ଅପରାଧ ୧୧ କେଜି ଗଞ୍ଜେଇସହ ୨ ଗିରଫ Angul OnlineMay 18, 2023May 18, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଗୁରୁବାର ୧୧ କେଜି ଗଞ୍ଜେଇସହ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରୁ କିଶୋରନଗର ଓ କିଆକଟା ଦେଇ ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇବାପରେ ଜିଲ୍ଲା ଅବକାରୀ ବିଭାଗ ସତର୍କ ହୋଇଥିଲା । ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ସଦଳବଳ କିଶୋରନଗର ଥାନା ଅନ୍ତର୍ଗତ କଦଳିମୁଣ୍ଡାଠାରେ ୫ କେଜି ଗଞ୍ଜେଇସହ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପରା ଗାଁର ସୁରେଶ ନାଏକଙ୍କୁ ଗିରଫ କରିଛି । ସେହଭଳି କିଆକଟା ଥାନା ଅନ୍ତର୍ଗତ ବାରେଣୀ ଛକଠାରେ ୬ କେଜି ଗଞ୍ଜେଇ ସହ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବାଲିପଶି ଗାଁର ସେବକ ନାଏକଙ୍କୁ ଗିରଫ କରିଛି । ଏ ନେଇ ୨ ଟି ମାମଲା ରୁଜୁକରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି। Advertisement
ସାବିତ୍ରୀ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଦାବିରେ ଏସ୍.ପି ଅଫିସ ଘେରାଉ ଅନୁଗୁଳ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ଖାଲପାଳ ଗ୍ରାମର ସାବିତ୍ରୀ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଓ ଅନ୍ୟାନ୍ୟ…
ଅବସରପ୍ରାପ୍ତ ପୁଲିସ ବାବୁଙ୍କ ଘରେ କଲାକନା ବୁଲାଇଲେ ଚୋର ଅନୁଗୁଳ – ଅନୁଗୁଳ ସହରରେ ବାସ କରୁଥିବା ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରେ ଚୋର କଳାକନା ବୁଲାଇଛନ୍ତି । ଘରେ କେହି ନଥିବା ବେଳେ ତାଲା…
ଶୋଇଥିବା ବେଳେ ଆଲମୀରା ଭାଙ୍ଗି ଲକ୍ଷାଧିକ ଟଙ୍କା ମୁଲ୍ୟର ଅଳଙ୍କାର ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଡାପଡା ଗାଁରେ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ଘରେ ପଶି କଳାକନା ବୁଲାଇଥିବା ନେଇ ଥାନାରେ ଅଭିଯୋଗ…