାଉନସିପ୍ ରେ ନିୟୋଜିତ ଜସମିତ ଚୌହ୍ଵାନ ସିକ୍ୟୁରିଟି…
ପାଣି ଘେରରେ ଲୋକ ତାଳଚେର – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘରେ ପଶିଲା ବର୍ଷା ଜଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକର…
ସରକାରୀ ଜମିକୁ ନିଜ ଜମି କହି ବିକ୍ରି – ଠକେଇ ଅଭିଯୋଗରେ ଜଣେ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ସରକାରୀ ଜମିକୁ ନିଜର କହି ବିକ୍ରି କରାଯାଇଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…