ରାଜନୀତି ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ – ଦୀପ୍ତି ରାୱତ୍, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା Angul OnlineDecember 22, 2022December 22, 2022 ଅନୁଗୁଳ – ବିଜେପି ମହିଳା ମୋର୍ଚ୍ଚାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ୍ ଓ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଶ୍ରୀମତୀ ରାୱତ୍ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରି ୨୨ବର୍ଷ ଧରି ଚାଲିଥିବା ସରକାରରେ ମହିଳା ମାନେ ଆଜି ଅସୁରକ୍ଷିତ, ଏବଂ କ୍ରମାଗତ ଭାବେ ଦ୍ରୁତ ଗତିରେ ମହିଳାଙ୍କ ଉପରେ ଅତ୍ୟାଚାର ଏ ରାଜ୍ୟରେ ବଢ଼ି ଚାଲିଛି ବୋଲି ସେ ପ୍ରକାଶ କରିଥିଲେ । ଅନୁଗୁଳରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦିପ୍ତି ରାୱତ୍ ଓ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଆଜି ପୂର୍ବାହ୍ନରେ ପହଂଚିବା ପରେ ତାଙ୍କୁ ବିଜେପି ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସେଠାରୁ ସେ ଅଙ୍ଗନବାଡି କର୍ମୀ ମାନଙ୍କ ଧାରଣା ସ୍ଥଳକୁ ଯାଇଥିଲେ । ସେଠାରେ ସେମାନେ ଉଦବୋଧନ ଦେଇ ଅଙ୍ଗନବାଡି କର୍ମୀଙ୍କ ଦାବୀ ଯଥାର୍ଥ ଏବଂ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ଉଚିତ ବୋଲି ପ୍ରକାଶ କରିଥିଲେ । ସେଠାରୁ କୋଶଳା ଯାଇ ମା ରାମଚଣ୍ଡୀଙ୍କ ଦର୍ଶନ କରିଥିଲେ । ଡ଼ ବି ଆର ଆମ୍ବେଦକର, ପବିତ୍ର ମୋହନ ପ୍ରଧାନ ଏବଂ ସହିଦ ଅରୁଣ ଗଡ଼ନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ସହ ଛେଣ୍ଡିପଦାରେ ସହିଦ ଅରୁଣ ଗଡ଼ନାୟକଙ୍କ ପରିବାରଙ୍କୁ ଭେଟି ଥିଲେ । ଅନୁଗୁଳ ୧୨ ୱାର୍ଡରେ ଥିବା ଦଳିତ ପରିବାର ଶାନ୍ତି ନାଏକଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ । ଅନୁଗୁଳ ଜିଲ୍ଲାରେ ଥିବା କିନ୍ନର ମାନଙ୍କ ସହ ଆଲୋଚନା କରିଥିଲେ । ଏଭଳି ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଏବଂ ଆଗାମୀ କାଲି ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । Advertisement
ପୌରାଧକ୍ଷ ମଇଦାନରେ ଆଠ ଯୋଦ୍ଧା ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ଗତକାଲି (ମଙ୍ଗଳବାର) ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଆଜି ପ୍ରାର୍ଥୀପତ୍ର…
କିଏ କଲା ତାଳଚେର ବନ୍ଦ !! ବିଜେଡି-ବିଜେପି ମୁହାଁମୁହିଁ(ଭିଡିଓ) ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ବରିଷ୍ଠ ଡାକ୍ତର ପ୍ୟାରୀମୋହନ ମହାପାତ୍ରଙ୍କ ଗତକାଲି ଜେଲରେ ମୃତ୍ୟୁ ହେବା ପରେ ଆଜି ତାଳଚେର ଅଞ୍ଚଳର ସମସ୍ତ କୋଇଲା ଖଣି…
ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବିଦାହେଲେ ଦୁଇ କର୍ମକର୍ତ୍ତା ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରା ଯାଇଛି ।…