ବାଣିଜ୍ୟ ଅଗ୍ନି ପ୍ରତିରୋଧକ ଇସ୍ପାତ ନିର୍ମାଣ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ପ୍ରଥମ ବିଆଇଏସ୍ ଲାଇସେନ୍ସ Angul OnlineMarch 20, 2023March 20, 2023 ଭୁବନେଶ୍ବର – ଛତିଶଗଡର ରାଇଗଡସ୍ଥିତ ରେଳ ମିଲ୍ ଏବଂ ସ୍ପେଶାଲ ପ୍ରୋଫାଇଲ୍ ମିଲରେ ଭାରତର ପ୍ରଥମ ଅଗ୍ନି ପ୍ରତିରୋଧକ ଷ୍ଟିଲ୍ ନିର୍ମାଣ ପାଇଁ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ବିଆଏସ୍ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ବିଆଇଏସ୍ ୧୫୧୦୩ ଗ୍ରେଡ ଅନୁଯାୟୀ ନିର୍ମିତ ହଟ୍ ରୋଲ୍ ଷ୍ଟ୍ରକଚରାଲ୍ ଷ୍ଟିଲ୍ ଉଚ୍ଚ ତାପମାତ୍ରା କିମ୍ବା ଅଗ୍ନି ପ୍ରବଣ ଅଞ୍ଚଳ ପାଇଁ ବ୍ୟବହୃତ ହୋଇପାରିବ ଏବଂ ଏହା ସର୍ବାଧିକ ୩ ଘଣ୍ଟା ପର୍ଯ୍ୟନ୍ତ ୬୦୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରାକୁ ସହ୍ୟ କରିପାରିବ । ଇସ୍ପାତ ଷ୍ଟ୍ରକଚର ଡିଜାଇନରେ ଅଗ୍ନି ସୁରକ୍ଷା ଏକ ଚ୍ୟାଲେଞ୍ଜ । ଅଗ୍ନି ପ୍ରତିରୋଧକ ଇସ୍ପାତର ଉପଲବ୍ଧତା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଯଥା ରିଫାଇନାରୀ , ବ୍ରିଜ୍ , ମେଟ୍ରୋ ପ୍ରୋଜେକ୍ଟ , ଇଣ୍ଡଷ୍ଟ୍ରିଆଲ୍ ଷ୍ଟ୍ରକଚର ଏବଂ ଷ୍ଟିଲ୍ ଆଣ୍ଡ ପାୱାର ପ୍ଲାଣ୍ଟ ତଥା ଡାକ୍ତରଖାନା, ବାଣିଜ୍ୟିକ ଏବଂ ଆବାସିକ ଅଟ୍ଟାଳିକାର ଡିଜାଇନ ତଥା ନିର୍ମାଣରେ ସହାୟକ ହେବ । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଲେନ୍ଦ୍ର ଝା ଏକ ବିବୃତ୍ତିରେ କହିଛନ୍ତି ଯେ ଅଗ୍ନି ପ୍ରତିରୋଧକ ଷ୍ଟିଲ ଉତ୍ପାଦନ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଦିଆଯାଇଥିବା ଲାଇସେନ୍ସ ଭାରତର ଭିତ୍ତିଭୂମି ତଥା ଏହାର ସୁରକ୍ଷା ମାନକୁ ଦୃଢ କରିବାରେ ସହାୟକ ହେବ । ଅଗ୍ନି ନିରାପତ୍ତା ପାଇଁ ଅଗ୍ନି ପ୍ରତିରୋଧକାରୀ ଇସ୍ପାତ ଉପଭୋକ୍ତାମାନଙ୍କୁ ବହୁ ଆବଶ୍ୟକୀୟ ସୁନିଶ୍ଚିତତା ପ୍ରଦାନ କରିବା ସହ ଏକ ନିରାପଦ ଆତ୍ମନିର୍ଭର ଭାରତ ନିର୍ମାଣ କରିବ । ନୂଆଦିଲ୍ଲୀର ବାଣିଜ୍ୟ ଭବନରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳନ ଅବସରରେ ବିଏସ୍ ସାର୍ଟିଫିକେଟ୍ ପାଇଁ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଏହି ଲାଇସେନ୍ସ ଆନୁଷ୍ଠାନିକ ଭାବେ ପ୍ରଦାନ କରାଯାଇଥିଲା । ବିଶ୍ୱ ଉପଭୋକ୍ତା ଅଧିକାର ଦିବସରେ ବାଣିଜ୍ୟ ଭବନ-ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରଙ୍କୁ ଏହି ଲାଇସେନ୍ସ ପ୍ରଦାନ କରାଯାଇଥିଲା । Advertisement
ଅନୁଗୁଳ ବଜାରରେ ମିଟିଓର 350 ଅନୁଗୁଳ ବଜାରରେ ମିଟିଓର 350 ଅନୁଗୁଳ – ସାରା ଭାରତରେ ଗତକାଲି ରୋୟାଲ ଏନଫିଲଡ଼ ର ମିଟିଓର 350 ସିସି ଲଞ୍ଚ ହୋଇଛି । ତେବେ ଅନୁଗୁଳ…
ସରିଲା ତାଳଚେର ଟ୍ରକ ମାଲିକ ସଂଘ ନିର୍ବାଚନ -ଅରବିନ୍ଦ ଭୂତିଆ ସଭାପତି ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଂଘର ନିର୍ବାଚନ ପ୍ରକ୍ରିୟା ଗତକାଲି ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର…
ଲକ୍ଷ୍ମୀ ହୋଣ୍ଡାର ପୂଜା ବମ୍ଫର ଅଫର – ହୋଣ୍ଡା ଗାଡି ମାତ୍ର ୧୧୦୦ ଟଙ୍କା ଡାଉନପେମେଣ୍ଟରେ ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଏବଂ ସ୍କୁଟର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାର ପବିତ୍ର ପୂଜା ଅବସରରେ ବମ୍ଫର ଅଫର ଶୁଭାରମ୍ଭ ହୋଇଯାଇଛି । ଯେଉଁ…