ମୁଖ୍ୟ ଖବର ଜାତୀୟ ରାଜପଥ ୫୫ ପୂର୍ଣ୍ଣାଙ୍ଗକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ରମେଶ ସାଏ Angul OnlineFebruary 27, 2023February 27, 2023 ଭୁବନେଶ୍ୱର – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ମଙ୍ଗୁଳି – ସମ୍ବଲପୁର ଜାତୀୟ ରାଜପଥ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ହୋଇ ରହିଛି । ଏହା ଏହି ଜାତୀୟ ରାଜପଥ ଦେଇ ଯିବା ଆସିବା କରୁଥିବା ବ୍ୟକ୍ତି ଓ ଅନୁଗୋଳ ସହର ବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ବେଳେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ । ଏଥିପାଇଁ ସେ ଆଜି ମଙ୍ଗୁଳି ସମ୍ବଲପୁର ଜାତୀୟ ରାଜପଥ କାର୍ଯ୍ୟ କେବେ ସୁଦ୍ଧା ପୂର୍ଣାଙ୍ଗ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଚୁକ୍ତିନାମା ସ୍ବାକ୍ଷରିତ କରିଥିବା ବେଳେ ଅଦ୍ୟାବଧୂ ଏହି ରାସ୍ତା କାର୍ଯ୍ୟ କେତେଦୂର ଅଗ୍ରଗତି କରିଛି ଓ ଏହା କେବେ ସୁଦ୍ଧା ନିର୍ଦ୍ଦିଷ୍ଟ ଭାବେ ସମ୍ପୂର୍ଣ୍ଣ ହେବ ବୋଲି ବିଧାନସଭାରେ ନିର୍ମାଣ , ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ପ୍ରଶ୍ନ କରିଥିଲେ । ଉତ୍ତରରେ ମନ୍ତ୍ରୀ ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ସମ୍ପ୍ରସାରଣ ତିନିଗୋଟି ସ୍ତରରେ କାର୍ଯ୍ୟକାରୀ ହେଉଅଛି ବୋଲି କହିବା ସହ କଟକ – ଅନୁଗୁଳ ସେକ୍ସନ ୦.୪୦୦ କିମି ରୁ ୬୦.୨୦୦ କିମି ନିର୍ମାଣ କାର୍ଯ୍ୟ ୧୯ , ୦୧ , ୨୦୧୮ରେ ଆରମ୍ଭ ହୋଇଥିବା କହିଥିଲେ । ଚୁକ୍ତିନାମା ନିର୍ଦ୍ଧାରିତ କାର୍ଯ୍ୟ ସମାପ୍ତି ତାରିଖ ୧୭.୦୭.୨୦୨୦ ସମ୍ଭାବ୍ୟ କାର୍ଯ୍ୟ ସମାପ୍ତି ତାରିଖ – ୩୦ , ୦୬ , ୨୦୨୩ ବୋଲି କହିଥିଲେ । ଏବଂ କଟକରୁ – ଅନୁଗୁଳ ସେକ୍ସନ – ୬୦ , ୨୦୦ କିମିରୁ ୧୧୨ , ୦୦୦ କିମି , ଅନୁଗୁଳ – ସମ୍ବଲପୁର ସେକ୍ସନ – ୧୧୨ , ୦୦୦ କିମିରୁ ୨୬୫ , ୦୦ କିମି ଥିବା ସୂଚନା ଦେଇଥିଲେ । ଉପରୋକ୍ତ କାର୍ଯ୍ୟ ପୂର୍ଣାଙ୍ଗ ହେବାର ଧାର୍ଯ୍ୟ ତାରିଖ / ବର୍ତ୍ତମାନ ସ୍ଥିତି ତଥା କାର୍ଯ୍ୟ ପୂର୍ଣାଙ୍ଗ ହେବାର ସମ୍ଭାବ୍ୟ ତାରିଖ ପ୍ରଦାନ କରାଗଲା । ଚୁକ୍ତିନାମା ନିର୍ଦ୍ଧାରିତ କାର୍ଯ୍ୟ ସମାପ୍ତି ତାରିଖ – ୦୭ , ୦୯ , ୨୦୨୦ ସମ୍ଭାବ୍ୟ କାର୍ଯ୍ୟ ସମାପ୍ତି ତାରିଖ – ୩୧ ୦୧୨ , ୨୦୨୩ , କାର୍ଯ୍ୟ ଅଗ୍ରଗତିର ବର୍ତ୍ତମାନର ସ୍ଥିତି – ୬୭ % ( ୪୬ କି.ମି ଚାରିଲେନ ) କାର୍ଯ୍ୟ ସମାପ୍ତି ହୋଇଅଛି । କଟକ – ଅନୁଗୁଳ ସେକ୍ସନ ( ୬୦ , ୨୦୦କିମି ରୁ ୧୧୨ , ୦୦୦ କିମି , ନିର୍ମାଣ କାର୍ଯ୍ୟ ଆରମ୍ଭ ତାରିଖ – ୧୨ , ୦୩ , ୨୦୧୮ , କାର୍ଯ୍ୟ ଅଗ୍ରଗତିର ବର୍ତ୍ତମାନର ସ୍ଥିତି – ୫୮ % ( ୩୩ କି.ମି ଚାରିଲେନ ) କାର୍ଯ୍ୟ ସମାପ୍ତି ହୋଇଅଛି । ସେହିଭଳି ଅନୁଗୁଳ – ସମ୍ବଲପୁର ସେକ୍ସନ ( ୧୧୨ , ୦୦୦ କିମି ରୁ ୨୬୫ , ୦୦୦କିମି ନିର୍ମାଣ କାର୍ଯ୍ୟ ଆରମ୍ଭ ତାରିଖ – ୦୩ , ୦୩ , ୨୦୧୭ , ଚୁକ୍ତିନାମା ନିର୍ଦ୍ଧାରିତ ସମ୍ଭାବ୍ୟ କାର୍ଯ୍ୟ ସମାପ୍ତି ତାରିଖ – ୨୯ , ୦୯ ୨୦୧୯ ସମ୍ଭାବ୍ୟ କାର୍ଯ୍ୟ ସମାପ୍ତି ତାରିଖ- ୩୧ ୧୨.୨୦୨୩ କାର୍ଯ୍ୟ ଅଗ୍ରଗତିର ବର୍ତ୍ତମାନର ସ୍ଥିତି – ୭୨ % ( ୧୧୫ କି.ମି ଚାରିଲେନ ) କାର୍ଯ୍ୟ ସମାପ୍ତି ହୋଇଅଛି ବୋଲି ସୂଚନା ଦେଇଥିଲେ । Advertisement
ଗୁଳିବିଦ୍ଧ ହାତୀର ମୃତଦେହ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲା ସାତକୋଶିଆ ଡିଭିଜନର ଜିଲିଣ୍ଡା ରେଞ୍ଜ , କଟରଙ୍ଗ ସେକ୍ସନ, ବାଙ୍କଧର ଅଞ୍ଚଳରେ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି…
କୂଅରେ ପଡି ନାବାଳକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଟାସରା ଗାଁରେ ଗାଧେଇବାକୁ ଯାଇ କୂଅରେ ପଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ…
ଅନୁଗୁଳ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆସନ୍ତାକାଲି(ବୁଧବାର) ଠାରୁ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । ସହର ସହ ଗାଁକୁ ଯୋଡ଼ିବା ଲକ୍ଷ୍ୟ ନେଇ ଆରମ୍ଭ ହେଉଥିବା…