ମୁଖ୍ୟ ଖବର ପୁଲିସ ଫାୟାରିଂ ରେଞ୍ଜରୁ ଗୁଳି ଗାଁରେ – ଲୋକେ ଆତଙ୍କିତ Angul OnlineFebruary 25, 2023February 25, 2023 ଅନୁଗୋଳ – ଅନୁଗୋଳ ସରଧାପୁର ଗାଁ ଜଙ୍ଗଲରେ ଥିବା ପୁଲିସ ଫାୟାରିଂ ରେଞ୍ଜର ଗୁଳି ଶନିବାର ସକାଳେ ଗାଁରେ ପହଞ୍ଚିଛି । ସୂଚନା ଅନୁସାରେ, ସକାଳେ ଗାଁର ସୁବାସ ସାହୁ ଛାତ ଉପରେ ସିମେଣ୍ଟ କାମ କରୁଥିଲେ । ହଠାତ ତାଙ୍କ ଜଙ୍ଘରେ କିଛି ଗରମ ଲୁହା ବାଜିଥିଲା । ସୁବାସ ଚମକି ଦେଖିବା ବେଳକୁ ଏହା ଏକ ବନ୍ଧୁକର ଗୁଳି ଥିଲା । ଏହି ଖବର ଗାଁରେ ପ୍ରଚାର ପରେ ଗାଁ ଲୋକ ଭୟଭୀତ ହୋଇ ପଡ଼ିଥିଲେ । ପ୍ରକାଶ ଯେ, ଗତ ୨୦୧୯-୨୦ ମସିହାରେ ଏଭଳି ଗୁଳି ଜଣେ ବୃଦ୍ଧାଙ୍କ ଛାତିରେ ବାଜିବା ଫଳରେ ସେ ଗୁରୁତର ହୋଇଥିଲେ । ତେବେ ଆଜି ପୁଣି ଏଭଳି ଗୁଳି ପଡିବା ପରେ ଗାଁ ଲୋକ ଭୟଭୀତ ହୋଇ ପଡିଛନ୍ତି । ସୂଚନା ଅନୁସାରେ ସରଧାପୁର ଫାୟାରିଂ ରେଞ୍ଜରେ ଗତ ୩ଦିନ ଧରି ଗୁଳି ଚାଳନା ଅଭ୍ୟାସ ଚାଲିଛି । ଶନିବାର ଏକ ଗୁଳି ଯାଇ ସୁବାସ ସାହୁଙ୍କ ଜଙ୍ଘରେ ବାଜିଥିଲା । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖବର ପାଇ ସଦର ଥାନା ପୁଲିସ ସୁବାଷଙ୍କ ନିକଟରେ ପହଞ୍ଚି ତଦନ୍ତ ଆରମ୍ଭକରି ଗୁଳିକୁ ଜବତ କରିଛି । ବାରମ୍ବାର ଅନୁରୋଧ ପରେ ମଧ୍ୟ ପୁଲିସ ପ୍ରଶାସନ କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁ ନିକଟରେ ଥିବା ଏହି ଫାୟାରିଂ ରେଞ୍ଜକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି କରାଯାଇଛି । ଏ ନେଇ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରୀଜେଶ ରାୟଙ୍କୁ ଯୋଗାଯୋଗ କରାଯିବାରୁ ସେ ପ୍ରକାଶ କରିଥିଲେ ଯେ, ସେଠାରେ ଦୀର୍ଘ ୬୦/୭୦ ବର୍ଷ ଧରି ଫାୟାରିଂ ରେଞ୍ଜ ରହିଛି । ସେଠାରେ କେବଳ ଛୋଟ ଅସ୍ତ୍ରରୁ ଫାୟାରିଂ ହୁଏ । ସେଥିରୁ ଏତେ ଦୁରକୁ ଗୁଳି ଯିବାକଥା ନୁହଁ । ତେବେ ଅଭିଯୋଗ ହୋଇଥିବାରୁ ଏହାର ତଦନ୍ତ ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ପଠାଯିବ । Advertisement
ଅନୁଗୁଳ ଜିଲ୍ଲା ବିଜେପିର ନୂଆଁ ଟିମ ଅନୁଗୁଳ – ଅନୁଗୁଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ଆଜି ନୂତନ ଜିଲ୍ଲା ପଦାଧିକାରୀ , ମୋର୍ଚ୍ଚା ସଭାପତି ଏବଂ ଜିଲ୍ଲା କାର୍ଯ୍ୟକାରିଣୀଙ୍କ ନାମ ଘୋଷଣା କରା…
ନିଖୋଜ ବିରଜୁ କୁଲୁ ତାଳଚେରରୁ ଉଦ୍ଧାର ଅନୁଗୁଳ – ନିଖୋଜ ବିରଜୁ କୁଲୁଙ୍କ ମିଳିଲା ପତ୍ତା । ପାକିସ୍ତାନରୁ ଫେରିଥିବା ସୁନ୍ଦରଗଡର ବିରୁଜୁ କୁଲୁ ଓଡିଶାରେ ପୁଣି ନିଖୋଜ ହୋଇଯାଇଥିଲେ । ଥାନାରେ ବିରିଜୁଙ୍କ…
ଅନୁଗୁଳରେ କାଳବୈଶାଖୀର ତାଣ୍ଡବ ଅନୁଗୁଳ – ଅନୁଗୁଳରେ କାଳବୈଶାଖୀ । ସାମାନ୍ୟ ବର୍ଷା ସାଙ୍ଗକୁ ଜୋରରେ ପବନ । ମାତ୍ର ଅଳ୍ପ ସମୟର ପବନରେ ଅନୁଗୁଳ ସହରରେ ବ୍ୟାପକ ଭଙ୍ଗାରୁଜା ହୋଇଛି…