ରାଜନୀତି ପ୍ରଧାନମନ୍ତ୍ରୀ ଓ ଆଦାନୀଙ୍କ ମଧୁଚନ୍ଦ୍ରିକା ଭାରତବର୍ଷର ମେଗାସ୍କାମ – ଜୟନ୍ତ ମହାନ୍ତି Angul OnlineFebruary 23, 2023February 23, 2023 ଅନୁଗୋଳ – ଅନୁଗୋଳର ଏକ ଘରୋଇ ହୋଟେଲଠାରେ ପ୍ରଦେଶ କଂଗ୍ରେସ କମିଟି ଦ୍ବାରା ନିଯୁକ୍ତ ଅନୁଗୋଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଜୟନ୍ତ କୁମାର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଆଦାନୀଙ୍କ ମଧୁଚନ୍ଦ୍ରିକା ଭାରତବର୍ଷର ଅର୍ଥନୀତିକୁ ନିମ୍ନଗାମୀ କରିବା ସହ ଦେଶକୁ ଦେବାଳିଆ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରି ସାରିଛନ୍ତି ବୋଲି କହିଛନ୍ତି । ଏହା ଭାରତର ଏକ ସର୍ବ ବୃହତ ମହାମେଗା ସ୍କାମ ଭାବେ ପରିଗଣିତ ହେବ । ଯେଉଁ ଆଦାନୀ ୨୦୧୪ ମସିହାରେ ବିଶ୍ୱ ଧନୀ ତାଲିକାରେ ୬୦୯ତମ ସ୍ଥାନରେ ଥିଲା, ୯ ବର୍ଷ ମଧ୍ୟରେ ସେ ବିଶ୍ଵର ତୃତୀୟ ଧନୀ ହୋଇ ପାରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରଚ୍ଛନ୍ନ ସହଯୋଗରେ ସେ ତାଙ୍କର ସାମ୍ରାଜ୍ୟକୁ ବିସ୍ତାର କରି ପାରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ବିଦେଶ ଗସ୍ତରେ ତାଙ୍କୁ ସାଥିରେ ନେବା ସହ ତାଙ୍କୁ ବିଭିନ୍ନ ଦେଶରେ ବ୍ୟବସାୟିକ ବ୍ୟବସ୍ଥା କରିଥିବା ମଧ୍ୟ ନଜରକୁ ଆସିଛି । ଅହେତୁକ ଦରବୃଦ୍ଧି, ବେକାରୀ ସମସ୍ୟା, ଆର୍ଥିକ ବିଶୃଙ୍ଖଳା ଦେଇ ଦେଶ ଗତି କରୁଛି କେବଳ ପ୍ରଧାନମନ୍ତ୍ରୀଙ୍କ ଭୂଲ ନିଷ୍ପତି ସହ ଦୃଢ ବନ୍ଧୁପ୍ରିତି ପାଇଁ । ଏଣୁ ଆଗାମୀ ଦିନରେ ଭାରତୀୟ ଜାତୀୟ କଂଗ୍ରେସ ଏହାର ଦୃଢ ଜବାବ ଦେବ । ପ୍ରଧାନମନ୍ତ୍ରୀ ପବିତ୍ର ସଂସଦ ଗୃହରେ ମଧ୍ୟ ଏହାର ଜବାବ ନ ରଖିବା ଅତ୍ୟନ୍ତ ଦୁଃଖଦାୟକ । ତଦନ୍ତ ପାଇଁ ଯୁଗ୍ମ ପାର୍ଲିଆମେଣ୍ଟ କମିଟି ଗଠନ କରିବାକୁ ହେଉଥିବା ଦାବିକୁ ସରକାର ଏଡାଇ ଯିବା ଦୁର୍ଭାଗ୍ୟ ଜନକ । ଏଣୁ ବାଧ୍ୟହେବ ଭାରତୀୟ ଜାତୀୟ କଂଗ୍ରେସ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ତୀବ୍ର କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ କୁହା ଯାଇଛି । Advertisement
ପୌରାଧକ୍ଷ ମଇଦାନରେ ଆଠ ଯୋଦ୍ଧା ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ଗତକାଲି (ମଙ୍ଗଳବାର) ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଆଜି ପ୍ରାର୍ଥୀପତ୍ର…
ବଦଳିଲେ ସଭାପତି , ଥମିଲା ନାହିଁ ଗୋଷ୍ଠି କନ୍ଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସକୁ ପୁରୁଣା ରୋଗ , ଗୋଷ୍ଠୀ କନ୍ଦଳ ଯୋଗୁଁ ଦଳର ସ୍ଥିତି ବିଗିଡି ସାରିଥିବା ସତ୍ୱେ କଙ୍କଡା ନୀତିରେ ଏବେ…
ବିଜେଡିରେ ବିଧିବିଧ ଭାବେ ସାମିଲ ହେଲେ ଡାକ୍ତର ପ୍ରତାପ ପାଣି ଅନୁଗୁଳ – (ଅନୁଗୁଳ ଅନଲାଇନ୍) – ଆଜି ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ବିଜେଡିରେ ସାମିଲ…