ମୁଖ୍ୟ ଖବର ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଜଣେ ମୃତ Angul OnlineMay 9, 2023May 9, 2023 ଅନୁଗୋଳ – ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଯିବାରୁ ଟ୍ରେନ ଚକ ତଳେ ପଡି ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ଥର୍ମାଲ ଷ୍ଟେସନରେ ଘଟିଛି ଘଟଣା । ସୂଚନା ଅନୁସାରେ TTPS ର କର୍ମଚାରୀ ମହମ୍ମଦ ଅଲ୍ଲୀ କୌଣସି କାମରେ ପୁରୀ ଆଡକୁ ଯିବା ପାଇଁ ଥର୍ମାଲ ଷ୍ଟେସନ ଠାରେ ଦୁର୍ଗ-ପୁରୀ ଟ୍ରେନରେ ଚଢୁଥିଲେ । ତେବେ ସେତିକିବେଳେ ତାଙ୍କ ଗୋଡ ଖସି ଯାଇଥିଲା । ସେ ଚଳନ୍ତା ଟ୍ରେନ ଚକ ତଳେ ପଡି ଯାଇଥିଲେ । ଟ୍ରେନ ତାଙ୍କ ଉପରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ରେଲୱେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । Advertisement
ନିଜ ଦେହରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଡାପଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ପୋଡାପଡା ଗ୍ରାମର ବାପୁଜୀ ସାହୁ…
ପ୍ରତିରକ୍ଷା ସଂଗଠନ ପକ୍ଷରୁ ମକ୍ ଡ୍ରିଲ୍ ତାଳଚେର – ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା। ଯାହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି।…
ଜିଲ୍ଲାରେ ଦୋଳଯାତ୍ରା ଏବଂ ହୋଲି ମନା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହୋଲି ଏବଂ ଦୋଳଯାତ୍ରା ଉପରେ ଲାଗିଛି କଟକଣା । ମାର୍ଚ୍ଚ ୨୮ ଏବଂ ୨୯ ତାରିଖରେ ହେବାକୁ ଥିବା “ଦୋଳଯାତ୍ରା ଏବଂ…