ଆଞ୍ଚଳିକ ସତ୍ୟାଗ୍ରହରେ ଓକିଲ Angul OnlineDecember 12, 2022December 12, 2022 ଅନୁଗୁଳ – ସତ୍ୟାଗ୍ରହରେ ଓକିଲ ସଂଘ । ସାରା ଭାରତରେ ଆଜି ଓକିଲ ମାନେ ସତ୍ୟାଗ୍ରହ କରୁଥିବା ବେଳେ ଅନୁଗୁଳ ଜିଲ୍ଲାର ସମସ୍ତ କୋର୍ଟ ଆଗରେ ମଧ୍ୟ ଓକିଲ ମାନେ ସତ୍ୟାଗ୍ରହରେ ବସିଛନ୍ତି । ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର କାର୍ଯ୍ୟକଳାପ ଓ ଓକିଲ ମାରଣ ନୀତିକୁ ବିରୋଧ କରି ଏହି ସତ୍ୟାଗ୍ରହ କରା ଯାଇଛି । ଅନୁଗୁଳ ଓକିଲ ସଂଘ ପକ୍ଷରୁ ମଧ୍ୟ ଏହି ସତ୍ୟାଗ୍ରହ କାରା ଯାଇଥିବା ବେଳେ ତାଙ୍କ କହିବାନୁସାରେ , ଦେଶର ଉନ୍ନତି ପାଇଁ ଓକିଲଙ୍କ ବହୁ ଅବଦାନ ରହିଛି । ବିଶେଷ କରି ଅନ୍ୟାୟ , ଅତ୍ୟାଚାରର ପ୍ରତିବାଦ କରି ଆଇନଜୀବୀ ମାନେ ରାଜ୍ୟ ଦେଶ ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କିନ୍ତୁ ଆଇନଜୀବୀ ପରିଷଦ ଓକିଲମାନେ ଆନ୍ଦୋଳନରେ ସାମିଲ ହେଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିଷ୍ପତ୍ତିକୁ ଓକିଲ ସଂଘ ପ୍ରତିବାଦ କରିଛି । ସକାଳ ୧୦ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓକିଲ ମାନେ ସତ୍ୟାଗ୍ରହ କରିଥିବାରୁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଥିଲା । Advertisement
ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ପାଳିତ ଅନୁଗୁଳ – ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲରେ କୋଭିଡ ନିତୀନିୟମ ସହ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ‘ଅଭିନନ୍ଦନମ -୨୦୨୧’ ପାଳିତ ହୋଇଯାଇଛି । ଏହି ଉତ୍ସଵରେ ମୂଖ୍ୟ…
ଭଡା ବୃଦ୍ଧି ଦାବି ନେଇ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଟ୍ରକ ଭଡା ବୃଦ୍ଧିକୁ ନେଇ ଆଜି ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ଯୋଗେ…
ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରଣହୁଙ୍କାର ଅନୁଗୁଳ – ତୈଳ ଦରରେ ଆହେତୁକ ବୃଦ୍ଧି ପ୍ରତିବାଦରେ ଅନୁଗୁଳ କଂଗ୍ରେସ ରଣହୁଙ୍କାର ଦେଇଛି । ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମକର୍ତ୍ତା…