ମୁଖ୍ୟ ଖବର ହାତୀ ଆକ୍ରମଣରେ ଜଣେ ମୃତ Angul OnlineFebruary 10, 2021February 10, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ସାତକୋଶିଆ ଅଭୟାରଣ୍ୟ ନିକଟସ୍ଥ କରତପଟା ଫରେଷ୍ଟ ବିଟ ସମ୍ମୁଖରେ ଆଜି ଭୋରରେ ହାତୀ ଆକ୍ରମଣ କରିବାରୁ ଜଣେ ମୋଟରସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ହେଲେ ବନ୍ତଳା ସୁନାଭୁଇଁ ଗାଁର ରମେଶ ସାହୁ । ସେ କରତପଟାରୁ ମୋଟରସାଇକେଲରେ ଫେରୁଥିବା ସମୟରେ ହାତୀ ସହିତ ମୁହାଁମୁହିଁ ହୋଇଥିଲେ । ଫଳରେ ରାସ୍ତା କଡରେ ତାଙ୍କ ମୋଟରସାଇକେଲ ଛିଟିକି ପଡିବା ସହ ହାତୀ କବଳରୁ ସେ ବର୍ତ୍ତୀ ଯାଇ ପାରି ନଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ଗ୍ରାମବାସୀ ଓ ପରିବାର ଘଟଣା ସ୍ଥଳରେ ପହଞ୍ଚିବା ସହ ବନ ବିଭାଗକୁ ସୂଚନା ଦେଇଥିଲେ । ତେବେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କହିବା ପରେ ଅସ୍ୱାବଭିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ଲୋକ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଓ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ । ପ୍ରାୟ ତିନି ଘଣ୍ଟା କରତପଟା ରାସ୍ତା ଅବରୋଧ କରିବା ପରେ ବନ ବିଭାଗ ତଦନ୍ତ କରି ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା କହିବା ସହ ନଗଦ ୪୦ ହଜାର ଓ ପରେ ସରକାରଙ୍କ ନିର୍ଦେଶ ରହିଥିବା କ୍ଷତିପୂରଣ ଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ରାସ୍ତାରୋକ ହଟିଥିଲା । Advertisement
ଗୁଳିବିଦ୍ଧ ହାତୀର ମୃତଦେହ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲା ସାତକୋଶିଆ ଡିଭିଜନର ଜିଲିଣ୍ଡା ରେଞ୍ଜ , କଟରଙ୍ଗ ସେକ୍ସନ, ବାଙ୍କଧର ଅଞ୍ଚଳରେ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି…
ନାବାଳିକା ଦୁଷ୍କର୍ମକାରୀ ବୃଦ୍ଧଙ୍କୁ ୫ ବର୍ଷ କାରାଦଣ୍ଡ ଅନୁଗୁଳ(ଅନୁଗୁଳ ଅନଲାଇନ୍) -୨୧/୦୯ – ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ପକ୍ସୋ ସ୍ବତନ୍ତ୍ର ଅଦାଲତ ଗୁରୁବାର ଜଣେ ଜଣେ ୭୩ ବର୍ଷର ଦୁଷ୍କର୍ମକାରୀଙ୍କୁ ୫…
ଆବିର୍ଭାବ ହେଲେ ଅଗ୍ନିସ୍ଵରୂପା ମା ହିଙ୍ଗୁଳା ଅନୁଗୁଳ – ତାଳଚେର ହିଙ୍ଗୁଳା ପୀଠରେ ପ୍ରସିଦ୍ଧ ଜନ୍ତାଳ ପର୍ବ ଅନୁଷ୍ଠିତ ହୋଇଛି । ଆଉ ଏହି ଜନ୍ତାଳ ପୂଜା ଅବସରରେ ଚଳିତ ବର୍ଷ ଅଧିଷ୍ଠାତ୍ରୀ, ଅଗ୍ନିରୁପା…