ମୁଖ୍ୟ ଖବର ସାପ କାମୁଡାରେ ଦୁଇଜଣଙ୍କ ମୃତ୍ୟୁ Angul OnlineMay 20, 2023May 21, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଖମାର ଥାନା ପୁରୁଣାପାଣି ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାପ କାମୁଡ଼ିବା ପରେ ମହିଳାଙ୍କୁ ମେଡିକାଲକୁ ନଆଣି ଗୁଣିଆ ପାଖରେ ପକାଇବା ଯୋଗୁ ମହିଳାଙ୍କ ଜୀବନ ଯାଇଛି । ମୃତ ମହିଳା ହେଲେ ପୁରୁଣାପାଣି ଗ୍ରାମର ଆନନ୍ଦ ପେସୋଇଙ୍କ ପତ୍ନୀ ପୃଷ୍ଠା ପେଣୋଇ ( ୪୭ ) । ସୂଚନା ଅନୁସାରେ , ଶୁକ୍ରବାର ବିଳମ୍ବିତ ରାତିରେ ପୃଷ୍ଠା ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକ ଏହା ଜାଣିବା ପରେ ନିକଟସ୍ଥ ଗୁଣିଆ ପାଖକୁ ନେଇଥିଲେ । ସେଠାରେ ଢ଼ଫୁଙ୍କ କରିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ସକଳେ ତାଙ୍କୁ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିସ୍ଥାଳୟକୁ ରେଫର କରିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଦଣ୍ଡପା ଥାନା ଲୁହାମୁଣ୍ଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ମୃତକ ହେଲେ ସୁଦ୍ମିନା ପ୍ରଧାନ ( ୭୫ ) । ସେ ଆଜି ମଧ୍ୟାହ୍ନରେ ରୋଷେଇ କରୁଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକ ତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନୁଗୋଳ ଥାନା ପୁଲିସ ଦୁଇ ପୃଥକ ମାମଲା ରୁକୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତକ୍ଷର କରିଛି । Advertisement
ପୁଅର ମୁଥ ମାଡରେ ମା’ର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ…
ରାସ୍ତାରୁ ମାଡ ମାରି ଅପହରଣ – ପୁଲିସକୁ ଦେଖି ଚମ୍ପଟ ମାରିଲେ ଅପହରଣକାରୀ ତାଳଚେର – ଅପହରଣ କରି ଟଙ୍କା ଦାବି । ଟଙ୍କା ନ ମିଳିବାରୁ ନିସ୍ତୁକ ମାଡ । ପିନ୍ଧିଥିବା ସୁନା ଚେନ୍ , ମୁଦି ଏବଂ ବ୍ରେସଲେଟ…
ବେଆଇନ କୋଭିଡ ଟେଷ୍ଟ ଅଭିଯୋଗରେ ପାଥୋଲାବ ସିଲ – ମାଲିକ ଗିରଫ ତାଳଚେର – ବେଆଇନ କୋଭିଡ ଟେଷ୍ଟ୍ କରୁଥିବା ଏକ ଘରୋଇ ପାଥୋଲାବକୁ ସିଲ କରିଛି ସ୍ଥାନୀୟ ତାଳଚେର ପ୍ରଶାସନ । କିଛି ଦିନ ହେଲା କୋଭିଡ୍ ଟେଷ୍ଟି…