ମୁଖ୍ୟ ଖବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ ଘଟଣା – ଥାନାରେ ଅଭିଯୋଗ , ସେପଟେ ମୂର୍ତ୍ତିରେ ସୁଧାର ଆଣିଲା ପ୍ରଶାସନ Angul OnlineApril 4, 2023April 4, 2023 ଅନୁଗୋଳ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ , ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନ, ମାଆ ମାଳତୀ ଚୌଧୁରୀଙ୍କୁ ଅସମ୍ମାନ ପ୍ରତିବାଦରେ ଅନୁଗୋଳର ଆଇନଜୀବୀ ରଞ୍ଜନ ପାତ୍ର ଅନୁଗୋଳ ଥାନାରେ ଏତଲା ଦେଇଛନ୍ତି । ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଜୀବୀ ରଞ୍ଜନ ପାତ୍ର ଦାବି କରିଛନ୍ତି । ଆଜୀବନ ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ. ପବିତ୍ର ମୋହନ ପ୍ରଧାନଙ୍କ ଆବର୍ତମାନରେ ଅସମ୍ମାନ କରିବା ଅକ୍ଷମଣୀୟ ଅପରାଧ । ବେପରୁଆ ପ୍ରଶାସକଙ୍କ ଅହଙ୍କାରୀ ଔଧତ୍ୟର ପରିଚୟ ଦେଇ ଏଭଳି ତ୍ରୁଟି କରିଥିବା ସେ ଅଭିଯୋଗ କରିବା ସହ ତୁରନ୍ତ ପ୍ରତିମୂର୍ତ୍ତି ବଦଳାଇବାକୁ ଦାବି କରିଛନ୍ତି । ନବକୃଷ୍ଣ ସରଳ ଜୀବନଯାପନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ହୋଇଥିବା ସତ୍ୱେ ନୀରସ ଜୀବନ ଆପଣାଇଥିଲେ । ଖଦଡ଼ ଧୋତି, ପଞ୍ଜାବୀ ଓ ଶାଢୀରେ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ଜୀବନ ବିତିଥିଲା । ଝାଟିମାଟି ଘରେ ରହି ରାଜ୍ୟବାସୀଙ୍କ ଲାଗି ଶେଷ ଶେଷନିଶ୍ୱାସ ଥିବା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ପ୍ରଶାସନ ଅସମ୍ମାନ କରିବାକୁ ସହ୍ୟ କରିବା କଥା ନୁହେଁ ବୋଲି ରଞ୍ଜନ କହିଛନ୍ତି । ସେପଟେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ପରେ ପ୍ରଶାସନର ଚେତା ପଶିଛି । ଗୋପବନ୍ଧୁ ପାର୍କକୁ ତାଲା ପକାଇ ସର୍ବ ସାଧାରଣଙ୍କ ଉପରେ ପ୍ରବେଶ ବାରଣ କରିବା ସହ ଯୁଦ୍ଧ କାଳୀନ ଭିତ୍ତିରେ ନବକୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ପରିବର୍ତ୍ତନ କରିଛି । ଆଜି ପ୍ରତିମୂର୍ତ୍ତିରେ ପ୍ୟାଣ୍ଟ ବଦଳରେ ଧୋତି ପିନ୍ଧା ଯାଇଥିବା ଦେଖିବାକୁ ମିଳିଛି । Advertisement
ମର୍ମଦୁନ୍ତ ସଡକ ଦୁର୍ଘଟଣା -୨ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ -୬୩ର ଅନୁଗୁଳ-ଛେଣ୍ଡିପଦା ରାସ୍ତାରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
ବିଧାୟକଙ୍କୁ କରୋନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନାର କୈାଣସି ଲକ୍ଷଣ ନଥିଲେ ମଧ୍ୟ ସେ…
କଞ୍ଚାମାଲ ପାଇଁ ଟଙ୍କା ନେଇ ଠକାମୀ-ଥାନାରେ ଅଭିଯୋଗ ଅନୁଗୁଳ – ରାଜ୍ୟ ବାହାରୁ କଞ୍ଚା ମାଲ ମଗାଇବାକୁ ଯାଇ ଠକାମୀର ଶିକାର ହୋଇଛନ୍ତି ଜଣେ ବ୍ୟବସାୟୀ । ନୂଆଦିଲ୍ଲୀର ଏକ କମ୍ପାନୀ ୨୨ ହଜାର ତାଙ୍କ…