ଆଞ୍ଚଳିକ ହାତୀ ଆକ୍ରମଣରେ ମୃତ ପରିବାରଙ୍କୁ ଭେଟିଲେ ପିସିସି ସଭାପତି Angul OnlineJanuary 8, 2023January 8, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ଭିତରୁ ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତ ଜାମ୍ବୁସାହିରେ ହାତୀ ଆକ୍ରମଣରେ ଅଜୟ ବିଶ୍ୱାଳ ଜଣେ । ଆଜି ଏହି ଘଟଣାକୁ ନେଇ ମୃତକ ଅଜୟଙ୍କ ପରିବାରଙ୍କୁ ପି ସି ସି ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକ ଭେଟି ସମବେଦନା ଜଣାଇଛନ୍ତି । ପିସିସି ସଭାପତି ଆଜି ଦିନିକିଆ ଅନୁଗୁଳ ଗସ୍ତରେ ଆସିଥିବା ବେଳେ ବଅଁରପାଳର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ । ଏହି ସମୟରେ ସେ ମୃତକଙ୍କ ପରିବାରକୁ ଭେଟିବା ସହ ପରିବାରବର୍ଗଙ୍କୁ ୨୦ ଲକ୍ଷ ଟଙ୍କା ସହାନୁଭୂତି ରାଶି ପ୍ରଦାନ କରିବା ସହ ପରିବାରର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଥିଲେ । ଏହାସହ କାର୍ଯ୍ୟରେ ଅବହେଳା କରୁଥିବା ବନ ବିଭାଗ କର୍ମଚାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ସହ ଜିଲ୍ଲା ସଭାପତି ବିପ୍ଳବ ଜେନା, ବ୍ଲକ୍ ସଭାପତି ବିନୋଦ ମାଝୀ, ସରୋଜ କାନ୍ତ ପଟ୍ଟନାୟକ ଆଦି ଉପସ୍ଥିତ ଥିଲେ । ଅନ୍ୟ ପକ୍ଷରେ ହାତୀ ଆକ୍ରମଣରେ ଚାରି ଜଣ ମୃତ୍ୟୁ ଘଟଣା ପରେ ବନ ବିଭାଗର ଦାୟିତ୍ୱହୀନତାକୁ ଦାୟୀ କରିଛି ବିଜେପି । ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ପ୍ରତିକ୍ରିୟା ପ୍ରକାଶ କରିବା ସହ ନରହନ୍ତା ହାତୀକୁ କାବୁ କରିବାକୁ ଦାବି କରିଛନ୍ତି । ଏହା ସହ ହାତୀ ଦାଉରୁ ରକ୍ଷା ପାଇବାକୁ ସ୍ଥାୟୀ ପ୍ରତିକାର ଦାବି କରିବା ସହ ସ୍ଥାୟୀ ପ୍ରତିକାର ନ କରାଗଲେ ଆଗାମୀ ଦିନରେ ବିଜେପି ଆନ୍ଦୋଳନକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି । ଦରକାର ପଡ଼ିଲେ ଅନୁଗୁଳ ବନ୍ଦ ଡାକରା ଦିଆଯିବ ବୋଲି କହିଛନ୍ତି । Advertisement
ରେଳ ଦୁର୍ଘଟଣା ଆହତଙ୍କ ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଗୋଳ – ବାଲେଶ୍ଵର ଜିଲା ବାହାନଗା ଠାରେ ଶୁକ୍ରବାର ବିଳମ୍ବିତ ରାତିରେ କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହି ରେଳ ସହ ଧକ୍କା ହେବା ଫଳରେ ଅନେକ ଲୋକଙ୍କ…
ନଦୀ ପାଇଁ ଚିନ୍ତା – ମହାନଦୀର ସାମ୍ପ୍ରତିକ ଅବସ୍ଥା ବିପର୍ଯ୍ୟସ୍ତ ଅନୁଗୁଳ – ଓଡିଶା ତଥା ଭାରତବର୍ଷ ଦେଇ ବହି ଯାଇଥିବା ନଦୀ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବି ଓ ପରିବେଶ କର୍ମୀ । ନଦୀର ସ୍ଥିତିକୁ…
ଟ୍ରକ ଧକ୍କାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ସଦର ଥାନା ବେଣାଗାଡ଼ିଆ ପଞ୍ଚାୟତ ଅଧୀନରେ ଆସୁଥିବା ସରଳିଆ ରାଇସ୍ ମିଲ୍ ନିକଟରେ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି ।ମୃତକ ଜଣଙ୍କ…