ଅପରାଧ କୋରିଅରର ସଂସ୍ଥାରୁ ସଶସ୍ତ୍ର ଡକାୟତି Angul OnlineMay 16, 2023May 16, 2023 ଅନୁଗୋଳ – ଅନୁଗୋଳ ସହର ଡିଆଇସି ଛକ ନିକଟରେ ଥିବା ଈ-କାର୍ଟ କୋରିଅରରେ ସଶସ୍ତ୍ର ଡକାୟତି ହୋଇଯାଇଛି । ଗତ ସୋମବାର ରାତି ପ୍ରାୟ ସାଢ଼େ ଦଶଟା ବେଳକୁ କୋରିଅର ଅଫିସ ଭିତରକୁ ଦୁଇ ଜଣ ଯୁବକ ଭିତରକୁ ପଶି ଆସିଥିଲେ । ଈ-କାର୍ଟ କୋରିଅରର କର୍ମଚାରି ମାନେ କିଛି ବୁଝିବା ଆଗରୁ ଉଭୟ ଯୁବକ ଛୁରୀ ଦେଖାଇ ଭୟଭୀତ କରିଥିଲେ । ସିସିଟିଭି ସିଷ୍ଟମକୁ ଭାଙ୍ଗିବା ପରେ ଆଲମାରୀ ଓ ଆଇରନ ଚେଷ୍ଟକୁ ତାଡି ପ୍ରାୟ ଅଢେଇ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ଧରି ଶିମିଳିପଡା ଆଡକୁ ମୋଟରସାଇକେଲରେ ଦ୍ରୁତ ଗତିରେ ପଳାଇଥିଲେ । ଖବର ପାଇ କୋରିଅରର ଇନଚାର୍ଜ ଅଜିତ ପ୍ରଧାନ ଅଫିସରେ ପହଞ୍ଚି ଏ ନେଇ ଅନୁଗୋଳ ଟାଉନ ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଡକାୟତି ନେଇ ତଦନ୍ତ ଜାରି ରଖୁଛି । Advertisement
ଗଞ୍ଜେଇ ଜବତ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପୁଲିସ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ ପାଇ ଚଢ଼ାଉ କରିଥିବା ବେଳେ ୧୧ କେଜିରୁ…
ନିର୍ବାଚନ ପୂର୍ବରୁ ହିଂସା – ପୌରଧ୍ୟକ୍ଷ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ adv ଅନୁଗୁଳ – ନିର୍ବାଚନର ଠିକ ପୂର୍ବ ଦିନରେ ଅନୁଗୁଳ ପୌରାଞ୍ଚଳରେ ନିର୍ବାଚନୀ ହିଂସା ଦେଖା ଦେଇଛି । ସୂଚନା ଅନୁସାରେ , ଅନୁଗୁଳ ଶିମିଳିପଡ଼ାର ସ୍ଵାଧିନ…
୪୧ ଗ୍ରାମ ବ୍ରାଉନସୁଗାର ଜବତ , ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । କୁକୁଡାଙ୍ଗ ଗ୍ରାମର ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଅନେକ ଦିନ ହେଲା ଧରିବାକୁ ଚେଷ୍ଟା…