ଆଞ୍ଚଳିକ ସାମ୍ବାଦିକ ରଘୁନାଥଙ୍କ ଶ୍ରାଦ୍ଧ ବର୍ଷିକୀ ଉପଲକ୍ଷେ ରକ୍ତଦାନ ଶିବିର Angul OnlineMay 28, 2023May 28, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାର ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ମୃତ୍ୟୁର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡ଼ିସିନ ସ୍ପେଶାଳିସ୍ଟ ଡାକ୍ତର କୁମାର ସୌମ୍ୟକାନ୍ତ ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଯୁବ ସାମ୍ବାଦିକ ରଘୁନାଥ ଜଣେ ପରୋପକାରୀ ଏବଂ ନିଷ୍ଠାପର ସାମ୍ବାଦିକ ଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତି ଉଦ୍ୟେଶରେ ଏଭଳି ରକ୍ତଦାନ ଶିବିର ଆୟୋଜନକୁ ମୁଖ୍ୟ ଅତିଥି ସାଧୁବାଦ ଦେଇଥିଲେ । ଆଜିର ଏହି ରକ୍ତଦାନ ଶିବିରରୁ ମଲତ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଆଜିର ଏହି ରକ୍ତଦାନ ଶିବିରକୁ ମହେଶ ଭୋମରାଜ , ପର୍ଶୁରାମ ଦାସ , ଆଦ୍ୟଶ୍ଳୋକ ମିଶ୍ର , ବାପୁଜୀ ପ୍ରଧାନ , ଦେବ ରଞ୍ଜନ ସାମଲ , ସୁଶାନ୍ତ ସେଠି , ଜୟନ୍ତ କର ଆଦି ସହଯୋଗ କରିଥିଲେ । Advertisement
ଥାନା ସ୍ଥାନାନ୍ତରକୁ ନେଇ ପ୍ରତିବାଦ ସଭା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଧିନସ୍ଥ ବାଗଡିଆ ବିଟ ହାଉସକୁ ଏକ ନୂତନ ଥାନାରେ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ସହ…
ନଦୀରେ ବୁଡି ଜଣେ ମୃତ ତାଳଚେର – ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ତାଳଚେର କଙ୍କିଳି ଗ୍ରାମର ତ୍ରିପୁର…
ଆମ୍ବ ଗଛରୁ ପଡି ଯୁବକ ମୃତ ଛେଣ୍ଡିପଦା – ଆମ୍ବ ଗଛରୁ ପଡ଼ି ଯୁବକଙ୍କ ମୃତ୍ୟୁ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କୁମ୍ଭାର ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ…