ଅପରାଧ ପୁଅର ଟାଙ୍ଗିଆ ଚୋଟରେ ବାପ ମୃତ Angul OnlineApril 19, 2023April 19, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା କଞ୍ଜରା ଗ୍ରାମରେ ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଞ୍ଜରା ରାଜବୁରୀ ବାରିକ ସାହିର ନିଳାମ୍ବର ବାରିକ (୪୫)ବୋଲି ଜଣାପଡିଛି । ସୁଚନା ଅନୁସାରେ ସଂଧ୍ୟାରେ ନିଳାମ୍ବର ବାରିକ ଓ ତାଙ୍କ ସ୍ତ୍ରୀ ମାମି ବାରିକଙ୍କ ମଧ୍ୟରେ ପାରିବାରିକ ଘଟଣାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ନିଳାମ୍ବର ତାଙ୍କ ସ୍ତ୍ରୀକୁ ମାଡପିଟ କରିବା ସହିତ ଏକ ଟାଙ୍ଗିଆରେ ଫସା ମାରିଥିଲେ । ଏହି ଖବର ନିଳାମ୍ବରଙ୍କ ସାନପୁଅ ସିପୁନ ବାରିକ ଖବର ପାଇ ଘରକୁ ଆସିଥିଲେ ।ଏହି ସମୟରେ ନିଳାମ୍ବର ଏକ ଟାଙ୍ଗିଆରେ ତାଙ୍କ ମାକୁ ମାଡମାରୁଥିବା ଦେଖି ଟାଙ୍ଗିଆକୁ ଛଡାଇ ଆଣି ବାପାକୁ ଆକ୍ରମଣ କରିଥିଲା ।ଫଳରେ ଟାଙ୍ଗିଆ ଚୋଟ ବାଜି ବାପା ନିଳାମ୍ବର ଘଟଣାସ୍ଥଳରେ ଟଳିପଡିଥିଲେ ।ଅପରେପକ୍ଷେ ନିଳାମ୍ବରଙ୍କ ମାଡରେ ଗୁରୁତର ଆହତ ହୋଇଥିବା ତାଙ୍କ ସ୍ତ୍ରୀ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଜରପଡା ଥାନା ଅଧିକାରୀ ସରୋଜକାନ୍ତ ସାମଲ ଓ ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ଆକ୍ରମଣକାରୀ ପୁଅ ସିପୁନକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛନ୍ତି । ଏ ନେଇ ଜରପଡା ଥାନା କେସନଂ ୧୨୪/୨୩ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚାଲିଥିବା ବେଳେ ଗୁରୁବାର ସାଇଣ୍ଟିଫିକ ଟିମ ତଦନ୍ତ ପରେ ଶବକୁ ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବ ବୋଲି ଜରପଡା ଥାନା ଅଧିକାରୀ ସରୋଜକାନ୍ତ ସାମଲ ପ୍ରକାଶ କରିଛନ୍ତି । Advertisement
ଇକୋ ପାର୍କ ନିକଟରୁ ୪ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାର ମୁଖ୍ୟ ପାର୍କ ନିକଟରୁ ୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରା ଯାଇଛି । ଗିରଫ ଅଭିଯୁକ୍ତ…
ଚୋରା କେନ୍ଦୁପତ୍ର ବୋଝେଇ କାର ଜବତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କଂସମୁଣ୍ଡା ଗାଁ ନିକଟରୁ ଗତକାଲି ରାତିରେ ଚୋରାକେନ୍ଦୁପତ୍ର ନେଇଯାଉଥିବା ଏକ କାରକୁ ବନବିଭାଗ ଜବତ କରିଛି । ଘଟଣା…
ଡାକ୍ତରଙ୍କଠାରୁ କୋଟିଏ ଟଙ୍କା ଠକିଥିବା ହୀରକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଗୌରୀଶଙ୍କର ବଳ ପୁଅକୁ ମେଡିକାଲ କଲେଜରେ ପାଠ ପଢ଼ାଇ…