ମୁଖ୍ୟ ଖବର ସାପ କାମୁଡାରେ ଦୁଇଜଣଙ୍କ ମୃତ୍ୟୁ Angul OnlineMay 20, 2023May 21, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଖମାର ଥାନା ପୁରୁଣାପାଣି ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାପ କାମୁଡ଼ିବା ପରେ ମହିଳାଙ୍କୁ ମେଡିକାଲକୁ ନଆଣି ଗୁଣିଆ ପାଖରେ ପକାଇବା ଯୋଗୁ ମହିଳାଙ୍କ ଜୀବନ ଯାଇଛି । ମୃତ ମହିଳା ହେଲେ ପୁରୁଣାପାଣି ଗ୍ରାମର ଆନନ୍ଦ ପେସୋଇଙ୍କ ପତ୍ନୀ ପୃଷ୍ଠା ପେଣୋଇ ( ୪୭ ) । ସୂଚନା ଅନୁସାରେ , ଶୁକ୍ରବାର ବିଳମ୍ବିତ ରାତିରେ ପୃଷ୍ଠା ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକ ଏହା ଜାଣିବା ପରେ ନିକଟସ୍ଥ ଗୁଣିଆ ପାଖକୁ ନେଇଥିଲେ । ସେଠାରେ ଢ଼ଫୁଙ୍କ କରିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ସକଳେ ତାଙ୍କୁ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିସ୍ଥାଳୟକୁ ରେଫର କରିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଦଣ୍ଡପା ଥାନା ଲୁହାମୁଣ୍ଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ମୃତକ ହେଲେ ସୁଦ୍ମିନା ପ୍ରଧାନ ( ୭୫ ) । ସେ ଆଜି ମଧ୍ୟାହ୍ନରେ ରୋଷେଇ କରୁଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକ ତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନୁଗୋଳ ଥାନା ପୁଲିସ ଦୁଇ ପୃଥକ ମାମଲା ରୁକୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତକ୍ଷର କରିଛି । Advertisement
ଆହତ କଲରାପତରିଆ ବାଘକୁ ଉଦ୍ଧାର କଲା ବନବିଭାଗ ଅନୁଗୁଳ – ଆହତ କଲରାପତରିଆ ବାଘ ଉଦ୍ଧାର । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଫାଶରେ ଲାଗି ଆହତ ହୋଇଥିବା ଖବର ପାଇ ବନ ବିଭାଗ ଏହି…
ଜାନୁୟାରୀ ମାସ ୧୬ ତାରିଖରୁ ପୁରୀ-ଅନୁଗୁଳ ସ୍ୱତନ୍ତ୍ର ଟ୍ରେନର ନିୟମିତ ସେବା ଭୁବନେଶ୍ୱର – ଜାନୁୟାରୀ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ଠାରୁ ଅନୁଗୁଳ ମଧ୍ୟରେ ସପ୍ତାହରେ ତିନିଥର ଚଳାଚଳ କରିବ । ଜାନୁୟାରୀ ମାସ ଦ୍ୱିତୀୟ ସପ୍ତାହ…
ସରକାରୀ ଡାକବଙ୍ଗଳାରୁ ଗଛ କଟା ଘଟଣା – ପୌରପାଳିକା କର୍ମଚାରୀ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା ସରକାରୀ ଡାକ ବଙ୍ଗଳାରୁ ୧୪ ତାରିଖ ବିଳମ୍ବିତ ରାତିରେ ମୂଲ୍ୟବାନ ଶାଗୁଆନ ଗଛ କାଟି ନେଇ ଯାଇଥିବା ଘଟଣାରେ…