ଆଞ୍ଚଳିକ ଦଶମ ଆର୍ଟ ଅଫ ଗିଭିଂ ଦିବସ ପାଳିତ Angul OnlineMay 17, 2023May 17, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାର ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ ରେ ଦଶମ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳିତ ହୋଇଯାଇଛି ।ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ,ଦେବଗଡ଼ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପଣ୍ଡିତ ରୋହିତ ଦାସ,ଯୋଗ ଗୁରୁ ଅଭୟ ରାୟ,କୀଟ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ସୁଧାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ମାନସ ରଞ୍ଜନ ମିଶ୍ର ସଭା ପରିଚାଳନା କରିଥିଲେ । କିଟର ଜିଲ୍ଲା ସଂଯୋଜକ ଅଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କିଟ ର ଅନାଦି ନାୟକ,ଶିଶିର ସାହୁ,ବିପିନ କଂହର,ନରେଶ ସାହୁ,ରଣଜିତ ସମ୍ବାଦ,ଜଙ୍ଗଲ ପୃଷ୍ଟି,କାଳନ୍ଦୀ ବେଉରିଆ,ମିଟୁ ନାୟକ ,ଶୂନ୍ୟବାସୀ ସେଠି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ। ଆଜି ୧୦ମ ବିଶ୍ୱ ଆର୍ଟ ଅଫ୍ ଗିଭିଂ ଦିବସ । ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ ବାଣ୍ଟିବା ପାଇଁ ୨୦୧୩ ମସିହା ମେ’୧୭ ତାରିଖଠାରୁ ଶିକ୍ଷାବିତ୍ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆର୍ଟ ଅଫ୍ ଗିଭିଂ’ ପ୍ରୟାସ ଏବେ ସମଗ୍ର ବିଶ୍ୱରେ ଆଦୃତି ଲାଭ କରିଛି ।ଆର୍ଟ ଅଫ୍ ଗିଭିଂ ଡେ ପାଳିତ ହୋଇଯାଇଛି । ଚଳିତ ବର୍ଷ ଏହା ୧୦ ତମ ସଂସ୍କରଣ । ଥିମ ରହିଛି ସାହାଯ୍ୟକାରୀଙ୍କୁ ସାହାଯ୍ୟ । କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ଏହି ଦିବସ ପାଳନ କରାଯାଇଛି ।ଚଳିତ ବର୍ଷ ଥିମ୍ ରହିଛି ହେଲ୍ପିଂ ଟୁ ହେଲ୍ପ। ସାହାଜ୍ୟ କାରୀଙ୍କୁ ସାହାଜ୍ୟ। ଯେଉଁ ମାନେ ସମାଜ ଗଠନରେ ମୁଖ୍ଯ ପୁରଧା। ଯେଉଁ ମାନେ କରୋନା ମହମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଅନ୍ଯ ମାନଙ୍କୁ ଜୀବନ ଦାନ ଦେବାକୁ ସହାୟକ ହୋଇଛ‘ି ସେହିଭଳି ଯୋଦ୍ଧା ମାନଙ୍କୁ ସାହାଯ୍ୟର ହାତ ବଢାଇଛି ଏହି ଦିବସ। ସେ ଆଶାକର୍ମୀ ହେଉ କିମ୍ବା ଅଙ୍ଗନୱାଡି କର୍ମୀ ହେଉ। ସେ ଆମ୍ବଲାନ୍ସ ଡ୍ରାଇଭର ହେଉ କିମ୍ବା ଅଟୋ ଡ୍ରାଇଭର। ହେଉ ସଫେଇ କର୍ମଚାରୀ ଏହି ଭଳି ବ୍ଯକ୍ତି ବିଶେଷକୁ ସାହାଯ୍ୟର ହାତ ବଢାଇବାକୁ ପ୍ରୟାସ କରାଯାଇଛି। କିଟ୍ କିସ ପ୍ରତିଷ୍ଠାତା ଡ଼ ସାମନ୍ତଙ୍କ ପ୍ରେରଣାରେ ଅନୁଗୋଳ ଜିଲ୍ଲାରେ କିସ୍ , କିଟ ଓ କଳିଙ୍ଗ ଟିଭି ପକ୍ଷରୁ ଏଭଳି ବ୍ଯକ୍ତିବିଶେଷଙ୍କୁ ସମାଜ ଗଠନର ପୁରଧା ମାନଙ୍କୁ ଏହି ଦିବସ ଅବସରରେ ସାହାଯ୍ୟର ହାତ ବଢାଇ ଦିଆଯାଇଛି। ଆଶାକର୍ମୀ,ସମାଜସେବୀ ଅଙ୍ଗନୱାଡି କର୍ମୀ, ଆମ୍ବାଲାନ୍ସ ଡ୍ରାଇଭର, ଅଟୋ ଡ୍ରାଇଭର, ସଫେଇ କର୍ମଚାରୀ ,ଷ୍ଟାଫ ନର୍ସ,ଫାୟାରମ୍ୟାନ,ଆଦି ୧୬୦ ଜଣଙ୍କୁ ଉପହାର ପ୍ରଦାନ କରାଯାଇଛି। Advertisement
୨୦୨୪ ଅକ୍ଟୋବର ମାସ ପୂର୍ବରୁ ତାଳଚେର ସାର ସାରଖାନା ନିର୍ମାଣ ଶେଷ ହେବ – କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ତାଳଚେର – କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଅନୁଗୁଳ…
ରେଳ ଧାରଣାରୁ ରେଲୱେ କର୍ମଚାରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ରେଳ କର୍ମଚାରୀଙ୍କ ଖଣ୍ତ ବିଖଣ୍ତିତ ମୃତ ଦେହ ଉଦ୍ଧାର ହୋଇଛି ।…
ପ୍ରଧାନମନ୍ତ୍ରୀଙ୍କ ଉପରେ ହତ୍ୟା ଷଡ଼ଯନ୍ତ୍ର ପ୍ରତିବାଦରେ ବିଜେପିର ମୌନ ଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ସୋମବାର ଦିନ ଶିମିଳିପଡା ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ମୌନ ଧାରଣା ଦିଆ ଯାଇଥିଲା ।…