ଅପରାଧ ୧୭ ଗ୍ରାମ ବ୍ରାଉନସୁଗାର ଜବତ – ୫ ଗିରଫ Angul OnlineJune 12, 2023June 12, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ପୁଲିସ ଆଜି ଦୁଇଟି ଭିନ୍ନ ଭିନ୍ନ ଜାଗାରୁ ପ୍ରାୟ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅନୁଗୋଳ ପୁଲିସ ବ୍ରାଉନ୍ସୁଗାର ନେଇ ଯାଉଥିବା ୩ ଜଣଙ୍କୁ ଗିରଫ କରିଥିବା ବେଳେ ଏମାନଙ୍କୁ ବିକିଥିବା କୁମଣ୍ଡର ଦିବ୍ୟରଂଜନ ପ୍ରଧାନଙ୍କୁ ମଧ୍ୟ ଗିରଫ କରାଯାଇଛି । ସୂଚନା ଅନୁସାରେ, ଶୁଖୁଆ ସାହିର ଫିରୋଜ ବେଗ, ସରିଫ ବେଗ ଓ ସତ୍ୟରଂଜନ ସାହୁ କୁମଣ୍ଡର ଦିବ୍ୟଙ୍କ ପାଖରୁ ବ୍ରାଉନ୍ସୁଗାର ନେଇ ଏକ ମୋଟରସାଇକେଲରେ ଆସୁଥିବାବେଳେ ପୁଲିସ ଚଢ଼ଉ କରିଥିଲା । ସେମାନଙ୍କ ପାଖରୁ ୬ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିଲା । ପରେ ପୁଲିସ ଏମାନଙ୍କୁ ପଚରାଉଚରା କରି କୁମଣ୍ଡ ଗାଁର ଦିବ୍ୟରଞ୍ଜନ ଠାରୁ ଏହି ବ୍ରାଉନସୁଗାର ଆଣିଥିବା ଜାଣି ତାକୁ ମଧ୍ୟ ଗିରଫ କରିଥିଲା । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଏହି ୩ ଜଣଙ୍କ ସମେତ ଦିବ୍ୟଙ୍କୁ ଗିରଫ କରିଛି । ସେହିଭଳି ତାଳଚେର କୋଳିୟାରୀ ଥାନା ପୁଲିସ ବ୍ରାଉନସୁଗାର ବିକ୍ରି କରିବାକୁ ନେଉଥିବା ବେଳେ ତାଳଚେର ନରହରିପୁରର ଅଜୟ ନାଏକକୁ ଗିରଫ କରିଥିବା ବେଳେ ତା ନିକଟରୁ ୧୧.୩୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ସେ ଏହି ବ୍ରାଉନସୁଗାର ବିକ୍ରି କରି ନେଉଥିବା ଖବର ପାଇ ପୁଲିସ ଲିଙ୍ଗରାଜ ଖଣି ରାସ୍ତାରେ ଜଗି ରହିଥିଲା । ଅଜୟ ସେହି ରାସ୍ତାରେ ଆସୁଥିବା ବେଳେ ତାକୁ ପୁଲିସ ଅଟକାଇ ଜାଞ୍ଚ କରିବା ବେଳେ ତା ନିକଟରୁ ଏହି ବ୍ରାଉନସୁଗାର ଜବତ ହୋଇଥିଲା । ଏହା ସହ ସେ ବ୍ୟବହାର କରୁଥିବା ଏକ ହିରୋ ହୋଣ୍ଡା ମୋଟରସାଇକେଲ ସମେତ ଏକ ମୋବାଇଲ ଓ ୯୦୦ ଟଙ୍କା ମଧ୍ୟ ଜବତ କରାଯାଇଛି । Advertisement
ଏଟିଏମରୁ ନେଇ ପାରିଲେ ନାହିଁ ଟଙ୍କା – ନେଇଗଲେ ବ୍ୟାଟେରୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁରେ ଥିବା ଦୁଇଟି ଏଟିଏମରୁ ବିଳମ୍ବିତ ରାତିରେ ଚୋରୀ ଉଦ୍ୟମ ହୋଇଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି…
୧୧ କେଜି ଗଞ୍ଜେଇସହ ୨ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଗୁରୁବାର ୧୧ କେଜି ଗଞ୍ଜେଇସହ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ଦେବଗଡ଼…
ଗଛରେ ଝୁଲୁଛି ମହିଳାଙ୍କ ମୃତଦେହ – ହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଶିବ ମନ୍ଦିର ପ୍ରାଙ୍ଗଣ ସ୍ଥିତ ଏକ ଚମ୍ପା ଗଛରେ ସକାଳେ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ…