ମୁଖ୍ୟ ଖବର ସାତକୋଶିଆରେ ଅଣ୍ଡା ଫୁଟି ବାହାରିଲେ ଘଡିଆଳ ଛୁଆ Angul OnlineMay 25, 2023May 25, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ସାତକୋଶିଆରୁ ପୁଣି ଥରେ ଖୁସି ଖବର ଆସିଛି । ଘଡିଆଳ କୁମ୍ଭୀର ପାଇଁ ସାରା ଦେଶରେ ପରିଚିତ ସାତକୋଶିଆରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି । ଗୁରୁବାର ଅଣ୍ଡା ଫୁଟି ଘଡ଼ିଆଳ କୁମ୍ଭୀର ବାହାରିଛନ୍ତି । ମା ‘ କୁମ୍ଭୀର ସହ ଛୁଆ ଗୁଡିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ କରିଛି । ସାତକୋଶିଆ ଗଣ୍ଡର ବଳଦମରା ନିକଟରେ ୩୦ ରୁ ୩୫ ଘଡ଼ିଆଳ ଛୁଆ ବାହାରିଥିବା ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି । ପ୍ରକାଶ ଯେ ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀର ୨୦୨୧ ମସିହାରୁ ସଫଳତାର ସହ ଅଣ୍ଡା ଫୁଟେଇ ଆସୁଛି । ଦୀର୍ଘ ୪୦ବର୍ଷ ପରେ ପ୍ରଥମେ ୨୦୨୧ ମସିହାରେ ୩୮ ଛୁଆ ଦେଇଥିଲା । ଗତ ବର୍ଷ ବି ୨୮ ଅଣ୍ଡା ଫୁଟିଥିଲା । Advertisement
ମର୍ମଦୁନ୍ତ ସଡକ ଦୁର୍ଘଟଣା -୨ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ -୬୩ର ଅନୁଗୁଳ-ଛେଣ୍ଡିପଦା ରାସ୍ତାରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
ଗୋରୁ ବୋଝେଇ ଗାଡି ଦୁର୍ଘଟଣା – ଜଣେ ମୃତ , ଅନେକ ଗୋରୁ ଉଦ୍ଧାର ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ…
ପିତୃ ଦିବସରେ ବିଧାୟକ ବ୍ରଜ କିଶୋରଙ୍କ ପିତୃ ବିୟୋଗ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପିତୃ ବିୟୋଗ ହୋଇଛି । ବ୍ରଜ କିଶୋର ପ୍ରଧାନଙ୍କ ବାପା ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ…