ଅପରାଧମୁଖ୍ୟ ଖବର ଶିଳପୁଆରେ ଛେଚି ଭାଉଜକୁ ହତ୍ୟା କଲା ଦିଅର Angul OnlineFebruary 3, 2021February 3, 2021 ଅନୁଗୁଳ – ଅନୁଗୁଳ ସଦର ଥାନା ସୁସୁଡା ଗାଁରେ ଆଯି ( ବୁଧବାର) ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଦିଅର ଶିଳପୁଆରେ ଛେଚି ଭାଉଜକୁ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିବା ଜଣା ପଡିଛି । ସୂଚନା ଅନୁସାରେ ସୁସୁଡା ସ୍କୁଲ ସମ୍ମୁଖରେ ରହୁଥିବା ସଙ୍ଗୀତା ଭୋଇ ତାଙ୍କ ଦିଅର ସୁବାଶ ଭୋଇଙ୍କ ସହ ଘରେ ଥିବା ବେଳେ ହଠାତ ସୁବାଶ ଏକ ଶିଳପୁଆରେ ସଙ୍ଗୀତାଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ସଙ୍ଗୀତାଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ସୁବାଶ ନିଜେ ଆସି ଥାନାରେ ଆତ୍ମସମର୍ପଣ କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ତେବେ ସାଇଣ୍ଟିଫିକ ଟିମ ଆସି ପାରି ନଥିବା ତଦନ୍ତରେ ଅଗ୍ରଗତି ହୋଇ ପାରି ନଥିବା ଜଣା ପଡିଛି । ଆସନ୍ତାକାଲି ସାଇଣ୍ଟିଫିକ ଟିମ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ କରାଯିବ । ତେବେ ପ୍ରାଥମିକ ତଦନ୍ତ ବେଳେ ସୁବାଶଙ୍କ ମାନସିକ ଅବସ୍ଥା ଠିକ ନଥିବାରୁ ଏଭଳି କାଣ୍ଡ ଭିଆଇଥିବା ଜଣା ପଡିଛି । Advertisement
ଆଠ ଡକାୟତଙ୍କୁ ବାନ୍ଧିଲା ପୁଲିସ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆବୋଲ ଏବଂ ନବମିଶ୍ର କଲୋନୀ ଏରିଆରେ ହୋଇଥିବା ଦୁଇଟି ଡକାୟତି ଘଟଣାରେ ପୁଲିସ ଏକ ୮ ଜଣିଆ ଡକାୟତ ଗ୍ୟାଙ୍ଗକୁ…
ଟ୍ରକ ସହ ୬ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁପତ୍ର ଜବତ ଅନୁଗୁଳ – ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା । କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା । ସୂଚନା ଅନୁସାରେ ଆଠମଲ୍ଲିକ ଅଞ୍ଚଳରୁ…
ବନ୍ଧୁକ ଓ ଭୁଜାଲି ଦେଖାଇ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସମଲ ଥାନା ନବୀନନଗର ଠାରେ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଗା ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା…