ମୁଖ୍ୟ ଖବର ତଣ୍ଟି କାଟି ନାବାଳିକା ଖୁସିକୁ ହତ୍ୟା କରିବା ଘଟଣା – ଅଭିଯୁକ୍ତକୁ ଧରିଲା ପୁଲିସ Angul OnlineMay 27, 2023May 27, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା କୁଇଓ ଗାଁରେ ହୋଇଥିବା ଲୋମଟାଙ୍କୁରା ଖୁସି ହତ୍ୟା ଘଟଣାର ୧୯ ଦିନ ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ ପୁଲିସ ଧରିବାରେ ସଫଳ ହୋଇଛି । ଗତ ୮ ତାରିଖ ଦିନ ସକାଳ ପ୍ରାୟ ୧୦ ଟା ବେଳେ କୁଇଓ ଅନନ୍ତବେରଣୀ କଲୋନୀର ଖୁସି ନାମକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ସୌମ୍ୟ ରଞ୍ଜନ ଘରେ ପଶି ତଣ୍ଟି କାଟି ହତ୍ୟା କରିଥିଲା । ଆଉ ସେହିଦିନ ଠାରୁ ସେ ପୁଲିସକୁ ଚକମା ଦେଖାଇ ଫେରାର ହୋଇ ଯାଇଥିଲା । ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ଜାଲ ବିଛାଇ ଥିଲା । ତଦନ୍ତ ବେଳେ ଅଭିଯୁକ୍ତ ରଞ୍ଜନ ମୋଟରସାଇକେଳରେ ଆଠମଲ୍ଲିକ ଦେଇ ଝାରସୁଗୁଡା ଅଞ୍ଚଳକୁ ପଳାଇ ଯାଇଥିବା ଜାଣିବାକୁ ପାଇଥିଲା । ତେବେ ଝାରସୁଗୁଡାରୁ କିଛିଦିନ ପାଇଁ ସୌମ୍ୟ ରାଜ୍ୟ ବାହାରକୁ ପଳାଇ ଯାଇଥିବା ବେଳେ ଗତକାଲି ଛତିଶଗଡ଼ ଓ ଝାରସୁଗୁଡା ସୀମାନ୍ତରେ ଥିବା ପୁଲିସ ଜାଣିବାକୁ ପାଇ ଜାଲ ବିଛାଇ ଥିଲା । ଆଉ ସଫଳ ମଧ୍ୟ ହୋଇଥିଲା । ସେଠାରୁ ତାକୁ ଅନୁଗୋଳ ଅଣାଯିବ । ଅନୁଗୋଳ ଆଣିଲା ପରେ ପୁଲିସ ତାକୁ ସବିଶେଷ ପଚରାଉଚରା କରିବ ବୋଲି ଜଣା ପଡ଼ିଛି । ତେବେ ଧରା ପଡିବା ପୂର୍ବରୁ ଅଭିଯୁକ୍ତ ସୌମ୍ୟ ତାର ଫେସବୁକ ଆକାଉଣ୍ଟରେ ପ୍ରେମ ବିଳାପ କରିଛି । ଖୁସୀଙ୍କ ସହ ତାର କିଛି ଫଟୋ ପୋଷ୍ଟ କରି ଖୁସି ଖାଲି ମୋର , ଖୁସି ଇଜ ମାଇଁ ଲାଇଫ ବୋଲି ପୋଷ୍ଟ କରିଛି । ଏଠାରେ ସୂଚନାଯୋଗ୍ୟ ଯେ କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁର ସୌମ୍ୟ ରଞ୍ଜନ ଗତ ୮ ତାରିଖରେ ୧୩ ବର୍ଷର ନାବାଳିକା ଖୁସି ଘରେ ସାନ ଭାଇ ସହ ଖେଳୁଥିବା ବେଳେ କେହି କିଛି ଜାଣିବା ପୂର୍ବରୁ ସୌମ୍ୟ ରଞ୍ଜନ ଘର ଭିତରକୁ ଧସେଇ ପଶିଥିଲା । ଖୁସୀଙ୍କ ମା ବିରୋଧ କରିବାରୁ ତାଙ୍କୁ ଏକ ଧକ୍କା ପକାଇ ଖୁସିକୁ ଏକ କୋଠରୀ ଭିତରକୁ ଟାଣି ନେଇ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ଫେରାର ହୋଇ ଯାଇଥିଲା । Advertisement
ମର୍ମଦୁନ୍ତ ସଡକ ଦୁର୍ଘଟଣା -୨ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ -୬୩ର ଅନୁଗୁଳ-ଛେଣ୍ଡିପଦା ରାସ୍ତାରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
ଲାଞ୍ଚ ନେବା ବେଳେ ଧରା ପଡିଲେ ସବ-ଇନିସପେକ୍ଟର ଅନୁଗୁଳ – ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ସବ ଇନିସପେକ୍ଟର ପ୍ରମୋଦ ନାୟକ । ସୂଚନା ଅନୁସାରେ ବନ୍ତଳା ଥାନାରେ କାର୍ଯ୍ୟରତ…
ହାଇୱା ଧକ୍କାରେ ଭାଇ ମୃତ , ଭଉଣୀ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ସ୍କୁଲ ସାହିଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଭାଇର ମୃତ୍ୟୁ ଘଟିଥିବା ବେଳେ ଭଉଣୀ ଗୁରୁତର…