ମୁଖ୍ୟ ଖବର ଟ୍ରକ ଧକ୍କାରେ ଦୁଇ ମୃତ Angul OnlineDecember 21, 2022December 21, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପଵିତ୍ରମୋହନ ଛକ ନିକଟରେ ଦୁର୍ଘଟଣା । ଟ୍ରକ ଧକ୍କାରେ ଦୁଇ ମୋଟରସାଇକେଲ ଆରୋହି ମୃତ । ମୃତକ ମଧ୍ୟରୁ ଜଣେ ପରଜଙ୍ଗ ଖାଲପାଳ ଅଞ୍ଚଳର ଭାଗିରଥି ମହାନ୍ତି ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ଅସ୍ପଷ୍ଟ ରହିଛି । ତେବେ ଉଭୟ ବାଇକ ଯୋଗେ ତାଳଚେର ଅଞ୍ଚଳକୁ ଗାଡିର କିଛି ଯନ୍ତ୍ରାଂଶ କିଣିବାକୁ ଆସୁଥିବା ବେଳେ ପବିତ୍ରମୋହନ ଛକ ଠାରେ ତାଙ୍କୁ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯିବା ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରେ ଟ୍ରକକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକ ପହଞ୍ଚି କ୍ଷତି ପୂରଣ ଦାବିରେ ଟାୟାର ଜାଳି ୪୯ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ସହସହ ଗାଡି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ତାଳଚେର ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରୀରଖିଛି । Advertisement
ବାହାଘର ବେଳେ କୋଭିଡ ନିୟମ ଉଲ୍ଲଘଂନ କରିବା ପଡିଲା ମହଙ୍ଗା ତାଳଚେର – କୋଭିଡ ନିୟମ ଉଲ୍ଲଙ୍ଘନ କରି ବିବାହ ଉତ୍ସବ ପାଳନ କରିବା ପଡିଛି ମହଙ୍ଗା । ନିୟମ ଠାରୁ ଅଧିକ ସଂଖ୍ଯାରେ ଲୋକ ଜମା ହୋଇଥିବା…
ଦୁଇ ମୋଟରସାଇକେଲ ଧକ୍କା – ବସ ଚକ ତଳେ ପଡି ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଫୁଲଝରୀ ଛକ ନିକଟରେ ଦୁଇ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା ସହିତ ଏକ ଯାତ୍ରୀବାହି ବସରେ…
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବନ୍ତଳା , ମହିଧରପଡାର ଗଣେଶ୍ୱର ବେହେରା । ହାତୀ…