ମୁଖ୍ୟ ଖବର ସାତକୋଶିଆରେ କୁମ୍ଭୀର ଗଣୁଛି ବନବିଭାଗ Angul OnlineJanuary 6, 2023January 6, 2023 ଅନୁଗୁଳ – ଅନୁଗୁଳ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ୪ ଦିନ ଧରି କୁମ୍ଭୀର ଗଣନା ପରେ ୧୦ ତାରିଖରେ ପକ୍ଷୀ ଗଣନା ହେବ । ଏ ନେଇ ଟିକରପଡ଼ା କୁମ୍ଭୀର ଫାର୍ମ ସମ୍ମିଳନୀ କକ୍ଷଠାରେ ଗୁରୁବାର ବନ କର୍ମଚାରୀଙ୍କ ଏକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ ପଣ୍ଡା , ଏସିଏଫ୍ ଶୁଭେନ୍ଦୁ ବେହେରା ବନ୍ୟପ୍ରାଣୀ ଚିକିତ୍ସକ ଡା . କିଶୋର ସାହୁ ଯୋଗ ଦେଇ କୁମ୍ଭୀର ଓ ପକ୍ଷୀ ଗଣନାର ଉପାୟ , ସତର୍କତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସେହି ଅନୁଯାୟୀ ଆଜିଠାରୁ ମୋଟ ୧୨ଟି ୟୁନିଟ୍ ଗଣନା କାର୍ଯ୍ୟରେ ନିୟୋଜିତ ହେବେ । ସାତକୋଶିଆରେ ୬ଟି ଓ ଆଠମଲ୍ଲିକ ଇଲାକାରେ ୬ଟି ୟୁନିଟ କୁମ୍ଭୀର ଓ ପକ୍ଷୀ ଗଣନା କରିବେ । ଟିକରପଡ଼ାରୁ ବିନିକେଇ , ବିନିକେଇରୁ ପତାକା , ଟିକରପଡାରୁ କଟରଙ୍ଗ , କଟରଙ୍ଗରୁ ବାଲିପୁଟ , ବାଲିପୁଟରୁ ଚକ୍ରଗଡ଼ , ସେହି ପରି ଆଠମଲ୍ଲିକର ହରଭଙ୍ଗାରୁ ଅଏଡ଼ା , ଲୁଣାହାଣ୍ଡି , ବେଲପୁଞ୍ଜି ମଠ , ଶିଶୁ ପଥର ଡ୍ୟାମ ଅଞ୍ଚଳର ବିଭିନ୍ନ ଜଳାଶୟ ଗଣତି ହେବ । ମୋବାଇଲ ଟ୍ରାକିଂ , ଜିପିଏସ୍ ସହ ବାଇନାକୁଲାର ଓ ସ୍ୱତନ୍ତ୍ର କ୍ୟାମେରା ବ୍ୟବସ୍ଥା କରାଯାଇଛି । ସେହିପରି ୬ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହୋଇ ୯ ତାରିଖରେ ସରିବ । ଏହି ଗଣନା ସମୟରେ ସାତକୋଶିଆ ମହାନଦୀରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବ୍ୟବସ୍ଥା , ମାଛମରା ଡଙ୍ଗା ଆଦି ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । Advertisement
୨୦ ଦାଦନ ଶ୍ରମିକ ଉଦ୍ଧାର -ତାମିଲନାଡୁର ଏକ ସୁତାକଳରେ କାମ କରିବାକୁ ଯାଉଥିଲେ ଶ୍ରମିକ ଆଠମଲ୍ଲିକ – ଆଠମଲ୍ଲିକ ଥାନା ଅନ୍ତର୍ଗତ ଏକ ଢ଼ାବାରୁ ଗତ କାଲି ରାତିରେ ଚଡାଉ କରି ୨୦ ଜଣ ଦାଦନ ଶ୍ରମିକକୁ ପୋଲିସ ଉଦ୍ଧାର କରିଛି ।…
ଚାରି ପୁଲିସ କର୍ମଚାରୀ ନିଲମ୍ବିତ – ଗଞ୍ଜେଇ କାରବାରରେ ଥିଲେ ସଂପୃକ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ୪ ଜଣ ପୁଲିସ କର୍ମଚାରୀ ଗଞ୍ଜେଇ କାରବାରରେ ସଂପୃକ୍ତ ଯୋଗୁଁ ନିଲମ୍ବିତ ହୋଇଥିବା ଜଣା ପଡ଼ିଛି । କିଶୋରନଗର ଥାନାରେ କାର୍ଯ୍ୟରତ…
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨୦୧୭ ମସିହାରେ ହୋଇଥିବା ଏକ ହତ୍ୟାକାଣ୍ଡର ହତ୍ୟାକାରୀକୁ ବୁଧବାର ଦିନ ମାନ୍ୟବର…