ଅପରାଧ ଚାରି ଡକାୟତ ଗିରଫ – ଜିଲ୍ଲାର ବିଭିନ୍ନ ସ୍ଥାନରେ ଡକାୟତି ଓ ଲୁଟ କରିଥିଲେ Angul OnlineDecember 18, 2022December 18, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ କବଜାରେ ୪ କୁଖ୍ୟାତ ଅପରାଧୀ ଧରା ପଡିଛନ୍ତି । ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ୫ଟି ହାତବୋମା ଓ କିଛି ମାରଣାସ୍ତ୍ର ସହ ଦୁଇଟି ପଲସର ମୋଟରସାଇକେଲ ପୁଲିସ ଜବତ କରିଛି । ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି କୁଖ୍ୟାତ ଅପରାଧିମାନେ ବିଭିନ୍ନ ସମୟରେ ଲୋକଙ୍କୁ ଆକ୍ରମଣ ଓ ଭୟଭୀତ କରି ଲୁଟ୍ପାଟ୍ କରିନେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଜିଲ୍ଲାର ବିଭିନ୍ନ ଥାନାରେ ସମ୍ପୃକ୍ତ ଅପରାଧୀଙ୍କ ବିରୁଦ୍ଧରେ ଅନେକ ମାମଲା ରହିଥିବା ଜଣାପଡିଛି । ତେବେ ଏହି କୁଖ୍ୟାତ ଅପରାଧୀ ମାନେ ତାଳଚେର ଓ ଛେଣ୍ଡିପଦା ଅଞ୍ଚଳର ବୋଲି ଜଣାପଡିଛି । ଏହି ଡ଼କାୟତମାନେ ପୂର୍ବରୁ ବାଘୁଆବୋଲ ଅମାଜନ୍ ଅଫିସ୍ରେ ଡ଼କାୟତି, ବାଲୁଙ୍ଗା ଗ୍ରାମନିକଟରେ ଦିନବେଳା ମହିଳାଙ୍କୁ ଆକ୍ରମଣ କରି ଘରୁ ଲୁଟ୍, ସୁନାଖଣି ଅଞ୍ଚଳରେ ଡ଼କାୟତି, ଅନୁଗୁଳ, ବଅଁରପାଳ ଓ ଛେଣ୍ଡିପଦା, କୋଶଳା ଠାରେ ହୋଇଥିବା ଡ଼କାୟତି ଘଟଣାରେ ସମ୍ପୃକ ଥିବା ପୁକିସ ସୂତ୍ରରୁ ଜଣା ପଡ଼ିଛି । ଅଭିଯୁକ୍ତମାନେ ହେଲେ ବାଘୁଆବୁଲ ଅଞ୍ଚଳର ବିଜି ଓରଫ ବିକାଶ ନାଏକ , ଦେଉଳବେଡ଼ା ଧଉଡ଼ା ଅଞ୍ଚଳର ଟବୁ ଖାନ , ସୁରଜ ନାଏକ ଓ ଛେଣ୍ଡିପଦା କୋଶଳା ଅଞ୍ଚଳର ଦୀପୁ ନାଏକ । ସମସ୍ତଙ୍କୁ ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଜଣାପଡ଼ିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ କୋଶଳାର ଏକ ଘରେ ଏହି ୪ଜଣ କୁଖ୍ୟାତ ଅପରାଧୀ ରହିଥିବା ବେଳେ ପୁଲିସ୍ ତାଙ୍କୁ କାବୁ କରି ଗିରଫ କରିବା ସହିତ ତାଙ୍କ ନିକଟରୁ ମାରଣାସ୍ତ୍ର ଜବତ କରି କୋର୍ଟ ଚାଲାଣ କରିଛି । Advertisement
ଗଛରେ ଝୁଲୁଛି ମହିଳାଙ୍କ ମୃତଦେହ – ହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଶିବ ମନ୍ଦିର ପ୍ରାଙ୍ଗଣ ସ୍ଥିତ ଏକ ଚମ୍ପା ଗଛରେ ସକାଳେ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ…
ଚୋରା କୋଇଲା ଚାଲାଣ ଅଭିଯୋଗରେ ଚାରି ଗିରଫ ଅନୁଗୋଳ – ଚୋରା କୋଇଲା ଚାଲାଣ ଅଭିଯୋଗରେ ଅନୁଗୋଳ ସଦର ଥାନା ପୋଲିସ ଆଜି ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା…
ଡ୍ୟୁଟି ଯାଉଥିବା ବେଳେ ଭୁଜାଲିରେ ଆକ୍ରମଣ – ଦୁଇ ଆହତ ଅନୁଗୋଳ – ଅନୁଗୋଳ ଜିଲ୍ଲା ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପ୍ଲାଣ୍ଟଙ୍କୁ ଡ୍ୟୁଟି କରିବାକୁ ଯାଉଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇଜଣ ଯୁବକ ଆହତ ହୋଇଛନ୍ତି…