ଅପରାଧ କୋରିଅରର ସଂସ୍ଥାରୁ ସଶସ୍ତ୍ର ଡକାୟତି Angul OnlineMay 16, 2023May 16, 2023 ଅନୁଗୋଳ – ଅନୁଗୋଳ ସହର ଡିଆଇସି ଛକ ନିକଟରେ ଥିବା ଈ-କାର୍ଟ କୋରିଅରରେ ସଶସ୍ତ୍ର ଡକାୟତି ହୋଇଯାଇଛି । ଗତ ସୋମବାର ରାତି ପ୍ରାୟ ସାଢ଼େ ଦଶଟା ବେଳକୁ କୋରିଅର ଅଫିସ ଭିତରକୁ ଦୁଇ ଜଣ ଯୁବକ ଭିତରକୁ ପଶି ଆସିଥିଲେ । ଈ-କାର୍ଟ କୋରିଅରର କର୍ମଚାରି ମାନେ କିଛି ବୁଝିବା ଆଗରୁ ଉଭୟ ଯୁବକ ଛୁରୀ ଦେଖାଇ ଭୟଭୀତ କରିଥିଲେ । ସିସିଟିଭି ସିଷ୍ଟମକୁ ଭାଙ୍ଗିବା ପରେ ଆଲମାରୀ ଓ ଆଇରନ ଚେଷ୍ଟକୁ ତାଡି ପ୍ରାୟ ଅଢେଇ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ଧରି ଶିମିଳିପଡା ଆଡକୁ ମୋଟରସାଇକେଲରେ ଦ୍ରୁତ ଗତିରେ ପଳାଇଥିଲେ । ଖବର ପାଇ କୋରିଅରର ଇନଚାର୍ଜ ଅଜିତ ପ୍ରଧାନ ଅଫିସରେ ପହଞ୍ଚି ଏ ନେଇ ଅନୁଗୋଳ ଟାଉନ ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଡକାୟତି ନେଇ ତଦନ୍ତ ଜାରି ରଖୁଛି । Advertisement
କଥା ମାନିଲା ନାହିଁ ବୋଲି ସ୍ତ୍ରୀକୁ ତଣ୍ଟି ଚିପି ମାରିଦେଲା – ସ୍ଵାମୀ ଗିରଫ ଅନୁଗୁଳ – ଅନୁଗୁଳ ସହରରେ ଥିବା ସୌଭାଗ୍ୟନଗରର ଏକ ପଡ଼ିଆରୁ ଗତ ୨୭ ତାରିଖ ବିନୋଦିନୀ ଗୋଚ୍ଛାୟତ ନାମକ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ତାଙ୍କ…
ବ୍ରାଉନସୁଗାର କାରବାର – କୋଶଳାରୁ ଟ୍ଵିନ ସିଟି କଟକ – କଟକ ଜିଲ୍ଲା ବାଙ୍କି ପୁଲିସ ଷ୍ଟେସନ ଅଧିନରେ ଥିବା ଅଂଶୁପା ହ୍ରଦ ନିକଟରୁ ଆଜି ଏସ ଟି ଏଫ କୁ ବଡ ଧରଣର ସଫଳତା…
ପୁଣି ବନ୍ଧୁକ ଓ ଖଣ୍ଡା ମୁନରେ ଲୁଟ – ପୁଲିସ ପାଇଁ କଡା ଚାଲେଞ୍ଜ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଡ଼କାୟତଙ୍କ ଆତଙ୍କରାଜ। ପୁଲିସକୁ ଖୋଲା ଚାଲେଞ୍ଜ ଦେବା ଭଳି ପୁଣି ଖଣ୍ଡା ଏବଂ ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ…