ମୁଖ୍ୟ ଖବର ସାତକୋଶିଆରେ ଅଣ୍ଡା ଫୁଟି ବାହାରିଲେ ଘଡିଆଳ ଛୁଆ Angul OnlineMay 25, 2023May 25, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ସାତକୋଶିଆରୁ ପୁଣି ଥରେ ଖୁସି ଖବର ଆସିଛି । ଘଡିଆଳ କୁମ୍ଭୀର ପାଇଁ ସାରା ଦେଶରେ ପରିଚିତ ସାତକୋଶିଆରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି । ଗୁରୁବାର ଅଣ୍ଡା ଫୁଟି ଘଡ଼ିଆଳ କୁମ୍ଭୀର ବାହାରିଛନ୍ତି । ମା ‘ କୁମ୍ଭୀର ସହ ଛୁଆ ଗୁଡିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ କରିଛି । ସାତକୋଶିଆ ଗଣ୍ଡର ବଳଦମରା ନିକଟରେ ୩୦ ରୁ ୩୫ ଘଡ଼ିଆଳ ଛୁଆ ବାହାରିଥିବା ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି । ପ୍ରକାଶ ଯେ ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀର ୨୦୨୧ ମସିହାରୁ ସଫଳତାର ସହ ଅଣ୍ଡା ଫୁଟେଇ ଆସୁଛି । ଦୀର୍ଘ ୪୦ବର୍ଷ ପରେ ପ୍ରଥମେ ୨୦୨୧ ମସିହାରେ ୩୮ ଛୁଆ ଦେଇଥିଲା । ଗତ ବର୍ଷ ବି ୨୮ ଅଣ୍ଡା ଫୁଟିଥିଲା । Advertisement
କାନ୍ଥ ଭୁଶୁଡି ଦୁଇ ଗୁରୁତର ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ କାନ୍ଥ ଭୁଶୁଡି ଦୁଇଜଣ ଆହତ ହୋଇଥିବା ଜଣା ପଡିଛି । ଗତ ଦୁଇ ଦିନ ହେଲା ଜିଲ୍ଲାରେ ଲଗାଣ…
ବାଗଡ଼ିଆ ଓ ଗୋପାଳପ୍ରସାଦ ନୁଆଁ ଥାନା ପାଇଁ ପୁଲିସ କର୍ମଚାରୀଙ୍କୁ ଦାୟିତ୍ୱ ଅନୁଗୁଳ – ଅନୁଗୁଳ ଜିଲ୍ଲାର ୨ ନୂଆ ଥାନା ବାଗଡିଆ ଓ ଗୋପାଳପ୍ରସାଦ ଥାନା କାର୍ଯ୍ୟକ୍ଷମ ହେବ । ଏଥିପାଇଁ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି…
ଗୋ ମାଂସ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ନିର୍ଧୂମ ମାଡ – ଗିରଫ କଲା ପୁଲିସ ତାଳଚେର – ବଜାର ଉପରେ ଗୋ ମାଂସ ବିକ୍ରି ଅଭିଯୋଗରେ ତାଳଚେର ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ରାଷ୍ଟ୍ରୀୟ ବଜରଙ୍ଗ ଦଳ , ତାଳଚେର ଶାଖାର…