ଅପରାଧ ଡିକି ଭାଙ୍ଗି ଟଙ୍କା ଲୁଟ ବେଳେ କାବୁ କରି ଉତ୍ତମ ମଧ୍ୟମ ପରେ ପୁଲିସ ଜିମା ଦେଲେ ଲୋକେ Angul OnlineJune 3, 2023June 3, 2023 ଅନୁଗୋଳ – ଅନୁଗୋଳ ସହର ନୁଆଁ ବସଷ୍ଟାଣ୍ଡ ନିକଟରେ ଡିକି ଭାଙ୍ଗି ଟଙ୍କା ଲୁଟିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ଦୁର୍ବୃତ୍ତକୁ ଲୋକ କାବୁ କରିଥିବା ବେଳେ ଅନ୍ୟ ଜଣେ ସହଯୋଗୀ ଚମ୍ପଟ ମାରିବାକୁ ସଫଳ ହୋଇଛି । ଧରା ପଡିଥିବା ଦୁର୍ବୃତ୍ତକୁ ସ୍ଥାନୀୟ ଲୋକ ନିର୍ଧୁମ ମାଡ ଦେବା ପରେ ପୁଲିସର ଜିମା ଦେଇଛନ୍ତି । ସୂଚନା ଅନୁସାରେ ଅନୁଗୋଳ ସହର ନୁଆଁ ବସଷ୍ଟାଣ୍ଡ ଠାରେ ଆଁକୁଲା ଗାଁର କପିଳ ସେନାପତି ନାମକ ଜଣେ ବ୍ୟକ୍ତି ମୋଟରସାଇକେଲ ରଖି କୌଣସି କାମରେ ଆସିଥିଲେ । ତେବେ ସେ ବସଷ୍ଟାଣ୍ଡ ଆସିବା ପୂର୍ବରୁ ପି ଏନ୍ ବି ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ମୋଟରସାଇକେଲ ଡିକିରେ ରଖିଥିଲେ । କପିଳ ମୋଟରସାଇକେଲ ରଖି ନିଜ କାମରେ ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମୋଟରସାଇକେଲରେ ବସି ରହିଥିବା ବେଳେ ଅନ୍ୟ ଜଣଙ୍କ ଡିକି ଭାଙ୍ଗି ଟଙ୍କା ଲୁଟିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ନଜରରେ ଆସିଥିଲା । ଡିକି ଭାଙ୍ଗୁଥିବା ଦେଖି ସ୍ଥାନୀୟ ଲୋକ ତାକୁ ଘେରି ଯାଇ କାବୁ କରିନେବା ସହ ନିର୍ଧୁମ ମାଡ଼ ମାରିଥିଲେ । ପରେ ପୁଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ଅନୁଗୋଳ ପୁଲିସ ପହଞ୍ଚି ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ଯୁବକ ଜଣଙ୍କ ବ୍ରହ୍ମପୁର ଅଞ୍ଚଳର ଏ ଅଜୟ ରାଓ ବୋଲି ଜଣା ପଡ଼ିଛି । Advertisement
ବୁବୁ ଭଞ୍ଜ ହତ୍ୟା ଘଟଣାରେ ୨ ଗିରଫ – ୫ ଜଣ ଏବେବି ଫେରାର ଅନୁଗୁଳ – ଅନୁଗୁଳ ସଦର ଥାନା ଛେଳିଆପଡ଼ାର ଭବାନୀ ଶଙ୍କର ଭଞ୍ଜ ଓରଫ୍ ବୁବୁ ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୁଲିସ । ଅନୁଗୁଳ ସହରରେ ଗଣେଶ ଭଷାଣୀ…
ରାମଚଣ୍ଡୀ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଚୋରି ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିରରୁ ବିଳମ୍ବିତ ରାତିରେ ଟଙ୍କା ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ…
ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଖାମାର ଥାନା ଅଂଚଳରେ ୨୦୨୦ ମସିହାରେ ଜଣେ ନାବାଳିକାକୁ ଅପହରଣ ଓ ବଳାତ୍କାର ମାମଲାରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜକ…