ମୁଖ୍ୟ ଖବର ହାତୀ ନେଲା ଆଉ ଜଣେ ବୃଦ୍ଧାଙ୍କ ଜୀବନ Angul OnlineMay 12, 2023May 12, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ଦନ୍ତା ଆକ୍ରମଣରେ ଆଜି ପୁଣି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଆମ୍ବ ଗୋଟାଇବାକୁ ଯାଇଥିଲା ବେଳେ ଆଜି ସକାଳୁ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳ ଜାମୁଣ୍ଡା ଗ୍ରାମର ବୈଦେହୀ ପ୍ରଧାନ(୬୮) ଆଜି ସକାଳୁ ଆମ୍ବ ଗୋଟାଇବାକୁ ଗାଁ ନିକଟରେ ଥିବା ଆମ୍ବ ବଗିଚାକୁ ଯାଇଥିଲେ। ସେଠାରେ ଆମ୍ବ ଗୋଟାଉଥିବା ବେଳେ ତାଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା । ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ବନ୍ତଳା ବନାଞ୍ଚଳ ଅଧିକାରୀ ସମେତ ବନ ବିଭାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ବାରମ୍ବାର ହାତୀ ସମ୍ପର୍କରେ ବନ ବିଭାଗ ତରଫରୁ ସଚେତନତା ସୃଷ୍ଟି କଲେ ମଧ୍ୟ ଲୋକମାନେ ଆମ୍ବ ଗୋଟାଇବାକୁ ଯାଇ ମୃତ୍ୟୁମୁଖରେ ପଡୁଛନ୍ତି । ଏହା ମଧ୍ୟରେ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ୧୧ ଜଣଙ୍କ ଜୀବନ ଗଲାଣି । Advertisement
ଦିଲ୍ଲୀପ ପାଣି ତାଳଚେର ଟ୍ରକ ମାଲିକ ସଂଘ ସଭାପତି – ପ୍ରକାଶ ସାଧାରଣ ସମ୍ପାଦକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଂଘ ନିର୍ବାଚନ ସରିଛି । ଗତକାଲି ନିର୍ବାଚନ ପରେ ରବିବାର ଏହାର ଗଣତି ଥିଲା । ଗଣତି…
ଟ୍ୟାଙ୍କର ଧକ୍କାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ପଥଚାରୀକୁ ଏଲପିଜି ଟ୍ୟାଙ୍କର ଧକ୍କା ଦେବା ଫଳରେ ପଥଚାରୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି…
ପାଣିରେ ବୁଡି ଚାଷୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ତୁଳସୀପାଳ ଗ୍ରାମରେ ଜଣେ ବ୍ୟକ୍ତି ବିଲକୁ ଯାଇଥିବା ବେଳେ କେନାଲରେ ବୁଡି ମୃତ୍ୟୁ ହୋଇଛି । ମୃତକ…