ମୁଖ୍ୟ ଖବର ତାଳଚେର ଏସ.ଡି.ପି.ଓ. ହେଲେ ଗଜପତି ଏସ.ପି. Angul OnlineDecember 19, 2022December 19, 2022 ଭୁବନେଶ୍ୱର – ଅନୁଗୁଳ ଜିଲ୍ଲା ତାଳଚେର ଏସ.ଡି.ପି.ଓ ଭାବେ କାର୍ଯ୍ୟରତ ସ୍ୱାଥି ଏସ କୁମାରଙ୍କୁ ଗଜପତି ଜିଲ୍ଲାର ପୋଲିସ ଅଧୀକ୍ଷକ ଭାବରେ ନିଯୁକ୍ତ କରା ଯାଇଛି । ସୋମବାର ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଅନୁଗୁଳ ଜିଲ୍ଲାର ତାଲଚେରରେ ସବ୍ ଡିଭିଜନାଲ ପୋଲିସ୍ (ଏସଡିପିଓ) ଭାବରେ କାର୍ଯ୍ୟ କରୁଥିବା ସ୍ୱାଥୀଙ୍କୁ ଗଜପତି ଏସପି ଭାବରେ ନିଯୁକ୍ତ କରାଯାଇଛି। ସେ ଜଣେ ୨୦୧୭ ବ୍ୟାଚ୍ ଆଇପିଏସ୍ ଅଧିକାରୀ । ତାଳଚେର ଅଞ୍ଚଳରେ କାର୍ଯ୍ୟରତ ବେଳେ ସେ ଡକାୟତି , ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହେବା ସହ ବହୁଳ ପରିମାଣର କଫସିରପ ଜବତ କରିବାରେ ତାଙ୍କର ବେଶ ଭୂମିକା ଥିଲା । Advertisement
ବ୍ରିଜ ତଳକୁ ପଡି ରୋଷେୟା ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ପମ୍ପାସର ନିକଟ ନଳାଖୋଲ ନାଳ ବ୍ରିଜ ତଳକୁ ପଡି ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହିନ୍ଦୋଳ…
ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ ଓ ତିନି କେନ୍ଦ୍ରମନ୍ତ୍ରୀ – ରେଳ ବିଭାଗର କାର୍ଯ୍ୟକ୍ରମରେ ଯୋଗଦାନ ଅନୁଗୁଳ – ଆଜି ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିବା ବେଳେ ରେଳ ବିଭାଗର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଅଶ୍ୱିନୀ ବୈଷ୍ଣବ ଓ…
କେନାଲରେ ବୁଡି ଦୁଇ ନାବାଳକ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ ଅଘଟଣ । କେନାଲରେ ଗାଧେଇବା ବେଳେ ପାଣିରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ସୂଚନା ଅନୁସାରେ…