ଆଞ୍ଚଳିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ମଞ୍ଚର ବିକ୍ଷୋଭ Angul OnlineApril 21, 2023April 21, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ୟେଶରେ ୪୨୦୦ ଗ୍ରେଡ ପେ ଦାବି ନେଇ ଦାବିପତ୍ର ଦିଆ ଯାଇଛି । ଅମଲା ମଞ୍ଚର ଅଭିଯୋଗ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଜୁନିଅର ଆସିଷ୍ଟାଣ୍ଡ ମାନଙ୍କୁ ୪୨୦୦ ଗ୍ରେଡ ପେ ଦେବାପାଇଁ ଅନେକ ଦିନ ହେଲା ଦାବି ହୋଇ ଆସୁଥିବା ବେଳେ ଏ ଦିଗରେ ସରକାର ପଦକ୍ଷେପ ନେଉ ନାହାନ୍ତି । ସ୍ୱାଧୀନତା ପୂର୍ବରୁ ଅମଲା ମେଟ୍ରିକକୁଲେଟ ଥିବା ବେଳେ ବର୍ତ୍ତମାନ ଲେବଲ ୪ ରେ ଚାକିରୀ କରିଛନ୍ତି ସେମାନଙ୍କର ଗ୍ରେଡ ପେ ୨ ହଜାର ହୋଇଥିବା ବେଳେ ଯେଉଁମାନେ ଗ୍ରାଜୁଏସନ ଓ କମ୍ପ୍ୟୁଟର ନଲେଜ ଥିବା ଅମଲା ମାନଙ୍କର ମାତ୍ର ୧୯୦୦ ଗ୍ରେଡ ପେ ରହିଛି । ଏଥିପାଇଁ ସେମାନଙ୍କ ଗ୍ରେଡ ପେ ୪୨୦୦ କୁ ବୃଦ୍ଧି କରିବାକୁ ଦାବି କରି ଆଜି ଶତାଧିକ ଅମଲା ଜଗନ୍ନାଥ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରା ଯାଇଥିଲା। Advertisement
ବିଦ୍ୟୁତ ଆଘାତରେ ଜଣେ ମୃତ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା କୁଇଓ ଗାଁରେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ଅଭିରାମ ଗଡନାୟକ । ସୂଚନା…
ଫୁଡ୍ ଫର ଲାଇଫ୍ କାର୍ଯ୍ୟକ୍ରମରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ ଅନୁଗୁଳ – ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ (ଇସ୍କନ୍) ଅନୁଗୁଳ ପକ୍ଷରୁ ରବିବାର ସୌଭାଗ୍ୟ ନଗର ବସ୍ତି, ତାମ୍ରିତ୍ କଲୋନୀ, ଅନୁଗୋଳ ରେ ଫୁଡ୍ ଫର ଲାଇଫ୍…
ମୋଟରସାଇକେଲ ଉପରେ ପଡିଲା ଗଛ – ୩ ଗୁରୁତର ଛେଣ୍ଡିପଦା – ଅନୁଗୁଳ-ଛେଣ୍ତିପଦା ରାସ୍ତାରେ କୋଶଳା ରିସର୍ଚ୍ଚ ନର୍ସରୀ ସମ୍ମୁଖରେ ଗଛ ଭାଙ୍ଗି ମୋଟରସାଇକେଲରେ ଯାଉଥିବା ୩ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ କରଡାବାହାଳି…