ସ୍ୱାସ୍ଥ୍ୟ ଶିଶୁ ଙ୍କ ସାମଗ୍ରିକ ବିକାଶ ଉପରେ ସ୍ୱାସ୍ଥ୍ୟ ଶିବିର Angul OnlineJanuary 9, 2023January 9, 2023 ବନ୍ତଳା – ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଶୁ ମାନଙ୍କର ସ୍ୱାଭାବିକ ଓ ସାମଗ୍ରିକ ବିକାଶ ଉପରେ ଏକ ସ୍ୱାସ୍ଥ୍ୟ ଶିବିର ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଘନଶ୍ୟାମ ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟ ଚିକିତ୍ସାଳୟର ଡିଇଆସିରୁ ଏକ ଟିମ ଆସିଥିଲେ ।ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା , ବିଳମ୍ବିତ ଅଭିବୃଦ୍ଧି ତଥା ଭିନ୍ନକ୍ଷମତା, ଜନ୍ମଗତ ତ୍ରୁଟି,ବାଲ୍ୟାବସ୍ଥା ରୋଗ ଗୁଡିକ ଉପରେ ଚିହ୍ନଟ କରଣ ସହ ଅଧିକ ଉନ୍ନତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିଲା । ଅପହଞ୍ଚ ଇଲକାରୁ ଶିଶୁଙ୍କ ପାଖରେ କିଭଳି ଏ ସେବା ପହଞ୍ଚିପାରିବ ଓ ଉନ୍ନତ ଚିକିତ୍ସା ପାଇଁ ଅଭିଭାବକ କିପରି ଅବଗତ ହୋଇ ପାରିବେ ଏହି ସ୍ୱତନ୍ତ୍ର ଶିବିର ର ଏହା ମୁଖ୍ୟ ଉଦେଶ୍ୟ ଥିଲା । ସେଥିପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଶିଶୁ ମାନଙ୍କୁ ଶିବିରକୁ ନେବା ଆଣିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏହି ଶିବିରରେ ଯୋଗ ଦେଇଥିବା ୪୦ ରୁ ଉର୍ଦ୍ଧ୍ବ ଶିଶୁ ସେମାନଙ୍କ ଅଭିଭାବକଙ୍କ ଆସିଥିଲେ । ସୁଦୂର ଛୋଟକେଇ,ବଲଙ୍ଗ,ଟାଇଁସି,ତାବଡାଭଗତପୁର ଇତ୍ୟାଦି ଗ୍ରାମରୁ ମଧ୍ୟ ଅନେକ ଶିଶୁ ଏହି ଶିବିରକୁ ଆସିଥିଲେ । ବାକ୍ ଶ୍ରବଣ ଚିକିତ୍ସା,ଭୌତିକ ଚିକିତ୍ସା,ବୌଦ୍ଧିକ ବିକାଶ ପାଇଁ ଚିକିତ୍ସା,ସହ ବିଶେଷ ଶିକ୍ଷା ପ୍ରଦାନ ଉପରେ ଅଭିଭାବକଙ୍କୁ ଅବଗତ କରାଯାଇଥିଲା । ଫିଜିଓ ଥେରାପିଷ୍ଟ ଡ଼ଃ ସରିତ ସାଗର ନାୟକ,ମନସ୍ତତ୍ତ୍ୱବିତ ତୃପ୍ତିମୟୀ ସାହୁ,ସ୍ୱତନ୍ତ୍ର ପ୍ରଶିକ୍ଷକ ରଶ୍ମିତା ଦେହୁରୀଙ୍କ ସମେତ ଡ଼ଃ ବିରେନ କୁମାର ସାହୁ,ଡ଼ଃ ରାଜଶ୍ରୀ ପାଢ଼ୀ, ଡ଼ଃ ରଶ୍ମିରେଖା ଦାଶ, ଫାର୍ମାସିଷ୍ଟ ଛବିନ୍ଦ୍ର ସାମଲ, ଜନ୍ମେଜୟ ପଟ୍ଟନାୟକ ,ସ୍ୱାସ୍ଥ୍ୟ କର୍ମୀ ବିଦ୍ୟୁଲତା ସାହୁ,ରଶ୍ମିତା ରାଉଳ ପ୍ରମୁଖ ଶିବିରରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଥିଲେ । ବିପିଏମ ରୋଜାଲୀନ ସାହୁ,ବିତ୍ତ ପରିଚାଳକ ଦେବାଶିଷ ମିଶ୍ର ଶିବିରରେ ସହଯୋଗ କରିଥିଲେ । Advertisement
କରୋନା ଟିକା – ଗାଁରେ ଅଧିକ ଆଗ୍ରହ ଅନୁଗୁଳ – ଆବଶ୍ୟକତା ଠାରୁ କମ୍ ପରିମାଣରେ ଯୋଗାଣ ଯୋଗୁ ଅନୁଗୁଳ ଜିଲ୍ଲାରେ କରୋନା ଟିକାକରଣ କ୍ଷୀପ୍ର ଗତିରେ ହୋଇପାରୁ ନାହିଁ । ମଙ୍ଗଳବାର ଜିଲାରେ ୨…
ଷ୍ଟେସନ ଠାରେ ରେଳରେ ହେବ ଚିକିତ୍ସା – ଲାଇଫ ଲାଇନ ଏକ୍ସପ୍ରେସରେ ସ୍ୱତନ୍ତ୍ର ଓ ଅତ୍ୟାଧୁନିକ ବ୍ୟବସ୍ଥା ଅନୁଗୁଳ – ଅନୁଗୁଳ ରେଳ ଷ୍ଟେଶନରେ ପ୍ରଥମ ଥର ପାଇଁ ହସ୍ପିପିଟାଲ ଇନ୍ ଟ୍ରେନ ଲାଗିଛି । ଏହା ୧୫ ଦିନ ପର୍ଯ୍ୟନ୍ତ ଷ୍ଟେଶନ୍ରେ ରହି ରୋଗୀଙ୍କୁ…
ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ପ୍ରଦାନ କଲେ ତାଳଚେର ବିଧାୟକ ବ୍ରଜ କିଶୋର ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ଯୋଗାଇଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ । ତାଳଚେର ବିଧାୟକଙ୍କ ଦ୍ୱାରା ସାଧାରଣତନ୍ତ୍ର ଦିବସରେ…