ରାଜନୀତି ୨୯ ତାରିଖ ମୁଖ୍ୟମନ୍ତ୍ରୀ ଆସିବେ ଅନୁଗୁଳ Angul OnlineDecember 24, 2022December 24, 2022 ଅନୁଗୁଳ – ଆସନ୍ତା ୨୯ ତାରିଖରେ ଦିନିକିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଦିନ ସକାଳେମୁଖ୍ୟମନ୍ତ୍ରୀ ଅନୁଗୁଳ ଆସି ଷ୍ଟାଡିୟମ ପଡ଼ିଆରେ ପହଞ୍ଚି ମିଶନ ଶକ୍ତି ମହିଳାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଅନୁଗୁଳ ଜିଲ୍ଲାର ୧୧ ଟି ପ୍ରକଳ୍ପର ଶୁଭାରମ୍ଭ କରାଇବା ସହ ୧୩ ଟି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟତଃ ବହୁ ପ୍ରତିକ୍ଷିତ ଅନୁଗୁଳ ବସଷ୍ଟାଣ୍ଡର ସେଦିନ ଶୁଭାରମ୍ଭ କରାଯିବା ସହ ପାଲଲହଡା ଠାରେ ନିର୍ମିତ ଡାକ୍ତରଖାନା , ତାଳଚେର ପୌରପାଳିକା ଅଧୀନରେ ନିର୍ମାଣ ହୋଇଥିବା ହେରିଟେଜର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାର ଚୂଡ଼ାନ୍ତ କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ପ୍ରଶାସନ ନିକଟରେ ପହଞ୍ଚି ନଥିଲେ ମଧ୍ୟ ସମ୍ଭାବ୍ୟ କାର୍ଯ୍ୟସୂଚୀ ଅନୁସାରେ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ବେଳେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମହିଳା ମାନଙ୍କୁ ପ୍ରାୟ ୨୪୦ କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ଡିଜିଟାଲ ଲଚିଂ କରିବେ । ପରେ ଛେଣ୍ଡିପଦା ବ୍ଲକ୍ ନତଡ଼ା ରେଲୱେ କ୍ରସିଂଠାରେ ଆଉ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ସମ୍ଭାବ୍ୟ ଗସ୍ତକୁ ଦୃଷ୍ଟିରେ ରଖି ଆଜି ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ , ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ପ୍ରମୁଖ ପ୍ରସ୍ତୁତି ବୈଠକ କରିଛନ୍ତି । ଏପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ଶିବିରରେ ଉତ୍ସାହ ଦେଖା ଦେଇଛି । Advertisement
ଦିନେଶ ପ୍ରଧାନଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୁରୁତ୍ତ୍ବପୂର୍ଣ ଦାୟିତ୍ୱ ଅନୁଗୁଳ – ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କୁ ଓଡିଶା ସରକାରଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ପଞ୍ଚାୟତିରାଜ ଓ ପାନୀୟ…
ଅସନ୍ତୁଷ୍ଟଙ୍କ ପାଇଁ ବଢିବ କି ପ୍ରାର୍ଥୀଙ୍କ ସମସ୍ୟା – ତାଳଚେରରେ ୭ ନଗରପାଳ ପ୍ରାର୍ଥୀ adv ତାଳଚେର – ଆଉ ଦୁଇଦିନ ପରେ ପୌର ନିର୍ବାଚନ । ପ୍ରାର୍ଥୀମାନେ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ବିଭିନ୍ନ…
ବିଜେପିର ପୌର ନିର୍ବାଚନୀ ଇସ୍ତାହାର ଓ ପ୍ରତିଶ୍ରୁତି ଅନୁଗୁଳ – ପୌର ନିର୍ବାଚନ ପାଇଁ ଆଉ ଦିନ କେଇଟା ହାତରେ ଥିବା ବେଳେ ଆଜି ଜିଲ୍ଲା ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରା ଯାଇଛି…