ମୁଖ୍ୟ ଖବର ବଜ୍ରପାତରେ ୨ ମୃତ ଜଣେ ଆହତ Angul OnlineMay 3, 2023May 3, 2023 ପାଲଲହଡ଼ା – ଅନୁଗୋଳ ପାଲଲହଡ଼ା ବ୍ଲକ୍ କରଡ଼ାପାଳ ପଂଚାୟତ ସହର ଗୁରୁଜାଙ୍ଗ ଗ୍ରାମରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି । ମୃତ ଦୁଇଜଣ ହେଲେ ସହରଗୁରୁଜାଙ୍ଗ ଗ୍ରାମର ମଦନ ସାହୁ ( ୪୬ ) ଏବଂ ଧନେଶ୍ବର ଦେହୁରୀ । ପାଲଲହଡ଼ା ବ୍ଲକ୍ କରଡ଼ାପାଳ ପଂଚାୟତ ସହର ଗୁରୁଜାଙ୍ଗ ଗ୍ରାମ ଠାରେ ତିନି ଜଣ ଯୁବକ ନିଜ ଜମିରେ ଜେସିପି ସାହାଯ୍ୟରେ ଜମି ମରାମତି ହେଉଥିବା କାର୍ଯ୍ୟ ଜମି ହୁଡାରେରେ ଠିଆ ହୋଇ ଦେଖୁଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ସହରଗୁରୁଜାଙ୍ଗ ଗ୍ରାମର ଗଣେଶ୍ବର ସାହୁଙ୍କ ପୁଅ ମଦନ ସାହୁ ଏବଂ ଅର୍ଜୁନା ଦେହୁରୀଙ୍କ ପୁଅ ଧନେଶ୍ବର ଦେହୁରୀ ( ୫୦ ) ଗୁରୁତର ହୋଇଥିବା ବେଳେ ବିପିନ ସାହୁ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ମଦନ ଓ ଧନେଶ୍ବରଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । Advertisement
ବିଚାରାଧୀନ କଏଦୀଙ୍କ ମୃତ୍ୟୁ – ହତ୍ୟା ଅଭିଯୋଗ ଆଠମଲ୍ଲିକ -(AO)- ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପକାରାଗାରରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ କଏଦୀ ହେଉଛନ୍ତି କିଶୋରନଗର ଥାନା…
ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଗାଁରେ ମଙ୍ଗଳବାର ସକାଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଯେ,…
ଫରେଷ୍ଟର ପରିଚୟ ଦେଇ ପୁଲିସକୁ ଧମକ – ଯୁବକ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା ସମଲ ଥାନା ପୁଲିସକୁ ଫରେଷ୍ଟର ପରିଚୟ ଦେଇ ଫୋନ କରିବା ସହ ହଇରାଣ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ସମଲ ପୁଲିସ…