ମୁଖ୍ୟ ଖବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଗୁଣ୍ଡାରାଜ – ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ Angul OnlineApril 23, 2023April 23, 2023 ଅନୁଗୋଳ – ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନା ସୁରକ୍ଷାକର୍ମୀଙ୍କ ମାଡ଼ । ଡାକ୍ତରଙ୍କୁ ଦେଖାଇବାକୁ ଧାଡିରେ ଛିଡା ହୋଇଥିବା ବେଳେ କ୍ରମିକ ନମ୍ବରରେ ଉପର ତଳ କରୁଥିବା ଅଭିଯୋଗ କରିବାରୁ ରୋଗୀ ସମ୍ପର୍କୀୟଙ୍କୁ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି । ସୂଚନା ଅନୁସାରେ ଉଗୀ , ପରା ଅଞ୍ଚଳର ଅଭିରାମ ମୁଖୀ ନାମକ ଜଣେ ବ୍ୟକ୍ତି ତାଙ୍କ ୪ ବର୍ଷର ଶିଶୁପୁତ୍ରର ଦେହ ଖରାପ ଥିବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ସେଠାରେ ଟିକଟ କରି ଧାଡିରେ ଛିଡ଼ା ହୋଇଥିବା ବେଳେ ମେଡ଼ିକାଲ ସୁରକ୍ଷାକର୍ମୀ କ୍ରମିକ ନମ୍ବର ଅନୁସାରେ ରୋଗୀଙ୍କୁ ଡାକ୍ତରଙ୍କ ପାଖକୁ ପଠାଉଥିଲେ । ହେଲେ ସୁରକ୍ଷାକର୍ମୀ ଜଣଙ୍କ ପାତରଅନ୍ତର କରି ରୋଗୀଙ୍କ କ୍ରମିକ ନମ୍ବର ଉପରତଳ କରୁଥିଲେ । ଯାହାକୁ ପ୍ରତିବାଦ କରିଥିଲେ ଅଭିରାମ । ଆଉ ପ୍ରତିବାଦ କରିବାରୁ ସମ୍ପୃକ୍ତ ସୁରକ୍ଷାକର୍ମୀ ଓ ତାଙ୍କ ସୁପରଭାଇଜର ମିଶି ଅଭିରାମଙ୍କୁ ଗାଳି ଗୁଲଜ କରିବା ସହ ଏକ କୋଠରୀ ଭିତରକୁ ନେଇ ଯାଇ ମାଡ଼ ମାରିଥିଲେ । ବନ୍ଦ କୋଠରୀ ଭିତରେ ତାଙ୍କୁ ଚାପୁଡ଼ା , ବିଧା ମାରିବା ସହ ତାଙ୍କ ସାର୍ଟ ମଧ୍ୟ ଚିରି ଦେଇଥିବା ଅଭିରାମ ଅଭିଯୋଗ କରିଛନ୍ତି । ଏ ନେଇ ସେ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିବା ଜଣା ପଡ଼ିଛି । ତେବେ ଏକ ଶିଶୁ ଆଗରେ ତାଙ୍କ ବାପାଙ୍କୁ ଏଭ୍ଲି ଆଚରଣ ପରେ ଶିଶୁଟି ମଧ୍ଯ ଭୟଭିତ ହୋଇ ଯାଇଥିଲା । ଯେତେ ବୁଝାଇଲେ ମଧ୍ଯ ଆଉ ଡାକ୍ତରଖାନା ଭିତରକୁ ଯିବାକୁ ରାଜି ହୋଇ ନଥିଲେ। Advertisement
ପ୍ରେମରେ ଅନ୍ଧ ହୋଇ ବାପା-ମାକୁ ହାଣିଲା ପୁଅ ଅନୁଗୁଳ – ପ୍ରେମ ସଂପର୍କକୁ ବିରୋଧ କରିବା ଆଉ ଏଥିରୁ ନିବୃତ ରହିବାକୁ କହିବାରୁ ବାପା ଓ ମାଙ୍କୁ ହାଣିଦେଲା । ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ…
କ୍ରିସ ହସପିଟାଲ ଉପରେ ସରକାରୀ ପ୍ରତିବନ୍ଧକ ଲଗାଇବା ସହ ରେଜିଷ୍ଟର ସିଜ କଲା ସ୍ୱାସ୍ଥ୍ୟ ବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଜିଲ୍ଲାପାଳଙ୍କ ନିର୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯିବା ସହ ଓପିଡି ରେଜିଷ୍ଟର ସିଜ…
ତାଳଚେର ମେଡିକାଲ୍ କଲେଜ ପବିତ୍ର ମୋହନଙ୍କ ନାମରେ ନାମିତ ହେବ ଭୁବନେଶ୍ୱର – ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ୱାଧିନତା ତଥା ସ୍ୱାଧିନତା ପରବର୍ତ୍ତୀ ସମୟରେ…