ମୁଖ୍ୟ ଖବର ପଲିଥିନ ଚଢାଉ – ରାସନ ଦୋକାନ ସିଲ Angul OnlineFebruary 9, 2021February 9, 2021 ତାଳଚେର – ରାଜ୍ୟ ସରକାର ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଏହି ନିୟମକୁ କଡାକଡି ପାଳନ କରିବାକୁ ନିର୍ଦେଶ ରହିଛି । ଏଥିପାଇଁ ଆଜି(ମଙ୍ଗଳବାର) ସନ୍ଧ୍ୟାରେ ତାଳଚେର ପୌରପାଳିକା ପକ୍ଷରୁ ହାଟତୋଟାର ବିଭିନ୍ନ ଦୋକାନ ଉପରେ ଚଢାଉ କରା ଯାଇଥିଲା । ପୈାରପରିଷଦର ନିର୍ବାହୀ ଅଧିକାରୀଣି ରଶ୍ମି ରେଖା ଅମାନ୍ତ ପୋଲିସ ସହାୟତାରେ ଏହି ଚଢ଼ାଉ କରିଥିବା ବେଳେ ନିୟମ ଉଲ୍ଲଙ୍ଘନକାରୀ ଦୋକାନୀ ମାନଙ୍କ ଠାରୁ ୯ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ତେବେ ହାଟତୋଟା ହନୁମାନ ମନ୍ଦିର ନିକଟସ୍ଥ ଏକ ବଡ ରାସନ୍ ଦୋକାନ ଉପରେ ନିର୍ବାହୀ ଅଧିକାରୀଣି ଓ ତହସିଲଦାରଙ୍କ ମିଳିତ ଭାବେ ଚଢ଼ାଉ ବେଳେ ଦୋକାନରେ ବହୁ ପରିମାଣର ପଲିଥିନ ଜବତ ହୋଇଥିଲା । ଏଥିପାଇଁ ଉକ୍ତ ଦୋକାନୀକୁ କୋଡ଼ିଏ ହଜାର ଟଙ୍କା ଜୋରିମାନା କରିଥିଲେ । ତେବେ ସମ୍ପୃକ୍ତ ଦୋକାନୀ ଜଣଙ୍କ ଜୋରିମାନା ନଦେଇ ଯୁକ୍ତିତର୍କ କରିଥିଲେ । ଫଳରେ ନିର୍ବାହୀ ଅଧିକାରୀଣି ରଶ୍ମି ରେଖା ଅମାନ୍ତ ତାଳଚେର ସଦର ପୁଲିସକୁ ଡକାଇ ଦୋକାନକୁ ସିଲ୍ କରିବା ସହ ଦୋକାନୀ ବିରୋଧରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି । Advertisement
ଦୁଇ ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଜନୈକ ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲଦଣ୍ଡ ରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ଗତ…
ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ଜେଇ – ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଅନୁଗୁଳ -(ଅନୁଗୁଳ ଅନଲାଇନ୍) ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ଜେଇ । ଅନୁଗୁଳ ପାଲଲହଡ଼ାରେ କାର୍ଯ୍ୟରତ ପ୍ରସନ୍ନ ପାଣିଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ…
ପ୍ରାତଃ ଭ୍ରମଣ ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର , ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର…