ଅପରାଧ ରାମଚଣ୍ଡୀ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଚୋରି Angul OnlineMarch 2, 2023March 2, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିରରୁ ବିଳମ୍ବିତ ରାତିରେ ଟଙ୍କା ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ମନ୍ଦିର ପରିଚାଳନା କମିଟି ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ସକାଳେ ମନ୍ଦିରର ପୂଜକ ପୂଜା କରିବାକୁ ଆସିବା ପରେ , ମନ୍ଦିରର ହୁଣ୍ଡି , ଆଲମୀରା ଆଦି ଭଙ୍ଗାଯାଇଥିବା ଦେଖିଵାକୁ ପାଇଥିଲେ । ମନ୍ଦିରର ଦୁଇଟି ହୁଣ୍ଡି ଓ ଆଲମିରା ଭଙ୍ଗା ଯାଇଥିବା ବେଳେ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ଦେଖି ପରିଚାଳନା କମିଟିକୁ ଖବର ଦେଇଥିଲେ । ସି ସି ଟିଭି ଜାଞ୍ଚ କରିବାକୁ ଯିବା ବେଳେ ଲଲ ମନ୍ଦିରରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କ ମଧ୍ୟ ଚୋରି ହୋଇଥିବା ଜଣା ପଡିଥିଲା । ହୁଣ୍ଡିରେ ପ୍ରାୟ ୫ ହଜାର ଟଙ୍କା ଥିବ ବୋଲି ଅନୁମାନ କରା ଯାଉଥିବା ବେଳେ ଆଲମୀରାରେ ଥିବା ମା’ଙ୍କ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଅଳଙ୍କାର ଚୋରମାନେ ନେଇ ଯାଇଥିବା ଜଣା ପଡ଼ିଛି । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି । Advertisement
ମାଉଜର ଦେଖାଇ ଟଙ୍କା ଲୁଟ ଅଭିଯୋଗ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ସୁନାଖଣି , ବିକସର ପାଖରେ ଆଜି ସକାଳେ ଜଣେ ଔଷଧ ବିକ୍ରେତାଙ୍କୁ ମାଉଜର ଦେଖାଇ ଟଙ୍କା ଲୁଟ ହୋଇଥିବା…
କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା – ବୁଦା ମୂଳରୁ ମୃତଦେହ ଉଦ୍ଧାର ଗାଧେଇବାକୁ ଯାଇ ଫେରିଲେ ନାହିଁ । ଗଣ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସନ୍ଦେହରେ ୩ ଅଟକ । ସ୍ଵପ୍ନ ଅଧାରେ ରହିଗଲା – ଲକ୍ଷ୍ୟ…
ଚାକିରି ଲୋଭ ଦେଖାଇ କାର ଭିତରେ ମହିଳାଙ୍କୁ ଅସଦାଚରଣ ଅନୁଗୁଳ – ଚାକିରି ଲୋଭ ଦେଖାଇ କାର୍ ଭିତରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ । କାର ଭିତରୁ କୌଶଳ କ୍ରମେ ଖସି ଆସି ଥାନାର ଦ୍ୱାରସ୍ଥ ହେଲେ…