ମୁଖ୍ୟ ଖବର ଦୁର୍ଘଟଣାରେ ମହିଳା ମୃତ Angul OnlineDecember 24, 2022December 24, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କାଙ୍ଗୁଲା ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ସେହି ଗାଁର ଚାନ୍ଦ ସେଠ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ସେ ରାସ୍ତା ଅତିକ୍ରମ କରୁଥିବା ବେଳେ ଅନୁଗୁଳ ଆଡୁ ମହିଧରପୁର ଆଡକୁ ଯାଉଥିବା ଏକ ମୋଟରସାଇକେଲ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତାରେ ଛିଟିକି ପଡିବା ସହ ଗୁରୁତର ହୋଇ ଯାଇଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୋଟରସାଇକେଲ ଆରୋହି ଜଣଙ୍କ ମଧ୍ୟ ଆହତ ହୋଇଥିବା ବେଳେ ସେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । Advertisement
ତାଳଚେର ସାର କାରଖାନା କାମ ଶୀଘ୍ର ସାରିବା ଉପରେ ଗୁରୁତ୍ବ ଦେଲେ ପରିଚାଳନା ନିର୍ଦେଶକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସାର କାରଖାନା ପୁନଃରୁଦ୍ଧାର କାମର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ଟିମ୍ ସମୀକ୍ଷା କରିଛି । ସୂଚନା ଅନୁସାରେ ତାଳଚେର…
ହାତୀ ନେଲା ଆଉ ଏକ ଜୀବନ ଅନୁଗୁଳ = ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଆଉ ଜଣଙ୍କ ଜୀବନ ଯାଇଛି । ଶୁକ୍ରବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ଲଙ୍ଗୁଳିଆବେଡା ଗାଁରେ ହାତୀ ଆକ୍ରମଣ…
ଲାଞ୍ଚ ନେଇ ଚାକିରୀରୁ ବହିସ୍କୃତ ହେଲେ କନିଷ୍ଠ କିରାଣୀ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଜୁନିଅର ରେଭନ୍ୟୁ ଆସିଷ୍ଟାଣ୍ଡ ପଙ୍କଜିନି ବିଶ୍ୱାଳ ଚାକିରୀରୁ ବହିସ୍କୃତ ହୋଇଛନ୍ତି । ୨୦୨୩ ମସିହା ମେ ୧୨ ତାରିଖରେ…