ମୁଖ୍ୟ ଖବର ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କଲେ କୋର୍ଟ Angul OnlineDecember 25, 2022December 25, 2022 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କର୍ଣ୍ଣପାଳ ପଞ୍ଚାୟତରେ ସରପଞ୍ଚ ହୃଷିକେଶ ସାମଲଙ୍କୁ କୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି । ନୂତନ ସରପଞ୍ଚ ଭାବେ , ନାଏବ ସରପଞ୍ଚ ଥିବା ମଞ୍ଜୁଲତା ରାଉତ ସରପଞ୍ଚ ଭାବେ ଦାୟିତ୍ବ ନେଇଛନ୍ତି । ରାଉତ ବିଧ୍ବବଦ୍ଧ ଭାବେ ପଞ୍ଚାୟତ ନିବାହୀ ଅଧିକାରୀ ଗୋବିନ୍ଦ ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ଜଳଧର ସାମଲ ପରାଜିତ ହୋଇ ତାଳଚେର କୋର୍ଟରେ ୮ / ୦୨୨ ରେ ମାମଲା ରୂଜୁ କରିଥିଲେ । କୋର୍ଟ ସମସ୍ତ ତଥ୍ୟକୁ ଅନୁସନ୍ଧାନ କରି ହୃଷିକେଶ ସାମଲଙ୍କୁ ଅସିଦ୍ଧ ଘୋଷଣା କରି ତାଳଚେର ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ଉପନିର୍ବାଚନ ପର୍ଯ୍ୟନ୍ତ ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀମତୀ ରାଉତ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଉପଜିଲ୍ଲାପାଳ ଦାୟିତ୍ଵରେ ରହିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ୧୭ / ୧୨ / ୦୨୨ରେ ଉପଜିଲ୍ଲାପାଳ ଏନେଇ ରାଜ୍ୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଛନ୍ତି । ଉପନିର୍ବାଚନ କେବେ ହେବ ସେ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ପରବର୍ତ୍ତୀ ସମୟରେ ଘୋଷଣା କରିବେ । Advertisement
ଚୋରା ମଦ ,ଡିଜେଲ ,ଗୁଟଖା ଚୋରା କାରବାରରେ ୫ ଗିରଫ . ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ଠାରେ ବେଆଇନ ଡିଜେଲ ବିକ୍ରି ହେଉଥିବା ଖବର ପାଇ ଅନୁଗୁଳ ସ୍ପେଶିଆଲ ସ୍କ୍ବାର୍ଡ…
ବିଚାରାଧୀନ କଏଦୀଙ୍କ ମୃତ୍ୟୁ କଟକ – ଅନୁଗୁଳ ଜିଲ୍ଲାର ଜଣେ ବିଚାରଧୀନ କଏଦୀଙ୍କ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଛେଣ୍ଡିପଦା ଥାନା ଅନ୍ତର୍ଗତ…
ବିକୁଥିଲେ ନକଲି ଔଷଧ – ବିଜେପି ନେତାଙ୍କ ଦୋକାନ ସମେତ ଦୁଇ ଦୋକାନ ସିଲ ଅନୁଗୋଳ – ନକଲି ଔଷଧ ବିକ୍ରି ଅଭିଯୋଗରେ ଅନୁଗୋଳର ଗୋଟିଏ ଔଷଧ ଦୋକାନ ଓ ଆଉ ଏକ ହୋଲସେଲ ଦୋକାନକୁ ସିଜ କରା ଯାଇଛି । ଏହି…