ଆଞ୍ଚଳିକ ବିଦ୍ୟୁତ ଆଘାତରେ ଯୁବକ ମୃତ Angul OnlineFebruary 11, 2023February 11, 2023 ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ସେହି ଗାଁର ୪୪ ବର୍ଷୀୟ ପଦ ଦାସ ବୋଲି ଜଣା ପଡ଼ିଛି । ସୂଚନା ଥାଉ କି ଗୁରୁବାର ମଧ୍ୟାହ୍ନରେ ସେ ଘରକୁ ପ୍ରବେଶ କରୁଥିବା ବେଳେ ହଠାତ ତାଙ୍କୁ କୌଣସି କାରଣରୁ ବିଦ୍ୟୁତ ଆଘାତ ଲାଗିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ବଅଁରପାଳର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଡାକ୍ତର ପଦ ଦାସଙ୍କୁ ମୃତ ଘୋଷଣା କରିଥିଲେ । Advertisement
ସମର୍ପଣ ଏକାଡ଼େମୀର ଶତ ପ୍ରତିଶତ ରେଜଲ୍ଟ ଅନୁଗୁଳ – ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅମଲାପଡ଼ା ସ୍ଥିତ ସମର୍ପଣ ଏକାଡେମୀରେ ଶତ ପ୍ରତିଶତ ଫଳ ହୋଇଛି । ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ…
ଜିନ୍ଦଲ ପାୱାରକୁ ଗାରେ ପାଲମା 4/1 ଖଣି ପାଇଁ ସଫଳ ବିଡର ଭାବରେ କୋଇଲା ମନ୍ତ୍ରଣାଳୟର ଘୋଷଣା ରାୟପୁର/ଭୁବନେଶ୍ୱର – ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ସହାୟକ କମ୍ପାନୀ ଜିନ୍ଦଲ ପାୱାର ଲିମିଟେଡ (ଜେପିଏଲ)କୁ କୋଇଲା…
ସାତକୋଶିଆରେ ଘଡ଼ିଆଳର ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବିଲୁପ୍ତ ପ୍ରାୟ ଘଡ଼ିଆଳ ପ୍ରଜାତିର କୁମ୍ଭୀରର ସାତକୋଶିଆ ମହାନଦୀ ଗଣ୍ଡରେ ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ…