ମୁଖ୍ୟ ଖବର ହାତୀ ନେଲା ଆଉ ଜଣେ ବୃଦ୍ଧାଙ୍କ ଜୀବନ Angul OnlineMay 12, 2023May 12, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ଦନ୍ତା ଆକ୍ରମଣରେ ଆଜି ପୁଣି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଆମ୍ବ ଗୋଟାଇବାକୁ ଯାଇଥିଲା ବେଳେ ଆଜି ସକାଳୁ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳ ଜାମୁଣ୍ଡା ଗ୍ରାମର ବୈଦେହୀ ପ୍ରଧାନ(୬୮) ଆଜି ସକାଳୁ ଆମ୍ବ ଗୋଟାଇବାକୁ ଗାଁ ନିକଟରେ ଥିବା ଆମ୍ବ ବଗିଚାକୁ ଯାଇଥିଲେ। ସେଠାରେ ଆମ୍ବ ଗୋଟାଉଥିବା ବେଳେ ତାଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା । ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ବନ୍ତଳା ବନାଞ୍ଚଳ ଅଧିକାରୀ ସମେତ ବନ ବିଭାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ବାରମ୍ବାର ହାତୀ ସମ୍ପର୍କରେ ବନ ବିଭାଗ ତରଫରୁ ସଚେତନତା ସୃଷ୍ଟି କଲେ ମଧ୍ୟ ଲୋକମାନେ ଆମ୍ବ ଗୋଟାଇବାକୁ ଯାଇ ମୃତ୍ୟୁମୁଖରେ ପଡୁଛନ୍ତି । ଏହା ମଧ୍ୟରେ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ୧୧ ଜଣଙ୍କ ଜୀବନ ଗଲାଣି । Advertisement
ବଦଳିଲେ ଥାନା ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଥାନା ଅଧିକାରୀଙ୍କ ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଏସପି ଜଗମୋହନ ମୀନାଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ୪ ଜଣ ଇନ୍ସିପେକ୍ଟରଙ୍କୁ…
ଋଣ ଭାର ସହି ନପାରି ଆତ୍ମହତ୍ୟା ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ ମୁଣ୍ଡପଡ଼ା ଛକ ନିକଟ ବିନୋଦପୁର ଜଙ୍ଗଲର ଗୋଟିଏ ମହୁଲ ଗଛରେ ବେକରେ ରଶି ଦେଇ…
ସୋମବାର ତାଳଚେର ବନ୍ଦ ତାଳଚେର – ଆସନ୍ତା କାଲି ୧୨ ଘଣ୍ଟିଆ ତାଳଚେର ବନ୍ଦ । ଗଡିବ ନାହିଁ ଗାଡି ମୋଟର । ଏହା ସହ ପିକେଟିଂ କରି ଦୋକା ବଜାର…